ଅସହାୟଙ୍କୁ ଜିଲ୍ଲା ପ୍ରଶାସନର ସହାୟତା


ଢେଙ୍କାନାଳ ଜିଲ୍ଲାର ନିହାଲପ୍ରସାଦ ଥାନା ଅନ୍ତର୍ଗତ ଦଶମାଣପାଟଣା ଗ୍ରାମର ଅଧିବାସୀ ଶୁକଦେବ ବେହେରା ନିଜ ତଥା ନିଜ ପରିବାର ପ୍ରତିପୋଷଣ ପାଇଁ ଢେଙ୍କାନାଳରୁ ଶ୍ରୀକ୍ଷେତ୍ର ପୁରୀକୁ ଯାଇଥିଲେ । ସେଠାରେ ସେ ଗୋଟେ ଲୁନା ଗାଡିରେ ସାହି ସାହି ବୁଲି ପାମ୍ପଡ ନଳି ଭଳି ସାମଗ୍ରୀ ବିକ୍ରି କରି ଚଳୁଥିଲେ । ପାଖରେ ନିଜର ସ୍ତ୍ରୀ ଓ ଛୁଆଙ୍କୁ ରଖିଥିଲେ । ମାତ୍ର କିଛିଦିନ ତଳେ ସେ ଲୁନାରେ ବୁଲି ବ୍ୟବସାୟ କରୁଥିବାବେଳେ ଅକସ୍ମାତ ଭାବେ ମୃତୁ୍ୟବରଣ କଲେ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରରେ ଭାଇରାଲ ହେଇଥିଲା । ଭିଡିଓଟି ମଧ୍ୟ ଖୁବ ହୃଦୟବିଦାରକ ଥିଲା । ଏହି ସମ୍ବନ୍ଧରେ ଜିଲ୍ଲାପ୍ରଶାସନ ଅବଗତ ହେଲା ପରେ ଗତକାଲି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପୂର୍ବକ ସ୍ୱର୍ଗତ ଶୁକଦେବଙ୍କ ପତ୍ନୀ ଅଖାଜି ବେହେରାଙ୍କୁ ୩୦୦୦୦ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ମୃତକଙ୍କ ପରିବାର ମଧ୍ୟ ରାସନ କାର୍ଡ ଅନ୍ତର୍ଭୁକ୍ତ ଅଟନ୍ତି ଏବଂ ତାଙ୍କର ନିଜର ପକ୍କା ଘର ମଧ୍ୟ ରହିଛି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସାହାର୍ଯ୍ୟ ଓ ସହଯୋଗ ମଧ୍ୟ କରାଯିବା ନେଇ ମୃତକଙ୍କ ପରିବାର ବର୍ଗଙ୍କୁ ଆଶ୍ୱସନା ଦିଆଯାଇଛି । ଏହା ସହିତ ଆଗାମୀ ଦିନରେ ତାଙ୍କ ପରିବାର କିଭଳି ଆତ୍ମନିର୍ଭରଶୀଳ ହେଇପାରିବ ସେ ଦିଗରେ ମଧ୍ୟ ପ୍ରଶାସନ ପଦକ୍ଷେପ ନେବେ ବୋଲି ସୂଚନା ପ୍ରଦାନ କରିଥିଲେ ।