କଂଗ୍ରେସ ପକ୍ଷରୁ ବନ୍ଧୁ ମିଳନ
ଆସିକା: କରଞ୍ଜେଇ ପୀଠ ରେ ଆସିକା ଲୋକ ସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ନିର୍ବାଚନ ରେ କଂଗ୍ରେସ ଦଳର ସାଂସଦ ପାର୍ଥି ହୋଇଥିବା ଯୁବନେତା ଦେବକାନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସାତ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ଯୁବ ନେତାମାନେ ନିଜ ନିଜ କର୍ମୀଙ୍କ ସହ ଏହି ବୈଠକରେ ସାମିଲ ହୋଇ ନିଜ ନିଜର ମତବ୍ୟକ୍ତ ରଖିଥିଲେ । ବିଶେଷ କରି ବିଜେଡି ଓ ବିଜେପିକୁ ମୁକା ବିଲା କରିବା ସକାଶେ ବର୍ତ୍ତମାନ ପ୍ରକୃତ ସମୟ ଆସି ଯାଇଛି ବୋଲି ଶ୍ରୀ ଶର୍ମା ମତ ରଖି ଯୁବ ଗୋଷ୍ଠୀକୁ ସକ୍ରିୟ କରିବା ପାଇଁ ଏବଂ ଦଳରେ କେମିତି ଅଧିକରୁ ଅଧିକ ଯୁବ ସଭ୍ୟ ବୃଦ୍ଧି ହେବା ପାଇଁ ଉଦ୍ୟମ କରିବା ଜରୁରୀ ବୋଲି ଆଗ ଧାଡ଼ିର ନେତା ମାନେ ଆହ୍ୱାନ କରିଥିଲେ । ବିଜେଡିରେ ବର୍ତ୍ତମାନ ଫକ୍ଷଟ ଦେଖା ଦେଇଥିବା ବେଳେ ବିଜେପିରେ ନେତାଙ୍କୁ କର୍ମୀମାନେ କିଏ କାହାରି କୁ ମାନୁ ନଥିବାରୁ ଏହାର ସୁଯୋଗ କଂଗ୍ରେସ ହାତ ଛଡା ନକରି ଦଳକୁ ମଜବୁତ କରିବାରେ ଆଗକୁ ବଢିବା ପାଇଁ ବରିଷ୍ଠ ନେତା ମାନେ ପରାମର୍ଶ ଦେଇଥିଲେ । ସେମିତି ତୃଣ ମୂଳ ସ୍ତରରୁ ସଂଗଠନ କୁ ସୃଦୁଢ଼ କରିବା ସକାଶେ ଯୁବ ଗୋଷ୍ଠୀକୁ ଦଳ ଅଧିକ ଦାୟିତ୍ୱ ଦେବାକୁ ଦଳ ଚିନ୍ତା କରୁଥିବା କଥା ବୈଠକରେ ପ୍ରକାଶ କରାଯାଇଥିଲା । ଏହି ସାଙ୍ଗଠନିକ ବୈଠକରେ ଯୁବ ନେତା ପ୍ରିୟାଂଶୁ ପରିଡା, ଅବିନାଶ ବେହେରା, ନନ୍ଦନ ଦାସ, ପବିତ୍ର ପାତ୍ର, ଧବଳ ନାହାକ, ଦୀପକ ଦାସ, ପରମେଶ୍ୱର ପାତ୍ରଙ୍କ ସମେତ ବହୁ ଯୁବ ଛାତ୍ର ଉପସ୍ଥିତ ଥିଲେ ।