ଢେଙ୍କାନାଳରେ  ଯାଜପୁର ଫେରନ୍ତା ଦନ୍ତା 


ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ : କିଛି ଦିନ ହେବ ଏକ ଦନ୍ତା ହାତୀ ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବାର ଦେଖିବାକୁ ମିଳିଥିଲା । ହେଲେ ଉକ୍ତ ଦନ୍ତା ଆଜି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ କାଶୀପୁର ଗ୍ରାମ ପଞ୍ଚାୟତରେ ଥିବା ବ୍ରାହ୍ମଣୀ ନଦୀକୂଳର କାଶିପୁର ନଦୀ ପଠା ଦେଇ ଭାଲିଆପାଟ ଗ୍ରାମରେ ଦେଖିବାକୁ ମିଳିଛି । ନଦୀ ପଠାରେ ପ୍ରଚୁର ପରିମାଣରେ ଦେଶୀ ମହୁଲି ମଦ ରନ୍ଧା ଓ ଚୋରା ଦେଶୀ ମହୁଲି ମଦ ଗଚ୍ଛିତ ରହିଥିବାରୁ  ଦେଶୀ ମହୁଲୀ ମଦ ପିଇ ଗଜରାଜ ବେହୋସ୍ ହୋଇଯାଇଥିଲେ । ସମୟ ଜାଣି ନ ପାରି ରାତି ଭାବି ଦିନ ଦ୍ୱିପ୍ରହରେ ଭାଲିଆପାଟ ଗ୍ରାମ ରାସ୍ତାରେ ଝୁଲି ଝୁଲି ଜଙ୍ଗଲ ଅଭିମୁଖେ ଯିିବାବେଳେ ଗ୍ରାମର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ହାତୀକୁ ଦେଖିବାକୁ ଭିଡ଼ ଜମାଇଥିଲେ । ଯଦି ଏ ଚୋରା ଦେଶୀ ମହୁଲି ମଦ ବନ୍ଦ ନ ହୁଏ, ତେବେ ଆଗାମୀ ଦିନରେ ଲୋକମାନଙ୍କ ଜୀବନ ନ ଯିବ କିଏ କହିପାରିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ତେଣୁ ଏଥିପ୍ରତି  ଉଭୟ ଅବକାରୀ ବିଭାଗ ଓ ଫରେଷ୍ଟରଙ୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି ।