ଟ୍ୟାକ୍ସ ନେଉଛି ଆର୍ଏମ୍ସି  ,  ଦୁର୍ଗନ୍ଧ କିଣୁଛି ଜନତା; ଆବର୍ଜନାରେ ସଢୁଛି ପରିବା ମାର୍କେଟ୍ 

ାା ପ୍ରଭାନୁ୍ୟଜ ।ା କୁଆଖିଆ: ରସୁଲପୁର ବ୍ଲକର କୁଆଖିଆ ବଜାରରେ ଥିବା ଦୈନିକ ପରିବା ମାର୍କେଟ୍ଟି ଏବେ ନାନାଦି ସମସ୍ୟା ଦେଇ ଗତି କରୁଛି । ୧୬ ନଂ ଜାତୀୟ ରାଜପଥ କଡରେ ଥିବା ବିଜୁ ଗ୍ରାମୀଣ ବଜାର ମଧ୍ୟରେ ଏହି ପରିବା ମାର୍କେଟ୍ ବହୁ ଲୋକଙ୍କ ଆବଶ୍ୟକତାକୁ ଦୂର କରୁଥିବା ବେଳେ ଏହାର ପୁତିଗନ୍ଧମୟ ପରିବେଶକୁ ନେଇ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ନିୟନ୍ତ୍ରିତ ବଜାର କମିଟି ଯାଜପୁରଙ୍କ ଅଧିନରେ ଥିବା ଉକ୍ତ ସ୍ଥାନଟି ଚାଲୁଥିବା ବ୍ୟବସାୟ ବାଣିଜ୍ୟ ପାଇଁ ବିଭାଗ ଟ୍ୟାକ୍ସ ନେଉଛନ୍ତି । ହେଲେ ଏହାର ପରିବେଶ ପ୍ରଦୂଷଣ, ସୁରକ୍ଷା ଓ ସ୍ୱଛତା ପ୍ରତି ସଚେତନ ନଥିବା ଦେଖାଯାଉଛି । ମାର୍କେଟ୍ଟି ଜାତୀୟ ରାଜପଥ କଡରେ ଚାଲୁଥିବାରୁ ପ୍ରତ୍ୟେକ ଦିନ ଲୋକମାନେ ସବୁଜ ପରିବା କିଣିବା ଉଦେ୍ଦଶ୍ୟରେ ରଜପଥ ଉପରେ ସେମାନଙ୍କ ଯାନବାହନ ଗୁଡିକ ରଖି ପରିବା କିଣୁଛନ୍ତି । ଯାହା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ଦେଖା ଦେଉଛି । ମାର୍କେଟ୍ରେ ଏଥିପାଇଁ କମିଟି ପକ୍ଷରୁ ଗାଡି ପାର୍କିଂର ବ୍ୟବସ୍ଥା ନଥିବାରୁ ରହୁଥିବା ଗାଡି ଗୁଡିକ ସାଧାରଣ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି । ବିକ୍ରି ପାଇଁ ଆସୁଥିବା ପରିବାରୁ ବାହାରୁଥିବା ଅଦରକାରୀ ପଚା ପରିବାକୁ ବାହାରେ ନଫୋପାଡ଼ି ମାର୍କେଟ୍ ଉପରେ କୁଢକୁଢ ପଡି ରହିବା ଫଳରେ ସେସବୁ ପଚି ପରିବେଶ ପ୍ରଦୂଷଣ ବଢୁଛି ।
 ବିଭାଗ ପକ୍ଷରୁ ମାର୍କେଟ୍ରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଜଳୁନଥିବା ବେଳେ ବର୍ଷା ହେଲେ ମାର୍କେଟ୍ ଭିତରେ ପାଣି କାଦୁଅ ଜମି ଜନସାଧାରଣଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ଯାହାକୁ ନେଇ ବେଳେ ବେଳେ ବଜାର ମଧ୍ୟରେ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳେ । ବିଶେଷ କରି ଏହି ମାର୍କେଟ୍ ସହିତ ନିକଟରେ ଥିବା ଥାନା, ତହସିଲ ପରି ଗୁରୁତ୍ତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟର ସଂଯୋଗ ଥିବାବେଳେ ଗହଳିପୂର୍ଣ୍ଣ ଯାନବାହନ ଗୁଡିକ ପାଇଁ ଅତ୍ୟାବଶ୍ୟକ ସେବାରେ ସମସ୍ୟା ଦେଖା ଦେଉଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବଜାର ତଥା ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।