ଲଡୁରେ ଚର୍ବି, ବିଶ୍ୱାସରେ ବିଷ
ଏବେ ସମଗ୍ର ଦେଶରେ ଧର୍ମଜଗତରେ ଚାଞ୍ଚଲ୍ୟ ଖେଳାଇବା ଭଳି ଏକ ଘଟଣା ପ୍ରକାଶ ପାଇଛି । ତାହା ହେଲା ତିରୂପତି ବାଲାଜୀଙ୍କ ଲଡୁ ପ୍ରସ୍ତୁତି କ୍ଷେତ୍ରରେ ଘିଅ ଭାବରେ ଚର୍ବି ଏବଂ ମାଛ ତେଲର ମିଶ୍ରଣ ହୋଇଥିବା ଏକ ଅଭିଯୋଗ ଉଠିଛି । ତିରୂପତିରେ ଭଗବାନ ବାଲାଜୀଙ୍କ ନିକଟରେ ପ୍ରସାଦ ଭାବରେ ଲାଗି ହେଉଥିବା ଏବଂ ଭକ୍ତମାନଙ୍କ ପାଇଁ ବିକ୍ରି ହେଉଥିବା ଲଡୁ ଅତ୍ୟନ୍ତ ଲୋକପ୍ରିୟ, ସୁସ୍ୱାଦୁ ଏବଂ ଭକ୍ତମାନଙ୍କ ମଧ୍ୟରେ ଏହାର ଚାହିଦା ରହିଛି । ଏକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ମିଠା ଭାବରେ ଏହି ଲଡୁକୁ ଖାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ରହିଛି । ଏଥିରେ ଅତ୍ୟନ୍ତ ପୁଷ୍ଟିକର, ଖଣିଜ, ଭିଟାମିନ୍ ଏବଂ ଅଣୁପୁଷ୍ଟିରେ ଭରପୂର ଥିବା ଶୁଖିଲା ଫଳ ତଥା ଅନ୍ୟାନ୍ୟ ପୁଷ୍ଟିକର ଉପାଦାନ ମିଶ୍ରଣ କରାଯାଇଥାଏ । ସେସବୁକୁ ସ୍ୱତନ୍ତ୍ର ଭାବରେ ମନ୍ଦିରକୁ ଆସୁଥିବା ଘିଅରେ ବୁନ୍ଦି ଛଣାଯାଇ ସେହି ବୁନ୍ଦି ସହିତ ମିଶାଇ ଲଡୁ କରାଯାଏ । ଏହି ଲଡୁର ବାସ୍ନା ଯେପରି ମନୋମୁଗ୍ଧକର ସ୍ୱାଦ ମଧ୍ୟ ସେହିପରି ଅତ୍ୟନ୍ତ ରୁଚିକର । ଏହି ଲଡୁର ଏଭଳି ଏକ ଖ୍ୟାତି ଥିବା ସମୟରେ ଏହାର ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥିବା ଘିଅ ଉପରେ ଏକ ପ୍ରଶ୍ନବାଚୀ ଉଠିଲାଣି । ଏହି ଘିଅରେ ଗାଈ ଚର୍ବି, ଘୁଷୁରୀ ଚର୍ବି, ମାଛ ତେଲ ଆଦି ଆମିଷରୁ ବାହାରୁଥିବା ସ୍ନେହସାରର ମିଶ୍ରଣ କରାଯାଉଥିବା ଏକ ରିପୋର୍ଟ୍ ସରକାରୀ ଭାବରେ ଏଇ ନିକଟରେ ପ୍ରକାଶ ପାଇଛି । ଏ ପ୍ରକାରର ଏକ ରିପୋର୍ଟ୍ ଆସିବା ପରେ ଭକ୍ତଙ୍କ ମହଲରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି ।
ସ୍ୱାଧୀନତା ସଂଗ୍ରାମ ସମୟରେ ଈଂରେଜମାନଙ୍କ ବିରୁଦ୍ଧରେ ପ୍ରତିକ୍ରିୟାଶୀଳ ହେବା ପାଇଁ ସିପାହୀମାନଙ୍କ ଭିତରେ ଏହିଭଳି ଏକ ପ୍ରଚାର କରାଯାଇଥିଲା । ଈଂରେଜମାନେ ସିପାହୀମାନଙ୍କୁ ଯୋଗାଇ ଦେଇଥିବା ଏନ୍ଫିଲ୍ଡ ବନ୍ଧୁକରେ ବ୍ୟବହୃତ ହେଉଥିବା ଗୁଳିକୁ ଏକ ଖୋଳ ଭିତରେ ରଖାଯାଉଥିଲା । ଏହି ଖୋଳରେ ଗାଈ ଏବଂ ଘୁଷୁରୀ ଚର୍ବି ବ୍ୟବହାର କରାଯାଉଥିବାର ଏକ ଗୁଜବ ସେତେବେଳେ ଉଭୟ ହିନ୍ଦୁ ଏବଂ ମୁସଲମାନ୍ ସିପାହୀଙ୍କ ମାନଙ୍କ ମଧ୍ୟରେ ଈଂରେଜ ସରକାର ବିରୋଧରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ବର୍ତ୍ତମାନ ତିରୂପତି ଲଡୁ ଘଟଣାରେ କେତେଦୂର ସତ୍ୟତା ରହିଛି ତାକୁ ପୁର୍ନବାର ଯାଞ୍ଚ୍ କରିବାର ଆବଶ୍ୟକତା ରହିଛି । ଏମିତି ବି ଦେଖିବାକୁ ଗଲେ ସମଗ୍ର ଦେଶରେ ବିକି୍ର ହେଉଥିବା ଘିଅର ସୁଦ୍ଧତା ଉପରେ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ବିଭିନ୍ନ ବ୍ରାଣ୍ଡର ଘିଅରେ ଅନ୍ୟାନ୍ୟ ସ୍ନେହସାର ଜାତୀୟ ପଦାର୍ଥର ଅପମିଶ୍ରଣ ହେଉଥିବା ଅତୀତରେ ପ୍ରମାଣିତ ହୋଇଛି । ଏପରିକି ବଜାରରେ ପୂଜା ଉଦେ୍ଦଶ୍ୟରେ ମିଳୁଥିବା ଘିଅ ଏବଂ ତେଲକୁ ମନୁଷ୍ୟମାନଙ୍କ ଖାଦ୍ୟ ଉଦେ୍ଦଶ୍ୟରେ ବ୍ୟବହାର ଅନୁପଯୋଗୀ ବୋଲି ଏହି ପ୍ୟାକେଟ୍ ଉପରେ ଲେଖାଯାଇଛି । ଘିଅ ପ୍ୟାକେଟ୍ ଉପରେ ଯେତେବେଳେ ଏ ପ୍ରକାରର ଏକ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଦିଆଯାଉଛି, ସେଥିରୁ ସ୍ପଷ୍ଟ ହୋଇଯାଉଛି ଯେ ସେହି ଘିଅ ପ୍ରସ୍ତୁତି କ୍ଷେତ୍ରରେ କିଛି ଅଜ୍ଞାତ ପଦାର୍ଥର ମିଶ୍ରଣ କରାଯାଉଛି । ଈଶ୍ୱର ଆରାଧନା ଉଦେ୍ଦଶ୍ୟରେ ବ୍ୟବହୃତ ହେଉଥିବା ଏ ପ୍ରକାରର ଏକ ସମିଦ୍ଧରେ ଅପମିଶ୍ରଣ କରାଯାଇ ଭଗବାନଙ୍କୁ ଠକିବା ପାଇଁ ଚେଷ୍ଟା କରାଯାଉଛି । ଏହି ପୂଜା ଘିଅକୁ ଏବଂ ପୂଜା ଉଦେ୍ଦଶ୍ୟରେ ବିକି୍ର ହେଉଥିବା ତେଲକୁ ପୋଡ଼ା ମୋବିଲ୍ରୁ ପ୍ରସ୍ତୁତ କରାଯାଉଛି ବୋଲି ଏକ ଗୁଜବ ଶୁଣିବାକୁ ମିଳେ । ତେବେ ଏ ସମ୍ପର୍କରେ କୌଣସି ଲାବରାଟୋରୀରେ ଏହାର ପରୀକ୍ଷା କରାଯାଇ ତଥ୍ୟ ଓ ସତ୍ୟକୁ ଲୋକଲୋଚନକୁ ଅଣାଯିବାର ଆବଶ୍ୟକତା ରହିଛି । ତିରୂପତି ବାଲାଜୀ ମନ୍ଦିରରେ ପ୍ରତିଦିନ କୋଟି କୋଟି ଟଙ୍କାର ଲଡୁ ପ୍ରସାଦ ଭାବରେ ବିକ୍ରି ହେଉଛି । ଆଉ ସେହି ପ୍ରସାଦର ବିଶ୍ୱାସରେ ଏବେ ବିଷ ମିଶିଯାଇଛି । ଏବେ ଉଠିଥିବା ବର୍ତ୍ତମାନ ଉଠିଥିବା ସନେ୍ଦହ ଦୂର କରାନଗଲେ ଭବିଷ୍ୟତରେ ହୁଏତ ଏହା ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଉପୁଜୁଛି ।