ରାଜନୈତିକ ଦଳମାନଙ୍କ ସହ ପର୍ଯ୍ୟବେକ୍ଷକଙ୍କ ବୈଠକ
ଛତ୍ରପୁର, : ଗଞ୍ଜାମ ଜିଲ୍ଲାର ଆସ୍କା ନିର୍ବାଚନ ନିମନ୍ତେ ସମସ୍ତ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ପ୍ରାର୍ଥୀ ଓ ପ୍ରତିନିଧିମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ଗଞ୍ଜାମ ଜିଲ୍ଲପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡା ଉପସ୍ଥିତ ରହି ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ପ୍ରତିନିଧିମାନଙ୍କୁ ଆଦର୍ଶ ଆଚରଣ ବିଧିର ଅନୁପାଳନ କରି କିଭଳି ଅବାଧ, ମୁକ୍ତ ଓ ନିରପେକ୍ଷ ର୍ନିବାଚନ ହେବ ସେହି ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ତେବେ ହିଞ୍ଜିିଳି ବିଧାନସଭା ଗୁଡିକର ମତଦାନ ଚଳିତମାସ ୨୦ ତାରିଖରେ ଅନୁଷ୍ଠିତ ହେବ । ଏହି ନିର୍ବାଚନର ସମସ୍ତ ଦିଗ ପ୍ରିତି ନଜର ରଖିବା ସହ ପରି·ଳନା ଯେପରି ତୃଟିଶୂନ୍ୟ ରହିବ ସେଥିପାଇଁ ଭାରତୀୟ ନିର୍ବାଚନ କମିଶନର ବିଭିନ୍ନ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । କୌଣସି ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧି ତଥା ଜନସାଧାରଣ ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗଗୁଡିକ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରିପାରିବେ । ରାଜନୈତିକ ଦଳ ଆଦର୍ଶ ଆଚରଣବିଧିର ଅନୁପାଳନ କରି ନିର୍ବାଚନ ଲଢିବାକୁ କୁହାଯାଇଛି । ପ୍ରାର୍ଥୀମାନେ ନିଜର ପ୍ର·ର ପ୍ରସାର କରିବା ନିମନ୍ତେ ବିଭିନ୍ନ ପୋଷ୍ଟର ହୋର୍ଡିଂ, ଖବରକାଗଜ, ବୈଦ୍ୟୁତିକ ଗଣମାଧ୍ୟମ, ସୋସିଆଲ ମିଡିଆରେ ଯାହା ଖର୍ଚ୍ଚ କରୁଛନ୍ତିି ତାହା ର୍ନିଦ୍ଧାରିତ ଖର୍ଚ୍ଚ ତାଲିକାରେ ଜଣାଇବାକୁ କୁହାଯାଇଛି । ପ୍ରାର୍ଥୀ ର୍ନିବାଚନରେ ବ୍ୟବହାର କରୁଥିବା ଯାନବାହନ ଗୁଡିକର ଅନୁମତି ପତ୍ର ଗ୍ରହଣ କରି ସେଗୁଡିକ ସଂପୃକ୍ତ ଯାନବାହନରେ ଦର୍ଶାଇବାକୁ କୁହାଯାଇଛି । ଦୈନିକ ର୍ନିବାଚନ ଖର୍ଚ୍ଛ ନିମନ୍ତେ ସ୍ୱତନ୍ତ୍ର ବ୍ୟାଙ୍କ ଖାତା ଖୋଲି ସେଥିରେ ପରି·ଳନା କରିବାକୁ କୁହାଯାଇଛି । ଯଦି କୌଣସି ଜାଗାରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଥିଲେ ତାହା ପୂର୍ବରୁ ସଂପୃକ୍ତ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି । ଯଦ୍ୱାରା ଉକ୍ତ ବୁଥ୍ର ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ପର୍ଯ୍ୟବେକ୍ଷକଗଣ ମତ ଦେଇଥିଲେ ।