ପାଣ୍ଡିଆନଙ୍କ ନାମରେ ଏତଲା
VK pandian
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର : ଭିକେ ପାଣ୍ଡିଆନଙ୍କ ନାମରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଆଇନଜୀବୀ ସୁଧିର ଚରଣ ମହାନ୍ତି ଏତଲା ଦେଇଛନ୍ତି । ଖଣି ମାଲିକଙ୍କ ଠାରୁ ପାଣ୍ଡିଆନ୍ କୋଟି କୋଟି ଟଙ୍କା ଉତ୍କୋଚ ନେଇଛନ୍ତି । କମ୍ପାନୀଗୁଡ଼ିକୁ ସେ ଅନୁକମ୍ପା ଦେଖାଇଛନ୍ତି । ବିପୁଳ କଳା ଟଙ୍କାକୁ ସେ ଧଳା କରିଥିବା ନେଇ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି । ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରିବ ନା ଏଫଆଇଆରକୁ ଶୀତଳ ଭଣ୍ଡାରରେ ପକାଇଦେବ ତାହା ଦେଖିବାକୁ ବାକି ରହିଲା ।