କୋଟି କୋଟି ଟଙ୍କା ଖର୍ଚ୍ଚପରେ ବି ଲୋକଙ୍କୁ ମିିଳୁନି ବୁନ୍ଦାଏ ପାଣି

କୋଟି କୋଟି ଟଙ୍କା ଖର୍ଚ୍ଚପରେ ବି ଲୋକଙ୍କୁ ମିିଳୁନି ବୁନ୍ଦାଏ ପାଣି


 ଦଶରଥପୁର: ସ୍ୱଚ୍ଛ ପାନୀୟ ଜଳ ବନ୍ଦାଏ ପାଇଁ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଲୋକମାନଙ୍କୁ ପିଇବା ପାଣି ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଚାଲିଛନ୍ତି । ହେଲେ ଏହି ପ୍ରତିଶ୍ରୁତି କେବଳ ପାଣିରଗାର ସଦୃଶ ହୋଇଛି । ଏବେବି ଲୋକେ ପାଣି ବୁନ୍ଦାଏ ପାଇଁ ହନ୍ତସନ୍ତ ହେବାସହ ଲାଇନ୍ ଦେଇ ଗୋଟାଏ ଗୋଟାଏ ନଳକୂପରୁ ଜୀବନ ବଞ୍ଚାଇବା ପାଇଁ ପାଣି ସଂଗ୍ରହ କରୁଛନ୍ତି । ଏପରି ହାହାକର ଅବସ୍ଥା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍ରେ । ବ୍ଲକ୍ରେ ପାଣି ପାଇଁ ଲୋକଙ୍କୁ ବାର ଦୁଆର ହେବାକୁ ପଡ଼ୁଛି । ବ୍ଲକ୍ରେ ଲୋକମାନଙ୍କୁ ପିଇବା ପାଣି ଯୋଗାଇ ଦେବାପାଇଁ ମେଗା ପ୍ରକଳ୍ପ ନାମରେ ପ୍ରାୟ ୨୫୦କୋଟି ଟଙ୍କା ସରକାର ଖର୍ଚ୍ଚ କରିବାକୁ ସ୍ଥିର କରି ଏହି କମ୍ପାନୀକୁ କାର୍ଯ୍ୟାଦେଶ ଦେଇଥିଲେ । ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ସରିବାର ଅବଧି ଥିଲେ ମଧ୍ୟ ପ୍ରାୟ ୪ ବର୍ଷ ହୋଇଗଲାଣି ଏପର୍ଯ୍ୟନ୍ତ ଗୋଟିଏ ବି ପଞ୍ଚାୟତରେ ଏହି ମେଗା ଜଳ ପ୍ରକଳ୍ପ କମ୍ପାନୀ ପାଣି ମୁନ୍ଦାଏ ଯୋଗାଇ ପାରିଲା ନାହିଁ । ସିଦେ୍ଧଶ୍ୱରଠାରେ ବୈତରଣୀ ନଦୀରୁ ପାଇପ୍ ଯୋଗେ ପାଣି ଆଣି ଏହାକୁ ବିଶୁଦ୍ଧ କରିବାପାଇଁ ଏକ ପ୍ଲାଣ୍ଟ ବସାଇ କାର୍ଯ୍ୟ ଆରମ୍ଭ କରିଛି । ଏଥିସହ ବ୍ଲକ୍ର ୩୫ ଗୋଟି ପଞ୍ଚାୟତରୁ ପ୍ରାୟ ୨୫ ପଞ୍ଚାୟତରେ ଓଭର ହେଡ଼୍ ଟାଙ୍କି କମ୍ପାନୀ ପକ୍ଷରୁ ନିର୍ମାଣ ସରିଥିବାବେଳେ ପ୍ରାୟ ୨୦ଟି ପଞ୍ଚାୟତରେ ବୋରିଂ ସିଷ୍ଟମରେ ପାଣି ଦେବାପାଇଁ ବୋରିଂ ଖୋଳା ସରିଛି । କିନ୍ତୁ ଅଧାପନ୍ତରିଆଭାବେ ଅବଧର ସରିଯାଇଥିଲା ପରେବି ଏହି କମ୍ପାନୀ କାର୍ଯ୍ୟ ଏପର୍ଯ୍ୟନ୍ତ ସମାପ୍ତ କରିପାରୁନଥିବା ନେଇ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଥମେ ଏଷ୍ଟମେଟ୍ର ହୋଇଥିବା ଅର୍ଥର ପ୍ରାୟ ୩ ଗୁଣ ଅର୍ଥ ଡେଭିଏସନ୍ ମାଧ୍ୟମରେ ଏହି କମ୍ପାନୀ ସରକାରଙ୍କଠାରୁ ଅର୍ଥ ନେଇସାରିଥିଲାବେଳେ ଏବେ ସୁଦ୍ଧା ପ୍ରକଳ୍ପ ଶେଷ କରିନି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥାରେ ପୂର୍ବରୁ ଏହି ବ୍ଲକ୍ରେ ବସୁଧା ଜଳ ଯୋଗାଣ ନାମରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ କିଛି ପଞ୍ଚାୟତରେ ଓଭର ହେଡ଼୍ ଟାଙ୍କି କରାଯାଇ ବୋରିଂ ମାଧ୍ୟମରେ ଜଳ ଯୋଗାଇ ଦିଆଯାଉଥିଲା । ଏହି ମେଗା କମ୍ପାନୀ ଖୁବ୍ ଚତୁରତାର ସହ ସେହି ବସୁଧା ଜଳ ଯୋଗାଣକୁ କାଗଜପତ୍ରରେ ମେଗା ଜଳ ଯୋଗାଣ ନାମରେ ଭୁଲ୍ ତଥ୍ୟ ୱେବ୍ସାଇଟ୍ରେ ଏଣ୍ଟ୍ରି କରି ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କରିଥିବାର ଏକ ଚାଞ୍ଚଲ୍ୟକର ତଥ୍ୟ ଜଣାପଡ଼ିଛି । ଏହି କମ୍ପାନୀ କିଛି ପଞ୍ଚାୟତରେ ପାଣି ପାଇପ୍ ବିଛା କାର୍ଯ୍ୟ କରିଥିବାବେଳେ କେତେକ ଜାଗାରେ ଷ୍ଟାଣ୍ଡ ପୋଷ୍ଟ ଆଖିଦେଖାଣିଆଭାବେ ଲଗାଉଛି । ଯେନତେନ ପ୍ରକାରରେ ଠିକାଦାରୀ କାର୍ଯ୍ୟ ସାରି ଅର୍ଥ ଲୁଟିନେବାକୁ କମ୍ପାନୀ ସବୁବେଳେ ପ୍ରୟାସ ଜାରି ରଖିଛି । ପାଇପ୍ ବିଛା କାର୍ଯ୍ୟରେ ପ୍ରତି ପଞ୍ଚାୟତର ପ୍ରାୟ ୨୦ ରୁ ଉଦ୍ଧ୍ୱର୍ ମୁଖ୍ୟ ରାସ୍ତା ଓ ଗ୍ରାମ୍ୟ ରାସ୍ତାକୁ ଏହି କମ୍ପାନୀ ଭାଙ୍ଗି ଚୁନମାର କରିଦେଇଛି । ଯେଉଁ ରାସ୍ତା ଯେଉଁଠି ଭାଙ୍ଗି ପାଣି ପାଇପ୍ ବିଛାଇବ ପରେ ସେହି ରାସ୍ତାକୁ ପୁଣି ପୂର୍ବ ଅବସ୍ଥାଭାବେ ନିର୍ମାଣ କରିବା ନିମନ୍ତେ କମ୍ପାନୀ ସରକାରଙ୍କଠାରେ ଚୁକ୍ତି କରିଥିବାବେଳେ ଭାଙ୍ଗିଥିବା ରାସ୍ତାଗୁଡ଼ିକୁ ନିର୍ମାଣ କରିବାର ନାଁ ଧରୁନି । ଏବେ ପ୍ରବଳ ଗ୍ରୀଷ୍ଟପ୍ରବାହ ଜାରି ରହିଥିବାବେଳେ ନଦୀ ନାଳ ଗଡ଼ିଆ ସହ ଶତାଧିକ ନଳକୂପ ଅଚଳ ହୋଇଗଲାଣି । କେଉଁଠି ନଳକୂପରୁ ହଳଦିଆ ପାଣି ବାହାରୁଛି ତ କେଉଁଠି ଲୁଣି ପାଣି ବାହାରୁଛି । ଫଳରେ ପିଇବା ପାଇଁ ଏହା ଅନୁପଯୁକ୍ତ ହୋଇଥିବାରୁ ଲୋକେ ସ୍ୱଚ୍ଛ ପାଣି ମୁନ୍ଦିଏ ପାଇଁ ଡବଳ ବିକଳ ହେଉଛନ୍ତି । ବ୍ଲକ୍ର ପ୍ରାୟ ପଞ୍ଚାୟତର ଏପରି ଅବସ୍ଥା ଦେଖିବାକୁ ମିଳିଛି । ସରକାରଙ୍କର ଯୋଜନା ଏହି ବ୍ଲକ୍ରେ ସ୍ୱଚ୍ଛ ପାଣି ଲୋକମାନଙ୍କୁ ଯୋଗାଇଦେବା ବଦଳରେ ସମ୍ପୂର୍ଣ୍ଣ ଫ୍ଲପ୍ ମାରିଛି ବୋଲି ଲୋକେ କହିଛନ୍ତି ।