ପାନୀୟ ଜଳ ସଂକଟ ସମାଧାନ ପାଇଁ ଅଣ୍ଟା ଭିଡିଲେ ଗୀତାଞ୍ଜଳି
ାା ପ୍ରଭାନୁ୍ୟଜ ।ା ନୀଳଗିରି : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଶ୍ରୀଦେଇପୁର ଗ୍ରାମ କାଇଁଶପାଳ ସାହିରେ ପାନୀୟ ଜଳର ଉକôଟ ସମସ୍ୟା ସହିତ ଉକ୍ତ ସାହିର ରାସ୍ତା ଶୋଚନୀୟ ହୋଇପଡ଼ିଛି । ପାଖାପାଖି ୬୦ ରୁ ୭୦ ପରିବାରର ୨ଶହରୁ ଉର୍ଦ୍ଧ୍ୱ ଲୋକ ଉକ୍ତ ସାହିରେ ଥିବା ଗୋଟିଏ ନଳକୂପ ଉପରେ ଭରଷା କରି ଚଳନ୍ତି । ବର୍ତ୍ତମାନ ବର୍ଷାଋତୁ ଚାଲିଥିବାରୁ ଉକ୍ତ ନଳକୂପରୁ ଗୋଳିଆ ପାଣି ବାହାରିବା ସହିତ ବେଳେବେଳେ ଜିଆ ବାହାରୁଥିବା ଦେଖିବାକୁ ମିଳିଛି । ଲୋକେ ଏହି ପାଣିକୁ ପିଇବା ଫଳରେ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେବା ସହିତ କିଡ୍ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିବାବେଳେ ଗ୍ରାମର ପୂର୍ବତନ ୱାର୍ଡସଭ୍ୟା ଗୀତାଞ୍ଜଳି ଦେହୁରି ନିଜ ସାହିର ଏହି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଦରଖାସ୍ତ ଗ୍ରହଣ କରି ଜିଲ୍ଲାପାଳ ସମସ୍ୟାର ଆଶୁ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରିଥିଲେ । ଏଥିସହିତ ଶ୍ରୀମତୀ ଦେହୁରିି ଉକ୍ତ ସମସ୍ୟା ନେଇ ଜନଶୁଣାଣିରେ ଉପସ୍ଥିତ ଥିବା ବିଧାୟକ ସନ୍ତୋଷ ଖଟୁଆଙ୍କୁ ମଧ୍ୟ ନିବେଦନ କରିଥିବା ଜଣାଯାଇଛି । ଅଭିଯୋଗ ପାଇ ବିଧାୟକ ଶ୍ରୀଯୁକ୍ତ ଖଟୁଆ ମଧ୍ୟ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।