ପୋଷ୍ଟାଲ୍ ବାଲଟ୍ରେ ଭୋଟ୍ ଦେଲେ ବରିଷ୍ଠ ନାଗରିକ
ହିିଞ୍ଜିଳିକାଟୁ: ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖରେ ଆସିକା ଲୋକସଭା ଆସନ ଓ ଏହା ଅଧୀନ ୭ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ ସମୟରେ ମତଦାନରେ ପୋଷ୍ଟାଲ ବାଲାଟ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ । ତେବେ ନିର୍ବାଚନ ଦାୟିତ୍ୱରେ ରହିଥିବା ସରକାରୀ କର୍ମ·ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ନିର୍ବାଚନ ପରି·ଳନା ଦାୟିତ୍ୱରେ ରହୁଥିବା କାରଣରୁ ସେମାନଙ୍କ ପାଇଁ ପୂର୍ବରୁ ମତଦାନ ବ୍ୟବସ୍ଥା କରିଛନ୍ତି ନିର୍ବାଚନ ଆୟୋଗ । ସେହିପରି ବରିଷ୍ଠବ୍ୟକ୍ତି, ଶାରିରୀକ ଅକ୍ଷମ ଓ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ନିମନ୍ତେ ମଙ୍ଗଳବାର ହିଞ୍ଜିଳିକାଟୁ ପୌରପରିଷଦର ୩ ଜଣ ଓ ବ୍ଳକର ବୟସ୍କଙ୍କ ଘରକୁ ଯାଇ ପୋଷ୍ଟାଲ ବାଲାଟ ହୋମ ଭୋଟିଙ୍ଗ ମତଦାନ ବ୍ୟବସ୍ଥା କରାଯାଇଥିଲା ।
ସେହିପରି ହିିଳିକାଟୁ ବ୍ଳକର ୨୪ ଜଣ ବରିଷ୍ଠ ନିଜର ମତଦାନ ପୋଷ୍ଟାଲ ବାଲାଟ ହୋମ ଭୋଟିଂ ମାଧ୍ୟମରେ ମତଦାନ କରିଥିବା ଜଣାପଡିଛି । ମଙ୍ଗଳବାର ପୋଷ୍ଟାଲ ବାଲାଟ ହୋମ ଭୋଟିଙ୍ଗ ମତଦାନ କାର୍ଯ୍ୟକ୍ରମରେ ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ପ୍ରାର୍ଥୀ ସାଧାରଣ ନିର୍ବାଚନ ନିରପେକ୍ଷତା ଉପରେ ପର୍ଯ୍ୟାବେକ୍ଷକ ଭାବେ ଆସି ତଦାରଖ କରିଥିଲେ । ହିିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟର୍ନିବାହୀ ଅଧିକାରୀ ଯୁବୁଲି ଚରଣ ବେହେରା, ବ୍ଳକ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ହିଞ୍ଜିଳିକାଟୁ ପୌରପରିଷଦ କନିଷ୍ଠ ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ଥାନା ଏସଆଇ ସୁନିଲ କୁମାର କଣ୍ଡଗୋରୀ, ୧୨୯ନଂ ବୁଥର ପୋଲିଂ ଅଧିକାରୀ, ବିଏଲ ଓ ଶିବରାମ ଦଳାଇ, ସିଆରସିସି ଅଖିଳ କୁମାର ପଣ୍ଡା, ଅଙ୍ଗନବାଡ଼ି କର୍ମୀ ସସ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହି ମତଦାନ ବ୍ୟବସ୍ଥାରେ ଅଂଶ ଗ୍ରହଣ କରିଥିଲେ ।