୭ ବର୍ଷରେ ୩୫ ଲକ୍ଷ ଖର୍ଚ୍ଚ; ପଞ୍ଚାୟତ ଅନ୍ଧାର

୭ ବର୍ଷରେ ୩୫ ଲକ୍ଷ ଖର୍ଚ୍ଚ; ପଞ୍ଚାୟତ ଅନ୍ଧାର


 ଦାନଗଦୀ: ପୂର୍ବ ସରକାରଙ୍କ କିଛି ଲୋକାଭିମୁଖୀ ଯୋଜନା ମଧ୍ୟରୁ ଗାଁ ଆଲୋକୀକରଣ ରହିିଥିଲା ଅନ୍ୟତମ । କିନ୍ତୁ ଆଲୋକୀକରଣ ନାଁରେ କୁଜି ନେତା, ଠିକାଦାର ଏବଂ ଯୋଜନାକୁ ପରିଚାଳନା କରୁଥିବା ଅଧିକାରୀ ଲକ୍ଷାଧିକ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ ହୋଇଆସୁଥିଲା । ହେଲେ ଅଭିଯୋଗକୁ କେହି କର୍ଣ୍ଣପାତ କରିନଥିଲେ । ମାତ୍ର ଏହାର ସତ୍ୟତା ସୂଚନା ଅଧିକାର ଆଇନ୍ରେ ମିଳିଥିବା ତଥ୍ୟ ଧରାଇ ଦେଇଛି । ତଥ୍ୟ କହୁଛି, ଗୋଟିଏ ଗୋଟିଏ ପଞ୍ଚାୟତରେ ଲାଗିଥିବା ଷ୍ଟି୍ରଟ ଲାଇଟିର ମୂଲ୍ୟ ଯାହା ଦସ୍ତାବିଜ୍ରେ ଢେରଗୁଣା ପଡ଼ିଛି । ସୂଚନା ଅଧିକାର ଆଇନ୍ରେ ମିଳିଥିବା ତଥ୍ୟ ଅନୁସାରେ ୨୦୧୭ ରୁ ୨୦୧୯ ଓ ୨୦୨୩-୨୪ରେ ମୋଟ ପାଖାପାଖି ୩୫ ଲକ୍ଷ ଟଙ୍କା ବ୍ୟୟରେ ଲାଇଟି ଲଗାଇ ପଞ୍ଚୟତରେ ଅନ୍ଧକାର ଦୂର କରିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ଗାଁ ଗୁଡିକୁ ଦେଖିଲେ ଆଲୋକୀକରଣ କରିବାରେ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଲାଇଟି ଲଗାଇ ବାରେ ବହୁତ ହେରାଫେରୀ ହୋଇଛି । 
ତଥ୍ୟ ଅନୁଯାୟୀ ୨୦୧୭-୧୮ ଆର୍ଥôକ ବର୍ଷରେ ଜଖପୁରା ପଞ୍ଚାୟତରେ ୨ଟି ବଲ୍ରେ ମୋଟ ୧୩ ଲକ୍ଷ ୪୯ ହଜାର ୯୫୦ ଟଙ୍କା (୧୪୯୯୦୦, ୧୨୦୦୦୫୦ ) ବିରଜା ଇଲେକ୍ଟିକାଲର ଠିକାଦାର ୪୯ଟି ଲାଇଟି ଲଗାଇ ବିଲ୍ ନେଇଥିବା ବେଳେ ଆର୍ଥôକ ବର୍ଷ ୨୦୧୮-୧୯ରେ ମା' ଇଲେକ୍ଟିକାଲର ଠିକାଦାର ମୋଟ ୪୧ଟି ଲାଇଟି ଲଗାଇ ୭ଲକ୍ଷ ହଜାର ୭୪୨ ଟଙ୍କା ବିଲ୍ ନେଇଛି । ମାତ୍ର ଦାନଗଦୀ ବ୍ଲକ ତରଫରୁ ସୂଚନା ଅଧିକାର ଆଇନ୍ରେ ଥିବା ସୂଚନା ଅନୁଯାୟୀ ୨୦୨୧ରୁ ୨୦୨୩ ସୁଧା କୌଣସି ଆଲୋକୀକରଣ ପାଇଁ ସରକାରୀ ଯୋଜନା ଆସିନଥିବାରୁ ୨୦୨୪ରେ ଦାନଗଦୀ ବ୍ଲକରେ ଥିବା ୨୩ଟି ପଞ୍ଚାୟତ ପାଇଁ ପାଖାପାଖି ୩୨ ଲକ୍ଷ ଟଙ୍କାରେ ଆଲୋକୀକରଣ କରିବା ପାଇଁ ଆସିଥିବାର ଗୋଟିଏ ଗୋଟିଏ ପଞ୍ଚାୟତ ପାଇଁ ପାଖାପାଖି ୧୪ ଲକ୍ଷ ଟଙ୍କା ବ୍୍ୟୟବରାଦ ହୋଇଥିବା କାର୍ଯ୍ୟ କରୁଥିବା ଠିକାଦାର ସୂଚନା ଦେଇଥିବା ଦେଖିବାକୁ ମିଳିଛି । ମାତ୍ର ୧୭ଟି ପଞ୍ଚାୟତରେ କାର୍ଯ୍ୟ ସରିଥିବା ବେଳେ ଆଉ ୬ଟି ପଞ୍ଚାୟତରେ କାର୍ଯ୍ୟ ଚାଲୁଥିବା ସୂଚନା ମିଳିଛି । ଯାହା କି ଆଲୋକୀକରଣରେ ମହା ଘୋଟାଲା ହୋଇଥିବା ଅଭିଯୋଗ ଆସିଥିବା ବେଳେ ସଂପୂକ୍ତ ସରକାରୀ ବିଭାଗ କିନ୍ତୁ ଏସଂପର୍କରେ ସମ୍ପୂର୍ଣ୍ଣ ନିରବ ରହିଛି । ଯାହା ତଦନ୍ତ ସାପେକ୍ଷ । ଯାହାକୁ ଜିଲା ପ୍ରଶାସନ ଗମ୍ଭୀରତାର ସହିତ ନେଇ ପୂର୍ବରୁ ହୋଇଥିବା ଆଲୋକୀକରଣ ଓ ବର୍ତମାନ ହେଉଥିବା କାର୍ଯ୍ୟର ତଦାରଖ କରି ସମ୍ପୂର୍ଣ୍ଣ ସତ୍ୟ ବାହାରକୁ ଆଣିବାର ଆବଶ୍ୟକ ରହିଛି । ଯେଉଁ ଲାଇଟିର ବଜାର ମୁଲ୍ୟ ୩ ରୁ ୪ ହଜାର ଟଙ୍କାରେ ଉପଲବ୍ଧ ହେଉଛି, ସେହି ଲାଇଟି ଟି ଲଗାଇ ଠିକାସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ବିଲ୍ କରିଛନ୍ତି । ଆଉ ବିଭାଗର ଅଧିକାରୀ ସେମାନଙ୍କୁ ଏକ୍ଷେତ୍ରରେ ସମ୍ପୂର୍ଣ୍ଣ ସାହାଯ୍ୟ କରିଥିବା ମିଳିଥିବା ତଥ୍ୟରୁ ବାରିହୋଇ ପଡୁଛି । ଘୋଟାଲା କରିଥିବା ଠିକାଦାର କିଛି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ତଥା ନିର୍ଦ୍ଧିଷ୍ଟ ଅଞ୍ଚଳର ହୋଇଥିବା ଯୋଗୁ ତାଙ୍କ ପାଇଁ ସବୁ ମାଫ୍ ବୋଲି ସାଧାରଣରେ ଆଲୋଚନା ହେଉଛି ।