‘ସ୍ୱଚ୍ଛତା ହିଁ ସେବା’ ନିମନ୍ତେ ମାର୍ଗଦର୍ଶିକା ସଭା
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ସ୍ୱଚ୍ଛତା ହିଁ ସେବା -୨୦୨୪ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାସ୍ତରୀୟ ମାର୍ଗଦର୍ଶିକା ସଭା ଅନୁଷ୍ଠିତ ହେଇଯାଇଛି । ଏହି ସଭାରେ ଯୋଗ ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜନସାଧାରଣମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ ଅଧିକ ସଚେତନ କରାଇପରିବା । ଗୋଟେ ସୁନ୍ଦର ସାମାଜିକ ପରିବେଶ ପାଇଁ ସ୍ୱଚ୍ଛତାର ଆବଶ୍ୟକତା ସମ୍ପର୍କରେ କହିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲା, ବ୍ଲକ, ପୌରଞ୍ଚଳ ଓ ପଞ୍ଚାୟତସ୍ତରରେ କରାଯିବ । ଏହି କାର୍ଯ୍ୟକ୍ରମର ୩ଟି ମୁଖ୍ୟ ଉଦେ୍ଦଶ ହେଉଛି  ସ୍ୱଚ୍ଛତାର ଭଗଦାରୀ, ସମ୍ପୂର୍ଣ୍ଣ ସ୍ୱଚ୍ଛତା, ସଫେଇ ମିତ୍ର ସୁରକ୍ଷା ଶିବିର । ସ୍ୱଚ୍ଛତାର ଭାଗିଦାରୀ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକମାନଙ୍କୁ ସାମିଲ କରାଯିବ । ଯାହାଫଳରେ ପରିବେଶ ସଫା ହବା ସହ ଲୋକମାନେ ଏହାର ମହତ୍ୱ ସମ୍ପର୍କରେ ଜାଣିପାରିବେ । ସେହିପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅନୁଯାୟୀ ପ୍ରକୃତ ଅର୍ଥରେ ଯେଉଁ ସବୁ ଅପରିଷ୍କାର ସ୍ଥାନ ମାନ ରହିଛି ଯେପରି କେଉଁ ଏକା ଜାଗା ଯେଉଁଠାରେ ବହୁତ ଅଳିଆ ଗଦା ହେଇଛି କିମ୍ବା ନାଳ, ନର୍ଦ୍ଦମା, ପର୍ଯ୍ୟଟନ ସ୍ଥଳି ଇତ୍ୟାଦିକୁ ଭଲ ରୂପରେ ସଫା କରି ଯେଉଁସ୍ଥାନରେ ବୃକ୍ଷରୋପଣ କରାଯାଇପାରିବ ସେ ସମସ୍ତ ଜାଗାରେ ବୃକ୍ଷ ରୋପଣ କରାଯିବ । ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଯାୟୀ ଯେଉଁ ସଫେଇ ମିତ୍ରମାନେ ଦିନ ରାତି ପ୍ରରିଶ୍ରମ କରି ଆମର ପରିବେଶକୁ ସଫା ରଖୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମାନ କରାଯିବ । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ଦିଲ୍ଲୀପ କୁମାର ବିଶ୍ୱାଳ, ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ, ସମସ୍ତ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
