କଳାପଥର ବେପାର ଆଗରେ ରାଷ୍ଟ୍ର ସ୍ୱାର୍ଥ ତୁଚ୍ଛ ! ପଡିବ ତ ଭୂତଳ ତୈଳ ପ୍ରକଳ୍ପର ଶୁଭ?
ଯାଜପୁର,: ଦେଶର ଆର୍ଥôକ ଅଭିବୃଦ୍ଧି ଘଟିଛି । ବିଶ୍ୱର ପଞ୍ଚମ ଅର୍ଥନୈତିକ ସଶକ୍ତ ରାଷ୍ଟ୍ରରେ ଦେଶ ପରିଣତ ହୋଇଛି । ଆଗାମୀ ଦିନରେ ତୃତୀୟ ସ୍ଥାନକୁ ଯାଉଛି । ଓଡିଶା ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ପରିଣତ ହୋଇଛି । ରାଷ୍ଟ୍ର ସ୍ୱାର୍ଥ ସର୍ବୋପରି ନାରା ଦେଇ ରାଜ୍ୟରେ ବିଜେପି ସରକାର ଆଣିବାରେ ଜନତାଙ୍କ ଅବଦାନ ଯେତିକି ରହିଛି, ସେତିକି ଅବଦାନ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ନରେନ୍ଦ୍ର ମୋଦିଙ୍କ ଅବଦାନ ମଧ୍ୟ ରହିଛି । ଏହାକୁ କେହିବି ଅବିଶ୍ୱାସ କରିପାରିବେନି । ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ମୋଦି ରାଷ୍ଟ୍ର ସ୍ୱାର୍ଥ ଆଗ ବୋଲି କହିସାରିଛନ୍ତି । ସଶକ୍ତ ଭାରତ ଗଠନ ସଂକଳ୍ପ ନେଇ ଯେଭଳି କେନ୍ଦ୍ରରେ ବିଜେପି ସରକାର ଆସିପାରିଛି, ଠିକ୍ ଡ଼ବଲ ବିକାଶ ନାରାରେ ଓଡ଼ିଶାବାସୀ ମୋହର ମାରିଛନ୍ତି । କେନ୍ଦ୍ରରେ ବିଜେପି ରାଜ୍ୟରେ ବିଜେପି ସରକାର । ଅର୍ଥାତ ଡ଼ବଲ ଇଞ୍ଜିନ ସରକାର । ବିଜେପି ରାଷ୍ଟ୍ର ସ୍ୱାର୍ଥକୁ ସର୍ବୋପରି ବୋଲି କହି ଆସୁଥିବାରୁ ଡ଼ବଲ ଇଞ୍ଜିନ ସରକାର ଅମଳରେ ବହୁ ପ୍ରତିକ୍ଷିତ ଡଙ୍କାରୀ ଭୂତଳ ତୈଳ ପ୍ରକଳ୍ପର ଶୁଭ ପଡ଼ିବାର ଆଶା କରିବା ସ୍ୱାଭାବିକ । କିନ୍ତୁ ଡଙ୍କାରୀରେ ତୈଳ ପ୍ରକଳ୍ପ ହେବା ନେଇ ସନେ୍ଦହ ଯେଭଳି ଆଗରୁ ଥିଲା ଏବେ ଅଛି ଆଗକୁ ମଧ୍ୟ ରହିବାଟାକୁ ଏଡ଼ାଇ ଦେଇ ହେବନି । ରାଷ୍ଟ୍ରର ବୃହତର ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାର ୧୦ବର୍ଷ ତଳେ ଧର୍ମଶାଳା ତହସିଲ ଅନ୍ତର୍ଗତ ଡ଼ଙ୍କାରୀରେ ତୈଳ ପ୍ରକଳ୍ପ ନିମନ୍ତେ ଘୋଷଣା କରିବା ସହ ବଜେଟରେ ଅର୍ଥ ବରାଦ କରିଥିଲେ । ଯାହା ଅଞ୍ଚଳରେ ଆନନ୍ଦ ଲହରି ଖେଳାଇ ଦେଇଥିଲା । ତା୧୨ା୯ା୨୦୧୪ରିଖରେ ସେ ସମୟରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ଆସନ୍ତା ୫ ବର୍ଷରେ ରାଜ୍ୟରେ ତୈଳ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ୧ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ପ୍ରଥମ ଥର ପାଇଁ ମନ୍ତ୍ରଣାଳୟ ରାଜ୍ୟରେ ଏକ ଭୂତଳ ତୈଳ ଭଣ୍ଡାର ସ୍ଥାପନ କରିବାକୁ ଯାଉଛି । ୩,୮୦୦କୋଟି ଟଙ୍କା ନିବେଶରେ ହେବାକୁ ଥିବା ଏହି ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାରଙ୍କୁ ୪୦୦ ଏକର ଜମି ମଗାଯାଇଛି । ଏଥିପାଇଁ ସବିଶେଷ ରିପୋର୍ଟ ପ୍ରସ୍ତୁତ ହୋଇ ସାରିଛି । ଡଙ୍କାରୀ ପାହାଡ ତଳେ ଟନେଲ କରାଯାଇ ଭୂତଳରେ ତୈଳ ମହଜୁଦ ରଖାଯିବ । ଏହାର କ୍ଷମତା ୩.୭୫ ନିୟୁତ ମେଟି୍ରକଟନ ହେବ । ପ୍ରାକୃତିକ ବିପର୍ଯ୍ୟୟ ଏବଂ ଯୁଦ୍ଧ ଭଳି ଆପଦକାଳୀନ ପରିସ୍ଥିତିରେ ଏହି ଭଣ୍ଡାରରେ ଗଚ୍ଛିତ ତୈଳକୁ ୮ ଦିନ ଲାଗି ବ୍ୟବହାର କରାଯିବ । ଏହା ହେବ ଦେଶର ବୃହତ୍ତମ ତୈଳ ସଂରକ୍ଷଣ ଭଣ୍ଡାର । ପ୍ରକଳ୍ପ ପାଇଁ ତା୧୨ା୯ା୧୪ରୁ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ମଗାଯାଇଛି ବୋଲି ସୂଚନା ଦେଇଥିଲେ । ଡଙ୍କାରୀରେ ତୈଳ ପ୍ରକଳ୍ପ ଘୋଷଣା, ବଜେଟରେ ଅର୍ଥ ବରାଦ, ବିଭାଗୀୟ ମନ୍ତ୍ରୀଙ୍କ ସୂଚନାକୁ ବର୍ଷ ପରେ ବର୍ଷ ବିତି ଗଲାଣି । ହେଲେ ପ୍ରକଳ୍ପ କଥା ଛାଡ଼ ଜମି ଅଧିଗ୍ରହଣ କାର୍ଯ୍ୟ ଦିବାସ୍ୱପ୍ନ ହୋଇଯାଇଛି । ଯାହା ଆଜି ରହିଛି, ତାହା ଆଗାମୀ ଦିନରେ ସମାନ ଅବସ୍ଥା ରହିବା ଆଶଙ୍କା କରାଯାଉଛି । ରାଜ୍ୟରେ ବିଜେଡ଼ି ସରକାର ଥିବା କାରଣରୁ ତୈଳ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଚିହ୍ନଟ କରାଯାଉନଥିବା କଥା କୁହାଯାଉଥିଲା । ରାଜ୍ୟ ସରକାର କଳାପଥର କାରବାର ପାଇଁ ତୈଳ ପ୍ରକଳ୍ପକୁ ଗୁରୁତ୍ୱ ଦେଉନଥିଲେ ଏକଥା ମଧ୍ୟ ଶୁଣିବାକୁ ମିଳୁଥିଲା । ହେଲେ ବର୍ତ୍ତମାନ ଡ଼ବଲ ଇଞ୍ଜିନ ସରକାର ଥିବାରୁ ତୈଳ ପ୍ରକଳ୍ପ ପରି ରାଷ୍ଟ୍ରୟ ସ୍ୱାର୍ଥ ସାଧନ ଆଶା କରିବା ଯର୍ଥାତ ନୁହେଁ । ହେଲେ ତୈଳ ପ୍ରକଳ୍ପ ହବ ନେଇ ସନେ୍ଦହ ପ୍ରକାଶ ପାଇଛି । ଡଙ୍କାରୀ କଳାପଥର ପାହାଡ଼କୁ ରାଜସ୍ୱ ବିଭାଗ ଲିଜ୍ରେ ଦେଇ ସାରିଛି । ନିର୍ବାଚନ ପାଇଁ କିଛିଟାଦିନ ଉତ୍ତୋଳନ ବନ୍ଦ ରହିଥିବା ବେଳେ ଏବେ ଦିନରାତି କଳାପଥର ଖୋଳା ଚାଲିଛି । ଯାହା ତୈଳ ପ୍ରକଳ୍ପ ସ୍ଥାପନକୁ ସନେ୍ଦହ ଘେର ମଧ୍ୟରୁ ଠେଲି ନେଇଛି । କେନ୍ଦ୍ର ସରକାର ପ୍ରକଳ୍ପ ଘୋଷଣା କରିଥିଲେ ହେଁ କାର୍ଯ୍ୟକାରୀ କରିବାକୁ ଆଗ୍ରହ ଦେଖାଇଛନ୍ତି ବୋଲି କେବେ ବି କୁହାଯାଇପାରିବନି । ଏଥିପାଇଁ କି ଚଳିତବର୍ଷ ମାର୍ଚ୍ଚ ମାସ ୫ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ପ୍ରକଳ୍ପ ଏବଂ ସାଧାରଣ ସଭାକୁ ସମ୍ବୋଧନ କରିବାକୁ ଚଣ୍ଡିଖୋଲକୁ ଆସିଥିବା ବେଳେ ଭୂତଳ ତୈଳ ପ୍ରକଳ୍ପ ସଂପର୍କରେ ଟିକେବି କିଛି କହିନଥିଲେ । ପ୍ରଧାନମନ୍ତ୍ରୀ ଓଡିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ସରକାର ଅଙ୍ଗିକାରବଦ୍ଧତା ବୋଲି ପ୍ରକାଶ କରିଥିଲେ ହେଁ ଡଙ୍କରୀରେ ହେବାକୁ ଥିବା ଭୂତଳ ତୈଳ ପ୍ରକଳ୍ପ ନେଇ ପଦୁଟିଏ କହିନଥିଲେ । ଯାହା ଅନ୍ତରାଳ ପଛରେ ପ୍ରକଳ୍ପ ହେବା ନେଇ ସନେ୍ଦହ ହେବା ସ୍ୱାଭାବିକ । ଅପର ପକ୍ଷରେ ଦେଶର ଅନ୍ୟ ତିନୋଟି ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟଚାଲୁଥିବା ବେଳେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବେଆଇନ କଳାପଥର ଚୋରୀ ପାଇଁ ରାଷ୍ଟ୍ରର ବୃହତର ସ୍ୱାର୍ଥ ସାଧନକୁ ଦୀର୍ଘ ୧୦ବର୍ଷ ଧରି ଟାଳି ଦିଆଯାଇ ଆସୁଛି । ଡବଲ ଇଞ୍ଜିନ ସରକାର ଡଙ୍କାରୀ ତୈଳ ପ୍ରକଳ୍ପ ଦିଗରେ ଅଗ୍ରସର ହେଉଛନ୍ତି କି ନାହିଁ ତାହା କେବଳ ଦେଖିବାର ଅଛି ।