ଦରଦାମ ବୃଦ୍ଧିକୁ ନେଇ ହନ୍ତସନ୍ତ ଖାଉଟି


 ଗଞ୍ଜାମ ଜିଲ୍ଲାରେ ଏବେ ଖାଉଟିଙ୍କୁ ଝଟକା ଲାଗିଛି । ଏବେ ବଜାରରେ ଟମାଟ ୬୦ଆଳୁ ୪୦ ପିଆଜ ୬୦ ତେଲ ପେକେଟ ପ୍ରତି ୨୫ ଟଙ୍କା ବୃଦ୍ଧି ହୋଇଛି । ଲୋକେ କହିଲେଣି ଆଳୁ ମନ୍ତ୍ରୀଙ୍କ ହାତରେ ଆଉ ଦର ଏବେ ନିୟନ୍ତ୍ରଣ ବାହାରକୁ ଗଲାଣି ବୋଲି । ଗଞ୍ଜାମ ଜିଲ୍ଲାକୁ ଡବଲ ଇଞ୍ଜିନ ଝଟକା ନୋ ପ୍ରୋବ୍ଲେମ ଭଳି ମନେ ହେଉଛି ଖାଉଟି ମାନଙ୍କୁ ବୋଲି ଚର୍ଚ୍ଚା ହେଉଛି । ଟମାଟ ଆଳୁ ପିଆଜ ତେଲ ଦରଦାମ ଦେଖି ଅନ୍ୟ ପରିବା ଓ ଅଟା, ସୁଜି ମରିଚ, ହଳଦୀ, ଦର ଯିଏ ଯେତିକି ପାରିଲା ସେତିକିରେ ବିକ୍ରି କରୁଛି । ଯାହାକି ପ୍ରଶାସନର ନିୟନ୍ତ୍ରଣ ବାହାରେ ସାଧାରଣ ଗରିବ ପରିବାର ଦୁଇ ଓଳି ପେଟ ପୁରି ଖାଇବା ମୁଶ୍କିଲ ହୋଇଯାଇଛି । ନୂତନ ସରକାର ଦର ବୃଦ୍ଧି ଯୋଗୁଁ ଦିନକୁ ଦିନ ଲୋକଙ୍କ ରୋଶର ଶିକାର ହେଉଥିବା ଲକ୍ଷ କରଯାଉଛି । ବ୍ୟବସାୟୀଙ୍କୁ ସରକାର ଓ ପ୍ରଶାସନିକ ଅଧିକାରୀ ଭାଷଣ ବାଜୀ ନାଲି ଆଖି ଦେଖାଇବା ଫଳରେ ସାଧାରଣ ଜନତା ମହଙ୍ଗା ମାଡର ସମ୍ମୁଖୀନ ହେଉଥିବା ଚର୍ଚ୍ଚା ହେଉଛି । ଦୀର୍ଘ ତିନି ମାସ ହେଲା ବଜାରରେ ସମସ୍ତ ସାମଗ୍ରୀ ଦର ହୁଁ ହୁଁ ହୋଇ ବଢ଼ିଚାଲିଛି । ନୂତନ ସରକାର ପୂର୍ବ ସରକାରଙ୍କ ଯୋଜନା ଗୁଡ଼ିକର ପରିବର୍ତ୍ତନ ଓ ଦୁର୍ନୀତିର ତଦନ୍ତ ପଛରେ ପଡିଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।