ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହେଲା ନିଟ୍ ପରୀକ୍ଷା


 ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଡାକ୍ତରୀ ପାଠ ପଢିବା ପାଇଁ ତିନୋଟି କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରୀକ୍ଷାକୁ ସୁ·ରୁରୂପେ ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ କରିବା ପାଇଁ ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ କୈଳାସ ମୀନାଙ୍କୁ ନଗର ସଂଯୋଜକ ଭାବେ ଦାୟିତ୍ୱ ମିଳିଥିବା ବେଳେ ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ରଞ୍ଜନ କୁମାର ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଠିକ ସେହିପରି ମାଲକାନଗିରି ମହାବିଦ୍ୟାଳୟ କେନ୍ଦ୍ରକୁ ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ସି ଶିବରାମଙ୍କୁ ଦିଆଯାଇଛି । ସରକାରୀ ଆଦର୍ଶ ମହାବିଦ୍ୟାଳୟ କେନ୍ଦ୍ରକୁ ବହୁବତ୍ତି ବିଦ୍ୟାଳୟର ଅଧ୍ୟକ୍ଷ ଇଞ୍ଜିନିଅର ଜ୍ଞାନରଞ୍ଜନ ଦାଶଙ୍କୁ ଦାୟିତ୍ୱ ଦିଆଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରର ଅରବିନ୍ଦ କୁମାର ସେଠ ଓ ରାମବୀର ସିଂକୁ ପରୀକ୍ଷା ପରି·ଳନା କରିବା ପାଇଁ ଅଧିକ୍ଷକ ଭାବେ ନିଯୁକ୍ତି କରାଯାଇଥିଲା । ମାଲକାନଗିରି ମହାବିଦ୍ୟାଳୟ କେନ୍ଦ୍ରରେ ଅଶୋକ କୁମାର ଷଡ଼ଙ୍ଗୀ ଓ ଉମେଶ କୁମାର ରାଉତ, ଆଦର୍ଶ ମହାବିଦ୍ୟାଳୟରେ ଚିନ୍ମୟ କୁମାର ବେହେରା ଓ ସୁଶାନ୍ତ କୁମାର ବରାଳଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଉକ୍ତ ପରୀକ୍ଷାରେ ୧୮ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲାବେଳେ ଜାତୀୟ ପରୀକ୍ଷାଗାର ସଂସ୍ଥା ନୂଆଦିଲ୍ଲୀ ଭାରତ ସରକାରଙ୍କ ଦ୍ୱାରା ପରି·ଳିତ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀମାନେ ଆନନ୍ଦ ପ୍ରକଟ କରିଛନ୍ତି । ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ଶାନ୍ତିଶୃଙ୍ଖଳାର ସହିତ ଅନ୍ୟାନ୍ୟ ବନେ୍ଦାବସ୍ତ କରିଥିବାରୁ ପରୀକ୍ଷା ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଛି ।