ଠାକୁରଙ୍କ ଜମିରେ ଘରୋଇ କମ୍ପାନୀର ଷ୍ଟକୟାର୍ଡ


ାା ପ୍ରଭାନୁ୍ୟଜ ।ା  ଢେଙ୍କାନାଳ: କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କର ଅଚଳାଅଚଳ ସମ୍ପତ୍ତି ରହିଥିବାବେଳେ ତାହାର ରକ୍ଷଣାବେକ୍ଷଣ କରୁଛନ୍ତି ଢେଙ୍କାନାଳ ଦେବୋତ୍ତର ବିଭାଗ । କିନ୍ତୁ ବାଡ଼ ଫସଲ ଖାଇବା ଭଳି ଦେବୋତ୍ତର ବିଭାଗ ଠାକୁରଙ୍କ ସମ୍ପତ୍ତିକୁ ଜଗିବା ପରିବର୍ତ୍ତେ ଅଧିକାରୀମାନେ ନିଜ ପକେଟ ଗରମ କରୁଥିବା ଅଭିଯୋଗ ଆସିଛି । କପିଳାସ ପାହାଡର ପାଦ ଦେଶ ଦେଓଗାଁ ଗ୍ରାମରେ ଠାକୁରଙ୍କର ଗୋଟିଏ ବିରାଟ ଜାଗାକୁ ଦୀର୍ଘ ୨ବର୍ଷ ଧରି ମାଡ଼ିବସିଛି ରାଜ୍ୟ ବାହାରୁ ଆସିଥିବା ଏକ କମ୍ପାନୀ । ଏହି ୨୦ ଏକରରୁ ଊର୍ଦ୍ଧ୍ୱ ଜାଗାରେ କମ୍ପାନୀ କରିଛି ତାହାର ଷ୍ଟକ୍ ୟାର୍ଡ୍ । ମାତ୍ର ସେହି ଷ୍ଟକ୍ୟାର୍ଡରୁ ଯେଉଁ ଭଡା ଆସେ, ତାହା ଠାକୁରଙ୍କ ଖାତାକୁ ଯାଏ ନାହିଁ । ଦେବୋତ୍ତରର ଜନୈକ ଅଧିକାରୀ ଏହି ଜାଗାକୁ ଭଡାକୁ ନେଇ ଦୀର୍ଘ ଦିନ ଧରି ତାଙ୍କ ନିଜ ପକେଟ୍ ଗରମ କରୁଛନ୍ତି ବୋଲି ଅଭିଯୋଗ ମିଳିଛି । ଦେବୋତ୍ତରରେ ଗଣ୍ଡାଗଣ୍ଡା ଅମିନ ଓ ଆରଆଇ ଅଛନ୍ତି କିନ୍ତୁ ଠାକୁରଙ୍କ ଜମି ଜବରଦଖଲ ହେଉଛି । ସେମାନେ ଜାଣିପାରୁନାହାନ୍ତି କି ଜାଣିଶୁଣି ଅଜଣା ହେଉଛନ୍ତି ତାହା ତଦନ୍ତ କରିବାକୁ ସାଧାରଣରେ ଦାବି ଉଠିଲାଣି ।
ଖବରରୁ ପ୍ରକାଶ ଯେ, କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କର ଖାତା ନମ୍ୱର୍ ୭୮ ଓ ପ୍ଲଟ ନମ୍ୱର୍ ୬୦୭ରେ ଗୋଟିଏ ରାଜ୍ୟ ବାହାରର କମ୍ପାନୀ ମାଡ଼ି ବସି ତାହାର ଷ୍ଟକ୍ୟର୍ଡ କରିଛି । ତାହା ପୁଣି ଦୁଇ ବର୍ଷରୁ ଅଧିକ ହେବ । ସେଠାରେ କୋଟି କୋଟି ଟଙ୍କାର ପାଣି ପାଇପ ଓ ଅନ୍ୟାନ୍ୟ ଜିନିଷ ଗଦା କରି ରଖିବା ସହ ସିକୁ୍ୟରିଟି ଗାର୍ଡ ନିୟୋଜିତ କରିଛି । ସେ ଜାଗାରୁ ପ୍ରାୟ ଲକ୍ଷାଧିକ ଟଙ୍କା ଭଡା ବାବଦକୁ ଠାକୁର୍ ପାଇବା କଥା । କିନ୍ତୁ ଭଡା ଟଙ୍କା କିଏ ନେଉଛି ତାହା ଜିଲ୍ଲା ପ୍ରଶାସନ ପାଖରେ ଖବର ନାହିଁ । ସ୍ଥାନୀୟ ଲୋକଙ୍କ କହିବା କଥା ଦେବୋତ୍ତରର ଜନୈକ ତଳ ସ୍ଥଳର ଅଧିକାରୀ ଏହି ଟଙ୍କା କିଛି ଲୋକଙ୍କ ମାଧ୍ୟମରେ ଆଦାୟ କରୁଛନ୍ତି । ଏବେ ସେହି ଅଧିକାରୀ ପ୍ରଶାସନର ଅଜ୍ଞାତ ସାର୍ରେ କପିଳାସର କିଛି ସଇରାତକୁ ନିଜେ ନିଜେ କିଛି ଲୋକଙ୍କୁ ନିଲାମ ଦେଇ କାଉଡ଼ି ଭକ୍ତଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ତାହା ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ଉପଜିଲ୍ଲାପାଳ ତାହାର ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି  । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯାହା ନାମରେ ଅଭିଯୋଗ ହେଉଛି ଜିଲ୍ଲା ପ୍ରଶାସନ ତାକୁ ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛି । ତେଣୁ ଯାହା ତଦନ୍ତ ରିପୋର୍ଟ ଆସିବ ତାହା ସମସ୍ତଙ୍କୁ ଜଣା । ଶ୍ରୀଜିଉଙ୍କର ଆୟ କୋଟି କୋଟି ଟଙ୍କା ହେଉଛି କିନ୍ତୁ ପରିଚାଳନାଗତ ତ୍ରୁଟି ପାଇଁ ଠାକୁର୍ଙ୍କୁ ବେଳେ ବେଳେ ଓପାସ ରହିବାକୁ ପଡୁଛି । ରାଜ୍ୟ ଭିତରୁ ଓ ବାହାରୁ ଆସୁଥିବା ଭକ୍ତମାନଙ୍କୁ କପିଳାସ ପୀଠରେ ଆର୍ଥôକ ଶୋଷଣ କରାଯିବା ଯୋଗୁଁ ପୀଠ ତାହାର ଗରିମା ହରାଇ ବସୁଛି । ବର୍ଷବର୍ଷ ଧରି ଦେବୋତ୍ତରର ପରାମର୍ଶଦାତା କମିଟି ଗଠନ ହୋଇ ପାରୁନାହିଁ । କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ପ୍ରଶାସନ ପରିଚାଳନା ଦାୟିତ୍ୱ ଦେଇଛି । ଏ ବାବଦରେ ପୂର୍ବତନ ବିଧାୟକ ନବୀନ ନନ୍ଦ ଅଭିଯୋଗ କରି କହିଛନ୍ତି ଯେ, ଠାକୁରଙ୍କ ଜମି ହଡ଼ପ ବାବଦରେ ଅନେକ ଦିନ ଧରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି ଗୁରୁତ୍ୱ ଦେଇନାହନ୍ତି । ରାଜ୍ୟ ବାହାରର କିଛି ଲୋକ ଆସି ଠାକୁରଙ୍କ ଜମିକୁ ଜବରଦଖଲ କରି ସାରିଲେଣି । ଏବେ ରାଜ୍ୟ ବାହାରର ଏକ କମ୍ପାନୀ ଆସି ଠାକୁରଙ୍କ ଜମିକୁ ଦଖଲ କରି ଦୀର୍ଘ ଦୁଇ ବର୍ଷ ଧରି ନିଜ କବ୍ଜାରେ ରଖି ଏକ ବିରାଟ ଷ୍ଟକ୍ ୟାଡ ନିର୍ମାଣ କରିଛି । ଏହା ମଧ୍ୟ ଦେବୋତ୍ତରର କିଛି ଅଧିକାରୀଙ୍କ ଜ୍ଞାତ ସାର୍ରେ ହୋଇଛି ବୋଲି ଶ୍ରୀ ନନ୍ଦ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଯଦି ଏହାର ପଦକ୍ଷେପ ନେଇ ସଂପୃକ୍ତ କମ୍ପାନୀ ଠାରୁ ଦୁଇ ବର୍ଷର ଭଡା ଆଦାୟ କରିବା ସଙ୍ଗେ ସାଙ୍ଗେ ଠାକୁର୍ଙ୍କ ଜମି ଜବରଦଖଲ ମୁକ୍ତ କରାନଗଲେ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଆନେ୍ଦାଳନ ଡାକରା ଦିଆଯିବ ବୋଲି ମଞ୍ଚର ଆବାହକ ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି ।