ଟାଟା ପାୱାରର କୌଶଳ ବିକାଶ କେନ୍ଦ୍ର ଉଦଘାଟିତ

 ଉତ୍ତର ଓଡିଶାରେ ବିଦୁ୍ୟତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଉପଖଣ୍ଡରେ କର୍ମଚାରୀ ମାନଙ୍କୁ ତାଲିମ ପ୍ରଦାନ ପାଇଁ ଏକ ମାତ୍ର କୌଶଳ ବିକାଶ କେନ୍ଦ୍ର କୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ମୁଖ୍ୟ ପରିଚାଳନା ନିଦେ୍ର୍ଦଶକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ଜଣାଯାଇଛି । ବେତନଟୀ ଉପଖଣ୍ଡ ଅଧିକାରୀ ଇଁ ଶୁଭ ଦୀପ୍ତ ମିଶ୍ର ଏବଂ ସହକାରୀ ମ୍ୟାନେଜର ଇଁ ଅଶ୍ୱିନୀ କୁମାର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ବାଲେଶ୍ୱର ଭଦ୍ରଖ କେନ୍ଦୁଝର ଓ ଯାଜପୁର ଜିଲ୍ଲା ମାନଙ୍କରୁ କାର୍ଯ୍ୟରତ କ୍ଷେତ୍ର କର୍ମଚାରୀ ମାନଙ୍କୁ ଏଠାରେ ଆବଶ୍ୟକ ତାଲିମ ପ୍ରଦାନ କରାଯିବ ବୋଲି ଟାଟା ପାୱାର ର ବରିଷ୍ଠ ଅଧିକାରୀ ମାନେ କହିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଚିଫ ପ୍ରୋଜେକ୍ଟ ମ୍ୟାନେଜର ପ୍ରଦୀପ କୁମାର ମହାନ୍ତି, ମାନବ ସମ୍ବଳ ଏବଂ ପ୍ରଶାସନ ମୁଖ୍ୟ ରମେନ୍ଦ୍ର ବଣିକ ପରିଚାଳନା ମୁଖ୍ୟ ସନ୍ଦୀପ ପାଲ ଦକ୍ଷତା ବିକାଶ ମୁଖ୍ୟ ସତୀଶ ମହାଜନ ସୁରକ୍ଷା ବିଭାଗର ମୁଖ୍ୟ ତପନ କୁମାର ପାତ୍ର ଏଜିଏମ ଅପରେସନ ତପନ କୁମାର ବେହେରା ନେଟୱାର୍କ ମୁଖ୍ୟ ହରିଶ କୁମାର ଗୁପ୍ତା ଅଧୀକ୍ଷଣ ଯନ୍ତ୍ରୀ ଇଁ ହରିଶ କୁମାର ପଣ୍ଡା ଦକ୍ଷତା ବିଭାଗର ଏଜିଏମ ଅମରେଶ୍ୱର ଶତପଥୀ ନିର୍ବାହୀ ଯନ୍ତ୍ରୀ ଇଁ କାହ୍ନୁଚରଣ ସର୍ଦ୍ଦାର ଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବେତନଟୀ କାର୍ଯ୍ୟାଳୟ ପକ୍ଷରୁ ଜ୍ଞାନରଞ୍ଜନ ପରିଡା ଚନ୍ଦନ ଜେନା ପ୍ରଶାନ୍ତ ସାହୁ  ଶୁଭାଷିଶ ଆଶେ ଦୀପକ ମହାନ୍ତି ରମେଶ ସାହୁ ଶାନ୍ତନୁ ନାୟକ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ସକ୍ରିୟ ଦାୟିତ