ଘର ଯେମିତି ନେଇଥିଲି ସେମିତି ଫେରାଇବି : ବବି ଦାସ
pranab prakash das
ଭୁବନେଶ୍ୱର : ବବି ଦାସଙ୍କ ସରକାରୀ ଘର ଭଙ୍ଗା ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ସେ ବିବୃତ୍ତି ରଖିଛନ୍ତି । ଗଣମାଧ୍ୟମରେ ବଢେ଼ଇ ଚଢେ଼ଇ ଖବର ପ୍ରସାରଣ କରାଯାଉଥିବାରୁ ବବି ଏହାର ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତିଯେ, ସେ ବିଜେଡ଼ିର ସାଧାରଣ ସାଂଗଠନିକ ସମ୍ପାଦକ ଥିଲେ । ତାଙ୍କ ପାଖକୁ ପ୍ରତିଦିନ ଅନେକ ନେତା ଭେଟିବାକୁ ଆସୁଥିଲେ । ସେମାନଙ୍କ ବସିବା ପାଇଁ ଓ ଅନ୍ୟ ସୁବିଧା ପାଇଁ ସେ କିଛି ନିର୍ମାଣ କାର୍ଯ୍ୟ କରିଥିଲେ । ତେବେ ସରକାରୀ ଘର ଛାଡ଼ିବା ପାଇଁ ତାଙ୍କ ପାଖରେ ସମୟ ରହିଛି । ସରକାରୀ ନିୟମ ଅନୁସାରେ ଘର ଯେମିତି ନେଇଥିବ, ସେମିତି ହିଁ ଫେରାଇବା କଥା । ଏନେଇ ସେ ସାଧାରଣ ପ୍ରଶାସନ ବିଭାଗକୁ ମଧ୍ୟ ଜଣାଇଛନ୍ତି । କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ କିଛି ନଜାଣି ଏଭଳି ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣ କରୁଥିବାରୁ ସେ ତାହାର ନିନ୍ଦା କରିଛନ୍ତି ।