ସୁଧୁରିବାର ନାଁ ଧରୁନି; ଖାଲଖମାରେ ପୂର୍ଣ୍ଣ ବିଜୁ ପଟ୍ଟନାୟକ ମାର୍ଗ

ାା ପ୍ରଭାନୁ୍ୟଜ୍ ।ା ଯଖପୁରା : ସଡକ ପଥକୁ ଜୀବନ ରେଖା ବୋଲି ବିବେଚନା କରାଯାଏ । ସଡ଼କ ପଥର ବିକାଶ ହେଲେ ଦେଶ ଓ ରାଜ୍ୟର ବିକାଶ ହୁଏ । ସଡ଼କପଥକୁ ଅତି ଉନ୍ନତ ପ୍ରଣାଳୀରେ ନିର୍ମାଣ କରାଯାଉଛି ବୋଲି ଖୋଦ୍ ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣରେ କହୁଛନ୍ତି । ଉନ୍ନତ ପ୍ରଣାଳୀ ଓ ଦକ୍ଷ ଯନ୍ତ୍ରୀଙ୍କ ସହାୟତାରେ ଦେଶରେ ସଡକ ପଥ ନିର୍ମାଣ ଚାଲୁଛି ବୋଲି କେନ୍ଦ୍ର ସରକାର ଡ଼ିଣ୍ଡିମ ପିଟୁଛନ୍ତି । କିନ୍ତୁ ସଡକ ପଥର ଅବସ୍ଥା କେତେ ସଙ୍କଟାପନ୍ନ ତାହା କଳିଙ୍ଗନଗର ଶିଳ୍ପାଞ୍ଚଳର ବିଜୁ ପଟ୍ଟନାୟକ ମାର୍ଗକୁ ବଡ଼ ପ୍ରମାଣ ଭାବେ ନିଆଯାଇପାରେ । ବିଜୁ ପଟ୍ଟନାୟକ ମାର୍ଗ କଳିଙ୍ଗନଗର ଶିଳ୍ପାଞ୍ଚଳର ଜୀବନ ରେଖା ବୋଲି କୁହାଯାଉଛି ।ଯାହା ଦାନଗଦୀ ମିଲିଟାରୀ ଛକ ଠାରୁ ଆରମ୍ଭ ହୋଇ ତାହା ପଙ୍କପାଳର ବଙ୍ଗଳା ଛକ ପର୍ଯ୍ୟନ୍ତ ଲମ୍ବିଛି ବିଜୁ ପଟ୍ଟନାୟକ ମାର୍ଗ । ବ୍ଲକ୍ର ମୁଖ୍ୟ ରାସ୍ତା ବୋଲି ଧରାଯାଏ । ରାସ୍ତା ଉଭୟ ସୁକିନ୍ଦା ଯାଜପୁର ରୋଡର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ବେଳେ ବଙ୍ଗଳା ଛକରେ ତାହା ୫୩ ନମ୍ବର ଜାତୀୟ ରାଜପଥ ଦୈତାରୀ ଠାରୁ ଆରମ୍ଭ ହୋଇ ପାରାଦୀପ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ସଂଯୋଗ କରୁଛି । ଦୁଇ ଦୁଇଟି ମୁଖ୍ୟ ରାସ୍ତାକୁ ସଂଯୋଗ ଥିବାରୁ ଏହା ଅତି ଗୁରୁତ୍ୱ ପୂର୍ଣ୍ଣରାସ୍ତା । ତାସହିତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଅନେକ କଳକାରଖାନାକୁ ଏହି ରାସ୍ତାରୁ ଶାଖା ରାସ୍ତା ସବୁ ସଂଯୋଗ ହୋଇଛି । ପ୍ରତିଦିନ ଏହି ରାସ୍ତା ଉପରେ ହଜାର ହଜାର ଗାଡ଼ି ନିର୍ଭର କରନ୍ତି ।ସାଧାରଣ ପଥଚାରୀ ଠାରୁ ଆରମ୍ଭ କରି କଳକାରଖାନାକୁ ଆସୁଥିବା ଭାରି ଯାନ ସବୁ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଆଖ ପାଖ ଅଂଚଳର ପ୍ରାୟ କୋଡିଏରୁ ତିରିଶି ହଜାର ଲୋକ ପ୍ରତି ଦିନ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ପ୍ରତିଦିନ କଳିଙ୍ଗନଗରର ବିଭିନ୍ନ କଳକାରଖାନାକୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ଥାନୀୟ ଅଂଚଳର ଅନେକ ଗାଁ ସହର ଲୋକ ଯିବା ଆସିବା କରିଥାନ୍ତି ।
ଖାଲିଯେ କଳକାରଖାନାକୁ ଲୋକମାନେ ଯିବା ଆସିବା କରିଥାନ୍ତି ତାହା ନୁହେଁ ଯେ ହେତୁ ଯାଜପୁର ରୋଡ ପରି ମୁଖ୍ୟ ସହର ରହିଛି ତେଣୁ ସ୍ଥାନୀୟ ଅଞ୍ଚଳର ଲୋକମାନେ ପ୍ରତି ଦିନ ନିଜର ବ୍ୟବସାୟ ହେଉକୁ ବିକା କିଣା ପାଇଁ ଏହି ରାସ୍ତାକୁ ବ୍ୟବହାର କରିଥାନ୍ତି । ଯେହେତୁ ବ୍ୟାସନଗର ପରି ସ୍ୱଂୟ ଶାସିତ କଲେଜ ବ୍ୟାସନଗର ମହାବିଦ୍ୟାଳୟ, ମାନତୀରା ମହାବିଦ୍ୟାଳୟ,ଓ ମୁକୁନ୍ଦପାତ୍ର ମହାବିଦ୍ୟାଳୟ ରହିଛି ଛାତ୍ରଛାତ୍ରୀ ମାନେ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ଯିବା ଆସିବା କରୁଛନ୍ତି । ସେହିପରି ଅନେକ ସ୍କୁଲ୍କୁ ଛାତ୍ର ଛାତ୍ରୀ ମାନେ ଯିବା ପାଇଁ ଏହି ରାସ୍ତା ଦେଇ ଯାଉଥିବାର ଦେଖିବାକୁ ମିଳୁଛି । ଅତି ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଦାନଗଦୀ ଠାରେ ମୁଖ୍ୟ ଡାକ୍ତରଖାନା, ବିଭିନ୍ନ ବ୍ୟାଙ୍କ୍, ପଞ୍ଚାୟତ ଅଫିସ୍,କୃଷି ବିଭାଗ କାର୍ଯ୍ୟାଳୟ,ତହସିଲ୍ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସାପ୍ତାହିକ ହାଟ, ଦାନଗଦୀ ମୁଖ୍ୟ ବଜାର ରହିଛି ତେଣୁ ସ୍ଥାନୀୟ ଆଖ ପାଖ କୋଡ଼ିଏରୁ ପଚିଶଟି ପଞ୍ଚାୟତର ଅନେକ ଲୋକ ପ୍ରତି ଦିନ ନିଜ ନିଜର କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ମାତ୍ର ରାସ୍ତାର ଅବସ୍ଥା ଦେଖିଲେ ଯିବା ଆସିବା କରିବା ପାଇଁ ଡର ଲାଗୁଛି । ବଙ୍ଗଳା ଛକ ଠାରୁ ମିଲିଟାରୀ ଛକ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ନକହିବା ଭଲ ।ରାସ୍ତା ସାରା ଖାଲ ଖମାରରେ ପୂର୍ଣ୍ଣ । ବର୍ଷା ହେଲେ ରାସ୍ତା ମରଣ ଯନ୍ତା ସଙ୍ଗେ ସମାନ । ରାସ୍ତାରେ ବଡ଼ ବଡ ଖାଲ ସବୁ ଥିବାରୁ ବର୍ଷା ପାଣିରେ ତାହା ପୂର୍ଣ୍ଣ ହେଇଯାଉଛି । ସାଧାରଣ ଲୋକଟିଏ ଗଲା ବେଳେ ରାସ୍ତା ପାଣି ଏକାକାର ହୋଇଯାଉଥିବାରୁ କେଉଁଟା ଖାଲ ଆଉ କେଉଁ ସ୍ଥାନ ଭଲ ତାହା ଜଣାପଡୁନାହିଁ । ଫଳରେ ପ୍ରତି ଦିନ ଏହି ଖାଲ ଖମାର ପାଇଁ ଦୁର୍ଘଟଣା ଘଟୁଛି । ସେହିପରି ବିଜୁପଟ୍ଟନାୟକ ମାର୍ଗର ରାସ୍ତା ଦୁଇ ଥାକିଆ ରହିଛି । ସେହି ତୁଳନାରେ ରାସ୍ତା ଉପରେ ଗାଡ଼ି ସଂଖ୍ୟା ଅଧିକ ହେବାରୁ ରାସ୍ତା ଅନେକ ସମୟ ଗହଳି ରହୁଛି । ଟ୍ରାଫିକ ସମସ୍ୟା ଉପୁଜୁଛି । ଅନେକ ଦିନ ଧରି ରାସ୍ତାକୁ ଚାରି ଥାକିଆ କରିବା ପାଇଁ ଅନେକ ଦିନରୁ ଦାବି ହୋଇଆସୁଛି ମାତ୍ର ତାହା କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଦେଖାଯାଉନି କି ଶୁଣା ଯାଉନି । ଏହି ରାସ୍ତାକୁ ଚାରି ଥାକିଆ କରିବା ପାଇଁ କୌଣସି ନେତାଙ୍କ ଆଗ୍ରହ ଥିଲା ପରି ଲାଗୁନାହିଁ । ଏହି ରାସ୍ତାକୁ ଚାରି ଥାକିଆ କରିବା ପାଇଁ ଟେଣ୍ଡର ଆହ୍ୱାନ ହୋଇଥିବା ସତ୍ୱେ ତାହା ହୋଇପାରିଲା ନାହିଁ । ଟେଣ୍ଡରକୁ ପରବର୍ତୀ ମୁହୂର୍ତ୍ତରେ ବାତିଲ କରିଦିଆଗଲା ବୋଲି ଶୁଣିବାକୁ ମିଳେ । ବର୍ଷା ହେଲେ ରାସ୍ତା ଅବସ୍ଥା ବିପଦପୂର୍ଣ୍ଣ ଖରା ହେଲେ ମଧ୍ୟ ରାସ୍ତା ଅବସ୍ଥା ଆହୁରି ବିପଦପୂର୍ଣ୍ଣ । ବିଜୁପଟ୍ଟନାୟକ ମାର୍ଗର ସମାଧାନ ନହୁଏ ତେବେ ସ୍ଥାନୀୟ ଲୋକ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।