ବିପଦରେ ସେତୁ, ମରାମତି ଦାବି

ାା ପ୍ରଭାନୁ୍ୟଜ୍ ।ା ବରୀ: ବରୀ ବ୍ଲକ ବୋଦୁଅ ପଞ୍ଚାୟତର ଏରଡା ଠାରେ ତନ୍ତୀଘାଇ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଇଥିବା ସେତୁର ବାଡ଼ ଭାଙ୍ଗିରୁଜି ଗଲାଣି । ତାହା ସେତୁ ଉପର ଅଂଶରୁ ପିଚୁ ଉଠି ଖାଲ ହେବା ସହିତ ବର୍ଷା ହେଲେ ପାଣି ଜମି ରହୁଛି । ବୋଦୁଅ ପଞ୍ଚାୟତ ସମେତ ବହୁ ଅଞ୍ଚଳ ର ଲୋକମାନେ ପ୍ରତ୍ୟେକ ଦିନ ଏହି ସେତୁ ଦେଇ ଯାତାୟତ କରିଥାନ୍ତି । ଅନେକ ଗାଡି ମଟର ମଧ୍ୟ ଏହି ସେତୁ ଉପରେ ଯାତାୟତ କରିଥାଏ । ସେତୁର ଉଭୟ ପାର୍ଶ୍ୱ ବାଡ ଭାଙ୍ଗିଯିବା ସହିତ ପଦାକୁ ରଡ଼ ଦେଖାଯାଉଛି । ବିଭାଗ ସେତୁ ପ୍ରତି ଦୃଷ୍ଟି ଦେଇ  ସେତୁ ର ଉଭୟ ପାର୍ଶ୍ୱ ବାଡକୁ ମରାମତି ପାଇଁ ସାଧାରଣ ରେ ଦାବି ହୋଇଛି ।