ଭାଲୁ ପାହାଡ଼ରୁ ବେଆଇନ ପଥର ଉଠାଣ , ଟ୍ରାକ୍ଟରକୁ୨୫ ହଜାର ଜରିମାନା
ବୁଗୁଡା : ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମାଣିତରା ଗାଁ ନିକଟସ୍ଥ ଭାଲୁ ପାହାଡ଼ରୁ ମାଫିଆଙ୍କ ଦ୍ୱାରା ବେଆଇନ ପଥର ଚୋରା ·ଲାଣ ହେଉଥିବା ନେଇ ଅଭିଯୋଗ ସମ୍ପର୍କରେ ଖବର ପ୍ରକାଶ ପାଇଥିଲା । ମଙ୍ଗଳବାର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ପଥର ବୋଝେଇ ଟ୍ରାକ୍ଟରକୁ ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ସକାଳ ପ୍ରାୟ ସାଢ଼େ ଛଅଟା ବେଳେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ମାଣିତରା ରାସ୍ତାରେ ନଯାଇ ନାଗିରି ରାସ୍ତାରେ ଯାଇ ଭାଲୁ ପାହାଡ଼ରେ ପହଞ୍ଚôବା ବେଳକୁ ଏକ ପଥର ବୋଝେଇ ଟ୍ରାକ୍ଟର (ନଂ-ଓଡି ୩୨ ବି ୩୦୯୨) ସେଠାରୁ ବାହାରି ଯାଉଥିଲା । ବନ ବିଭାଗ ଟିମ୍ ପଛରୁ ଗୋଡାଇ ଟ୍ରାକ୍ଟରଟିକୁ କାବୁ କରିଥିଲେ । ଟ୍ରାକ୍ଟର ମାଲିକ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କାଦପଡା ଗ୍ରାମର ଶିବ ନାରାୟଣ ପ୍ରଧାନ । ତାଙ୍କଠାରୁ ଓଏମ୍ଏମସି ଆକ୍ଟ ଅନୁସାରେ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି । ବୁଗୁଡା ଅଞ୍ଚଳର ପଥର ମାଫିଆ ଗୋଷ୍ଠୀ ବେଆଇନ ପଥର ବ୍ଲାଷ୍ଟିଂ ସହ ଚୋରା ·ଲାଣରେ ଲିପ୍ତ ରହିଥିବା ବେଳେ ଲଗାତର ଧରପଗଡ ପୂର୍ବକ ସେମାନଙ୍କ ଉପରେ ଅଙ୍କୁଶ ଲଗାଇଲେ ସେହି ପାହାଡ଼ରେ ବାସ କରୁଥିବା ହଜାର ହଜାର ମୟୂରଙ୍କ ସମେତ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ସୁରକ୍ଷା ମିଳିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।