ବାଇକ ଧକ୍କାରେ ମନ୍ଦିର ପୂଜକ ଗୁରୁତର
ାା ପ୍ରଭାନୁ୍ୟଜ୍ ।ା ବୁଗୁଡା : ବୁଗୁଡା ବ୍ଲକ ବି କରଡ଼ାବାଡ଼ି ଗାଁ ଚୈତନ୍ୟ ମନ୍ଦିର ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକ ହେଲେ ବି.କରଡ଼ାବାଡ଼ି ଗ୍ରାମର ରାଧାକୃଷ୍ଣ ମନ୍ଦିରର ପୂଜକ ଦୁଃଖିଶ୍ୟାମ ପଣ୍ଡା (୪୭) । ପ୍ରକାଶ ଯେ, ଆଜି ଅପରାହ୍ନ ପ୍ରାୟ ସାଢେ ତିନିଟା ବେଳେ ଦୁଃଖିଶ୍ୟାମ ଏକ୍ସିଲ୍ ଗାଡି ଧରି ଗ୍ୟାସ ସିଲିଣ୍ଡର ଯୋଗାଉଥିବା ଗାଡିକୁ ଡାକିବାକୁ ଯାଉଥିଲେ । ବି.କରଡ଼ାବାଡ଼ି ଗାଁ ଶେଷରେ ଥିବା ଚୈତନ୍ୟ ମନ୍ଦିର ନିକଟରେ ତାଙ୍କର ପଛପଟୁ ଦ୍ରୁତଗତିରେ ଆସି ଅନ୍ୟ ଏକ ବାଇକ ବହୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଦୁଃଖିଶ୍ୟାମ ଫୋପାଡି ହୋଇ ପଡିଥିଲେ । ଦୁର୍ଘଟଣାରେ ତାଙ୍କର ଡାହାଣ ପଟ ପାଦର ଗୋଇଠି ହାଡ ଭାଙ୍ଗି ଯାଇଥିଲା ଏବଂ ମୁଣ୍ଡକୁ ଗଭୀର ଆଘାତ ଲାଗିବା ସହ ମୁହଁ ଓ ଦେହ ଖଣ୍ଡିଆ ଖାବରା ହୋଇଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଏକ ଡାଲା ଅଟୋ ଯୋଗେ ବୁଗୁଡା ମେଡିକାଲକୁ ଆଣିଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟ ପକ୍ଷରେ ଧକ୍କା ଦେଇଥିବା ବାଇକର ଚାଳକ ଓ ତା'ର ସାଥୀକୁ ଲୋକେ କାବୁ କରିଥିବା ବେଳେ ସେ ଦୁହେଁ ମତାଝରି ଗ୍ରାମର ଅଜୁ ନାଇକ ଓ ଜୟରାମ ନାଇକ ବୋଲି ଜଣାଯାଇଛି ।