ଗଜଲକ୍ଷ୍ମୀ ପୂଜା ପାଇଁ ଉଠିଲା ମାଟି
ବାଲିଚନ୍ଦ୍ରପୁର: ଗଜଲକ୍ଷ୍ମୀ ପୂଜା ପାଇଁ ବିଧିବ୍ୟବସ୍ଥା ମତେ ମାଟି ଉଠାଣ ପୂଜା କମିଟି ପକ୍ଷରୁ ହୋଇଯାଇଛି । ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଓ ଭାଗବତ ଜନ୍ମ ଅବସରରେ ପରମ୍ପରା ଅନୁଯାୟୀ ମାଟି ଉଠାଣ ଓ ପୂଜନ ହୋଇଥିଲା । ବାଲିଚନ୍ଦ୍ରପୁର ବଜାରର ବିଭିନ୍ନ ପୂଜା କମିଟି ପକ୍ଷରୁ ମାଟି ପୂଜନ କରାଯାଇଥିଲା । ବାଲିଚନ୍ଦ୍ରପୁର ସ୍ଥିତ ଶ୍ୟାମସୁନ୍ଦର ବଜାର କମିଟି ପକ୍ଷରୁ ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ କେନାଲ କୂଳରେ ପୂଜାର୍ଚ୍ଚନା କରାଯାଇ ମାଟି ଉଠାଣ ହୋଇଥିଲା । କାର୍ଯ୍ୟକ୍ରମରେ ବଜାର କମିଟି ସଭାପତି ପ୍ରଦୀପ୍ତ କୁମାର ପୃଷ୍ଟି, ସମ୍ପାଦକ ପ୍ରଭାସ କୁମାର ଦାଶ, ହାଡିବନ୍ଧୁ ସାହୁ, ପରମଜିତ୍ ସାହୁ, ପ୍ରଶାନ୍ତ କୁମାର ଦାଶ, ବିଶ୍ୱନାଥ ସେଠୀ, ଗଣେଶ୍ୱର ସାହୁ, ଅନିରୁଦ୍ଧ ସାହୁ, ବିକ୍ରମ କେଶରୀ ରାଉତ ରାୟ, ଦୁର୍ଲଭ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଥିଲେ । ପୂଜକ ଭରତ ଚନ୍ଦ୍ର ପାଢ଼ୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ବଜାର କମିଟିର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ । ଶ୍ୟାମସୁନ୍ଦର ଜୀଉ ମନ୍ଦିର ପରିସରରେ ମାଟି ଆଣିବା ପରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ମାଟି ପୂଜନ ପରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପରମ୍ପରା ଅନୁଯାୟୀ ଆରମ୍ଭ ହେବ ।