ମୟୂର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ବେତନଟୀ: ବେତନଟୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୟୂର ସାହିତ୍ୟ ସଂସଦର ୨୯ତମ ବାର୍ଷିକ ଉତ୍ସବ ଓ ମୁଖପତ୍ର ବନ ମୟୂରୀ ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅଧିବେଶନକୁ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଅନୁଷ୍ଠାନିକ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜ୍ଜୁନ ସିଂ ଉଦ୍ଘାଟନ କରିଥିଲେ । ପ୍ରଥମ ଅଧିବେଶନରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ୩୫ ଜଣ କବି, କବୟିତ୍ରୀଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା । ଏହି ଅବସରରେ କବିତା ସଂଯୋଜନା କରିଥିଲେ କବି ସନ୍ନାସୀ ପାତ୍ର ଓ କବୟିତ୍ରୀ ସବିତା ମହାନ୍ତି । ଡଃ ମନ୍ଦାକିନୀ ସାହୁ ଓ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ । ଶିଶୁ କଳାକାର କୁମାରୀ ଡଲସି ଜେନା, ପ୍ରିୟାଂଶୀ ସାହୁ ମଞ୍ଚାସୀନ ଥିଲେ । ହରିହର ଦାସ, ନିମାଇଚରଣ ବେହେରା, ସର୍ବେଶ୍ୱର ଜେନା ଓ କୁମାର ବାବୁଲି କବୟିତ୍ରୀ ମିନତୀ ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଦ୍ୱିତୀୟ ଅଧିବେଶନରେ ସଂସଦର ସଭାପତି ଭାସ୍କର ଚନ୍ଦ୍ର ଦ୍ୱିବେଦୀଙ୍କ ଦ୍ୱାରା ସଭାପତିତ୍ୱ କରିଥିବା ବେଳେ ସଂପାଦକ ଯତୀନ୍ଦ୍ରନାଥ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । କବି ନୀରଦ ସୁନ୍ଦର ଜେନା କାର୍ଯ୍ୟକ୍ରମ ସଂଯୋଜନା ଓ କବି ରତିକାନ୍ତ ବେହେରା ସହଯୋଗିତା କରିଥିଲେ । ଏଥିସହ କବୟିତ୍ରୀ ସୌଦାମିନୀ ପଣ୍ଡାଙ୍କ ୧ମ କବିତା ପୁସ୍ତିକା "ଏଇମାଟି ମୋ ମାଆ', ଗାଳ୍ପିକ ଯତୀନ୍ଦ୍ର ନାଥ ସାହୁଙ୍କ ୫ମ ପୁସ୍ତିକା "ଗୁରୁ ବିନା ମୁକ୍ତି ନାହିଁ' 
ଓ ସୁସଂଗଠକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୪ର୍ଥ ପୁସ୍ତିକା (ଆତ୍ମଜୀବନୀ )ମୋ ସାଂଗଠନିକ ଜୀବନ ଧାରା  ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସର୍ବଶ୍ରୀ ସତ୍ୟପ୍ରକାଶ କର, ରମାକାନ୍ତ ସିଂହ, କୁଳମଣି ବାରିକ,  ଭାଗବତ ବେହେରା, ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଅତିଥିମାନେ ଓଡିଆ ଭାଷା ସାହିତ୍ୟ ସମ୍ବନ୍ଧିତ ମୂଲ୍ୟବାନ ତଥା ଉପାଦେୟ ତଥ୍ୟ ପରିବେଷଣ କରିଥିଲେ ।
ଏଥିସହ ·ରିଜଣ ବିଶେଷ ପ୍ରତିଭା ମନ୍ଦାକିନୀ ସାହୁ, ସର୍ବେଶ୍ୱ୍ର ଜେନା, ସହଦେବ ଗିରି, ରମେଶ ଚନ୍ଦ୍ର ଦାଶଙ୍କୁ ମୟୂର ସାହିତ୍ୟ ସଂସଦ ବିଶେଷ ପ୍ରତିଭା ଭାବେ ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ହୋତା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।