ପହିଙ୍କୁ ନିଷ୍ପତ୍ତି ପରିବର୍ତ୍ତନ ଭୟ

ବିଜେପି ଧର୍ମଶାଳା ପ୍ରାର୍ଥୀନୀ ସ୍ମୃତିରେଖା ପହିଙ୍କୁ ନିଷ୍ପତି ପରିବର୍ତନ ଭୟ ଘାରିଛି । ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ଯେଭଳି ଭାବେ ଦଳୀୟ କାର୍ଯ୍ୟାଳୟରେ ମେଳି କଲେ ଏବଂ ଦଳର ନେତୃତ୍ୱ ଯେଭଳି ପ୍ରତିଶ୍ରୁତି ଦେଲେ, ତାହା ହିଁ ପହିଙ୍କୁ ଚିନ୍ତାରେ ପକାଇ ଦେଇଛି । ଯେଭଳି ନିଷ୍ପତି ପରିବର୍ତନ ନହୁଏ, ସେଥିପାଇଁ ପହିଙ୍କ ସମର୍ଥନରେ ଶନିବାର ଶତାଧିକ ସମର୍ଥକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦଳୀୟ ନେତୃତ୍ୱଙ୍କ ଆଗରେ ହାଜର ହୋଇ ପହିଙ୍କ ସମର୍ଥନ କରିଥିଲେ । ନିଷ୍ପତ୍ତି ପରିବର୍ତନ ଭୟରେ ପହି ଜିଲା ଏବଂ ଜିଲା ବାହାରୁ ଲୋକ ଯୋଗାଡ଼ କରି ନେଇଥିବା ଧର୍ମଶାଳାରେ ଚର୍ଚ୍ଚା ହେଉଛି । ପହିଙ୍କ ବାବଦରେ ଯଦି ବିଜେପି ନେତୃତ୍ୱ କୌଣସି ନିଷ୍ପତ୍ତି ନିଅନ୍ତି, ତେବେ ତାହା ତାଙ୍କ ପାଇଁ ଏହା ପ୍ରଥମ ଘଟଣା ହେବନି । ୨୦୧୯ ନିର୍ବାଚନରେ ପହି ଏଭଳି ନିତ୍ତିର ସାମ୍ନା କରିଥିଲେ କଂଗ୍ରେସ ଦଳରେ ଥିବା ବେଳେ । କଂଗ୍ରେସରୁ ତାଙ୍କୁ ପ୍ରାର୍ଥୀ କରାଗଲା ବୋଲି ଘୋଷଣା ହୋଇଥିଲା । ହେଲେ କଂଗ୍ରେସ ପ୍ରାର୍ଥୀ ବଦଳ କରିଥିଲା । ସଂଗଠନ ନଥିବା କହି ପହିଙ୍କୁ କଂଗ୍ରେସ ଟିକେଟ ଦେବାର ୩ଟା ଦିନ ପରେ କାଟି ଦେଇ କିଶାନ ପଣ୍ଡାଙ୍କ ନାମ ଘୋଷଣା କରିଥିଲା । ଯାହା ପହିଙ୍କୁ ହଜମ ହୋଇନଥିଲା । ଉଭୟ କିଶାନ ଏବଂ ପହି କଂଗ୍ରେସର ବୋଲି ଦର୍ଶାଇ ନାମାଙ୍କନପତ୍ର ଦାଖଲ କରିଥିଲେ । ଆଉ ଯାଞ୍ଚ ବେଳେ ପହି କଂଗ୍ରେସ ଦଳର ପ୍ରାର୍ଥୀ ବୋଲି ସ୍ୱିକୃତି ମିଳିଥିଲା । ଫଳରେ କିଶାନଙ୍କ ନାମାଙ୍କନ କଟିଯାଇଥିଲା । ପହିଙ୍କ କ୍ଷେତ୍ରରେ ଏଭଳି କିଛି ହେଲେ କେହି ଆଶ୍ଚର୍ଯ୍ୟ ହେବେନି ।