ଆସ୍କାରୁ ଅଡିଟ ସର୍କର୍ଲ କାର୍ଯ୍ୟାଳୟ ଉଠାଇ ନେବାକୁ ମସୁଧା
ଆସିକା: ଏସିଆ ମହାଦେଶରେ ପରିଚିତ ସମବାୟ ନଗରୀ ଆସିକା । ବସଷ୍ଟାଣ୍ଡ ନିକଟରେରେ ଥିବା ସହକାରୀ ମହାସମୀକ୍ଷକ, ସମବାୟ ମହାସମୀକ୍ଷକ, ଅଡିଟ ସର୍କଲ କାର୍ଯ୍ୟାଳୟ ବ୍ରହ୍ମପୁରକୁ ନେଇଯିବାକୁ ମସୁଧା ଚଳାଇଛନ୍ତି ବିଭାଗୀୟ ଅଧିକାରୀ ବୋଲି ଶୁଣିବାକୁ ମିଳୁଛି । ଏହି କାର୍ଯ୍ୟାଳୟ ସମବାୟ ଅନୁଷ୍ଠାନ ଗୁଡିକର ପ୍ରତ୍ୟେକ ବର୍ଷ ଅଡିଟ କରିଥାନ୍ତି । ଅଡିଟ ସର୍କଲ କାର୍ଯ୍ୟାଳୟ ଅଧୀନରେ ଆସିକା ଚିନିକଳ, ଉକ୍ରଳ ଆୟୁର୍ବେଦିକ ସମବାୟ ଫାର୍ମାସି ଲିଃ, ବହୁମୁଖୀ ସମବାୟ ସମିତି, ସମବାୟ କେନ୍ଦ୍ରୀୟ ବ୍ୟାଙ୍କ, କାର୍ଡ ବ୍ୟାଙ୍କ ସୂତାକଳ, ଭଳି ଅନେକ ସମବାୟ ସେବା ସମିତି ଗୁଡିକର ବାର୍ଷିକ ଅଡିଟ କରାଯାଉଥିଲା । ଆସିକା କେନ୍ଦ୍ରୀୟ ବ୍ୟାଙ୍କ ଅଧୀନରେ ୧୨ ଗୋଟି ଋଣ ପ୍ରଦାନ ଆର୍ଥିକ ବ୍ୟବସ୍ଥା ନିମନ୍ତେ ବ୍ୟାଙ୍କ ଓÿ ୩ଟି ଡିପୋଜିଟ ବ୍ରାଞ୍ଚ ସମେତ ୧୫ଟି ବ୍ୟାଙ୍କ ·ଲୁଛି । ସେହିଭଳି ୧୨ଟି ବ୍ଲକ ଅଧୀନରେ ଥିବା ଆସ୍କା, ଶେରଗଡ଼, ଧରକୋଟ, ସୋରଡ଼ା, କବିସୂର୍ଯ୍ୟନଗର, କୋଦଳା, ବୁଗୁଡ଼ା, ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ପାଟପୁର, ଧରାକୋଟ, ସୋରଡ଼ା ଭଳି ବ୍ଲକରେ ୧୯୮ଟି ବ୍ରାଞ୍ଚ ତଥା ପ୍ରାଥମିକ ସେବା ସମିତି କାର୍ଯ୍ୟ କରୁଛି । ଏହି ସମବାୟ ଅନୁଷ୍ଠାନରେ ଦୈନଦିନ କୋଟି କୋଟି ଟଙ୍କାର ଦେଣ, ନେଣ ହୋଇଥାଏ । ସେହିଭଳି ଚିନିକାରଖାନାରେ ମଧ୍ୟ କୋଟି କୋଟି ଟଙ୍କା ବର୍ଷକରେ ନେଣ ଦେଣ ହୋଇଥାଏ । ତେବେ ଆସିକାରେ ଥିବା ବହୁ ପୁରାତନ ଏହି ଅଡିଟ ସର୍କଲକୁ ବ୍ରହ୍ମପୁର ନେବାକୁ ସମସ୍ତ ପ୍ରସ୍ତୁତ ·ଲିଛି । ଏସମ୍ପର୍କରେ ରାଜ୍ୟ ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ସଭାପତି, ବରିଷ୍ଠ ନିଦେ୍ର୍ଦଶକ ଓ ସମବାୟବିତମାନଙ୍କୁ ପ·ରିବାରୁ ଏହି ଅଡିଟ ସର୍କଲ କାର୍ଯ୍ୟାଳୟର ପରିସୀମାକୁ ଉଛେଦ କରି ବ୍ରହ୍ମପୁରରେ ଥିବା ସର୍କଲ କାର୍ଯାଳୟ ସହ ମିଶାଇବା ନିମନ୍ତେ ଗତ କିଛି ମାସ ତଳେ ଆଲୋଚନା ହୋଇଥିଲା । ତେବେ କିଛି ଦିନର ନୀରବତା ପରେ ପୁଣି ଏହି ପକ୍ରିୟା ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି । ତେଣୁୁ ଆସିକାର ଏହି ପୁରାତନ ଅନୁଷ୍ଠାନକୁ ବ୍ରହ୍ମପୁର ନ ନେବାକୁ ଅନେକ ଜନସାଧାରଣ ଓ ସମବାୟବିତ ଅନୁରୋଧ କରିଛନ୍ତି ।