ଢେଙ୍କାନାଳ ରାଜନୀତି ସରଗରମ ଗୋଳି ପାଣିରୁ ଫାଇଦା ଉଠାଇପାରେ ବିଜେଡି
ଢେଙ୍କାନାଳ: ଆଗକୁ ରାଜ୍ୟରେ ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ·ଲିଛି । ଯାହାକୁ ନେଇ ବିଭିନ୍ନ କ୍ଷେତ୍ରରେ ଅନେକ ନେତା ଓ କର୍ମୀ ମହଲରେ ଅସନ୍ତୋଷ ଦେଖା ଦେବା ସହ ଦଳ ତ୍ୟାଗ ଓ ଦଳ ବଦଳ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଢେଙ୍କାନାଳ ବିଜେପିରେ ଦଳ ବଦଳ ଓ ଦଳ ତ୍ୟାଗ ସହ ଦଳକନ୍ଦଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଭଳି ଗୋଳି ପାଣି ବିରୋଧୀ ବିଜେଡି ପାଇଁ ଫାଇଦା ସାବ୍ୟସ୍ତ ହେବ ବୋଲି ଆଲୋଚନା ଜୋର୍ ଧରିଛି । ଜିଲ୍ଲାର ଲୋକସଭା ଏବଂ ବିଧାନସଭା କ୍ଷେତ୍ର ପାଇଁ ଭାଜପା ତାର ଭରସା ଯୋଗ୍ୟ ପ୍ରାର୍ଥୀ ଘୋଷଣା କରିଛି । ଯାହାକୁ ନେଇ ଦଳୀୟ ଅସନ୍ତୋଷ ପଦାରେ ପଡିବା ସହ ଘୋର ଦଳ କନ୍ଦଳ ପରିସ୍ଥିତି ଦେଖାଦେଇଛି । ଏଇ କିଛି ଦିନ ତଳେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ କିଛି ପୁରୁଣା ନେତା ଓ ମହିଳା କର୍ମୀ କଥା କଟାକଟି ହେବା ସହ ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ବଢି ଯାଇଥିଲା । ଦଳର ଜିଲ୍ଲା ସଭାପତି ନରେଶ ମହାପାତ୍ରଙ୍କ ସହ ଦଳରେ ଥିବା ଜିଲ୍ଲା ସାଧାରଣ ସମ୍ପାଦିକା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଅନ୍ୟ କିଛି ମହିଳା କର୍ମୀଙ୍କର ବଚସା କ୍ରମଶଃ ବଢି ଯାଇଥିଲା । ଫଳରେ ଏଥିରେ ଅତିଷ୍ଠ ହୋଇ ସେମାନଙ୍କ ସହିତ ଅନେକ ନେତା ଓ କର୍ମୀ ଦଳୀୟ ହୁଇପକୁ ଭୃକ୍ଷେପ ନକରି ଆଗୁଆ ଇସ୍ତଫା ଦେଇ ଦଳ ପରିତ୍ୟାଗ କରିଥିଲେ । ଦୀର୍ଘ ବର୍ଷ ଧରି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଦାୟିତ୍ୱ ତୁଲାଇଥିବା ତଥା ଏଥର ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ପ୍ରମୁଖ ଆଶାୟୀ ଥିବା ନୀରୋଜା ନଳୀନୀ ମହାଳିକ ଓ ତାଙ୍କର ସହଯୋଗୀ ଜିଲ୍ଲା ସାଧାରଣ ସମ୍ପାଦିକା ଅନୀତା ଦାସ, ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ସସ୍ମିତା ସାମଲ ପ୍ରମୂଖ ମହିଳା ନେତ୍ରୀମାନେ ବିଧିବଦ୍ଧ ଭାବେ ଦଳ ଛାଡିଥିବା ଘୋଷଣା କରିଥିଲେ । ତାଙ୍କ ସହିତ ସେମାନଙ୍କର ଶହଶହ ସମର୍ଥକ ମଧ୍ୟ ଦଳପ୍ରତି ବିମୂଖ ହୋଇ ପଡିଥିବା ଦେଖାଯାଇଥିଲା । ପରେ ଦଳର ବିଭିନ୍ନ ପ୍ରମୁଖ କର୍ମୀମାନେ ମଧ୍ୟ ଏଭଳି ଅସନ୍ତୋଷ ଭିତରେ କ୍ରମଶଃ ଦଳ ପରିତ୍ୟାଗ କରୁଥିବା ଜାଣିବାକୁ ମିଳିଛି । ସଦର ମାଣିପୁର ସରପଞ୍ଚ, କଙ୍କଡ଼ାହାଡ଼ ପୂର୍ବତନ ସରପଞ୍ଚଙ୍କ ସମେତ ବହୁ ଅସନ୍ତୁଷ୍ଟ କର୍ମୀ ଓ ଆଶାୟୀଙ୍କ ସମର୍ଥକ ମାନେ ଦଳ ପ୍ରତି ଆସ୍ଥାଭାଜନ ନହେବା ଦଳ ପାଇଁ ଶୁଭଙ୍କର ନହୋଇଥିବା ବେଳେ ଏହା ଯେ ପ୍ରମୁଖ ବିରୋଧୀ ବିଜେଡି ପାଇଁ ଫାଇଦା ସାବ୍ୟସ୍ତ ହେବ ସେକଥା ବିଭିନ୍ନ ସମୀକ୍ଷକ ମାନେ ମତ ରଖିଛନ୍ତି । ଯାହାକୁ ନେଇ ବିଜେଡ଼ି କର୍ମୀ ମହଲରେ ଏକ ପ୍ରକାର ଆନନ୍ଦ ଉତ୍ସାହର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କାରଣ ଉଭୟ ଦଳ ଜିଲ୍ଲାରେ ତାଙ୍କର ପୁରୁଣା କର୍ମୀ ଓ ନେତା ମାନଙ୍କୁ ପ୍ରାର୍ଥୀ କରି ଉଭୟେ ଉଭୟଙ୍କ ଆଗରେ ଏକପ୍ରକାର ·ଲେଞ୍ଜ ରଖିଥିବା ବେଳେ ବିଜେପିର ଏଭଳି ଦଳକନ୍ଦଳ ପରିସ୍ଥିତି ଆଗାମୀ ଦିନରେ ଦଳର ସଂଗଠନ ଉପରେ ନକାରାତ୍ମକ ପ୍ରଭା ତ ପକାଉଛି ଓ ଆଗକୁ ମଧ୍ୟ ପକାଇବ ବୋଲି ଉଭୟ ଦଳର କିଛି ପ୍ରମୁଖ କର୍ମୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । ବିଜେପିର ଏଭଳି ଗୋଳିପାଣି ଜିଲ୍ଲାରେ ଆଗାମୀ ନିର୍ବାଚନରେ ନିଜ ଦଳ ପାଇଁ ପ୍ରତିକୁଳ ପ୍ରଭାବ ପକାଇବାର ଆଲୋଚନା ଆରମ୍ଭ ହୋଇଥିବା ବେଳେ ଯାହା ବିରୋଧୀ ବିଜେଡ଼ିକୁ ସୁହାଇବ । ସେମାନେ ଏଥିରୁ ନିଶ୍ଚୟ ଫାଇଦା ଉଠାଇବା ସହ ଅନ୍ୟାନ୍ୟ ଦଳ ତଥା ସଂଗଠନ ଗୁଡ଼ିକ ପାଇଁ ମଧ୍ୟ ଅନୁକୂଳ ପରିସ୍ଥିତି ସୃଷ୍ଟି କିରିବ ବୋଲି ସାରା ଜିଲ୍ଲାରେ ଚର୍ଚ୍ଚା ·ଲିଛି ।