ପତ୍ନୀଙ୍କୁ ହତ୍ୟା ନେଇ ଥାନାରେ ମାମଲା ରୁଜୁ

ାା ପ୍ରଭାନୁ୍ୟଜ ।ା  ଢେଙ୍କାନାଳ:  ସଦର ଥାନା ଭାପୁର ଫାଣ୍ଡି ବାଲ୍ୟାମ୍ବା ଗ୍ରାମରେ ସ୍ୱାମୀ କୀଟନାଶକ ଖୁଆଇ ନିଜ ସ୍ତ୍ରୀକୁ ମାରିଦେଇଛି । ସ୍ୱାମୀର ଅନୈତିକ ସଂପର୍କକୁ ନେଇ କହିବାରୁ ସ୍ୱାମୀ ତାଙ୍କୁ ହତ୍ୟା କରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ବାଙ୍କି ଜିଲ୍ଲା କଡାବନ୍ଧ ଗ୍ରାମର ପ୍ରେମାନନ୍ଦ ପ୍ରଧାନଙ୍କ ଝିଅ ଅମ୍ରିତା ଗତ ୧୧ବର୍ଷ ତଳେ ଢେଙ୍କାନାଳ ଭାପୁର ଫାଣ୍ଡି ବାଲ୍ୟାମ୍ବା ଗ୍ରାମର ପ୍ରଶାନ୍ତ ରଣାଙ୍କୁ ବିବାହ କରିଥିଲେ । ଉଭୟଙ୍କର ୨ଟି ପିଲା ରହିଛନ୍ତି । ପ୍ରଶାନ୍ତ ନିଜ ପତ୍ନୀଙ୍କୁ ସବୁବେଳେ ମାରପିଟ କରନ୍ତି ।  ସେ ଏକ କାଜୁ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ସେଠାରେ ଜଣେ କର୍ମଚାରୀଙ୍କ ସହ ତାଙ୍କର ଅନୈତିକ ସଂପର୍କ ରହିଛି । ଏହାକୁ ନେଇ ଅମ୍ରିତା ପ୍ରତିବାଦ କରିବାରେ ଉଭୟଙ୍କ ମଧ୍ୟରେ ଝଗଡା ହୁଏ । ଗତକାଲି ଅମ୍ରିତାଙ୍କୁ ତାଙ୍କ ସ୍ୱାମୀ ଜବରଦସ୍ତ କୀଟନାଶକ ପିଆଇ ଦେଇଥିଲେ । ଆଖପାଖ ଲୋକେ ତାଙ୍କୁ ଉଦ୍ଧାର କରି ଶଙ୍କରପୁର ଠାରେ ଥିବା ଘରୋଇ ଚିକିତ୍ସାଳୟକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅନ୍ୟପକ୍ଷରେ ଖବର ପାଇ ଅମ୍ରିତାଙ୍କ ପରିବାର ଲୋକ ପହଞ୍ଚôଲା ବେଳକୁ ତାଙ୍କର ମୃତୁ୍ୟ ହୋଇଯାଇଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଖବରପାଇ ଭାପୁର ଫାଣ୍ଡି ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚô ତଦନ୍ତ କରିଛନ୍ତି । ମୃତ ଅମ୍ରିତାଙ୍କ ଭାଇ ଅନିଲ ପ୍ରଧାନ କୁହନ୍ତି ଯେ, ପ୍ରଶାନ୍ତ ପ୍ରତିଦିନ ମଦ ପିଇ ତାଙ୍କ ଭଉଣୀଙ୍କୁ ମାରପିଟ୍ କରନ୍ତି । ଗତକାଲି ସକାଳେ ତାଙ୍କ ଭଉଣୀଙ୍କୁ ଚାଉଳମରା ଔଷଧ ପିଆଇ ମାରିଦେଇଛନ୍ତି । ଭିଣୋଇ ଅନ୍ୟ ଏକ ଝିଅ ସହ ସଂପର୍କ ରଖି ଭଉଣୀକୁ ନିର୍ଯାତନା ଦେବା ସହ ୩ ଲକ୍ଷ ଟଙ୍କା ଯୌତୁକ ପାଇଁ ଦାବି କରୁଥିଲେ । ସୁବିଧା ଦେଖି  ଦିଆଯିବ ବୋଲି କୁହାଯାଇଥିଲା । ଏବଂ ଗତ ସପ୍ତାହରେ ୩୦ ହଜାର ଟଙ୍କା ପ୍ରଶାନ୍ତକୁ ଦିଆଯାଇଛି ବୋଲି ଅନିଲ କହିଛନ୍ତି । ଏ ନେଇ ଭାପୁର ଫାଣ୍ଡିି ଅଧିକାରୀ  ଶାନ୍ତନୁ ପ୍ରଧାନ କୁହନ୍ତି ଯେ, ମୃତ ଅମ୍ରିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ୮୭୮/୨୪ରେ ଏକ ମାମଲା ରୁଜୁ କରାଯାଇଛି । ଘଟଣା ପର ଠାରୁ ଅଭିଯୁକ୍ତ ଫେରାର ରହିଛି । ପ୍ରଶାନ୍ତଙ୍କ ଘରେ ତାଙ୍କର ବିଧବା ବୁଢୀ ମା’ ରହିଛନ୍ତି । ତାଙ୍କର କାହା ସହ ପ୍ରେମ ସଂପର୍କ ଥିଲା କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ ।