ବିଶ୍ୱକର୍ମା ପୂଜା ମହୋସôବ ଉଦଯାପିତ


 ଏକ ସପ୍ତାହ ବ୍ୟାପୀ ଚାଲିଥିବା ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋସôବ ଶନିବାର ଉଦଯାପିତ ହୋଇଯାଇଛି । ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ପୂଜା କମିଟି ମାନଙ୍କୁ ପୌର ପ୍ରଶାସନ ପକ୍ଷରୁ ସୂଚନା କେନ୍ଦ୍ର ଠାରେ ପୁରସ୍କୃତ କରାଯାଇ ଥିଲା । ଏହି କ୍ରମରେ ଶନିବାର ଉଦଯାପନୀ ସନ୍ଧ୍ୟାରେ ପୁରସ୍କାର ବିତରଣୀ ଉସôବରେ ପାରାଦୀପ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ । ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବିଭିନ୍ନ ୱାର୍ଡ ର ପାରିଷଦ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବାହ୍ୟ ସାଜସଜ୍ଜାରେ ଓଡିଶା ସାମୁଦ୍ରିକ ମସô୍ୟ ଉତ୍ପାଦକ ସଂଘ (ଓମ୍ଫା) ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନ ରେ ଡ୍ରମ୍ଫର୍ ୱନର୍ସ ଆସୋସିଏସନ୍ ଓ ତୃତୀୟ ସ୍ଥାନରେ ଜଗନ୍ନାଥ ଟ୍ରକ୍ ମାଲିକ ସଂଘ ରହି ପୁରସ୍କୃତ ହୋଇଥିଲେ  । ଆଭ୍ୟନ୍ତରୀଣ ସାଜସଜ୍ଜାରେ ପାରାଦୀପ ଟ୍ରକ୍ ମାଲିକ ସଂଘ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ଦ୍ୱିତୀୟ ଏବଂ  ଓଡିଶା ସାମୁଦ୍ରିକ ମସô୍ୟ ଉତ୍ପାଦକ ସଂଘ (ଓମ୍ଫା) ଓ ପାରାଦୀପ ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ୍ ଯୌଥ ଭାବେ ତୃତୀୟ ସ୍ଥାନରେ ରହି ପୁରସ୍କାର ଗ୍ରହଣ କରିଥିଲେ  ।  ଆଲୋକ ସାଜସଜ୍ଜାରେ ପାରାଦୀପ ପୋର୍ଟ ଇଲେକ୍ଟ୍ରିକାଲ ପ୍ରଥମ, ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ଓ ଡ୍ରମ୍ଫର୍ ମାଲିକ ସଂଘ ମିଳିତ ଭାବେ ଦ୍ୱିତୀୟ ସ୍ଥାନ ରେ ରହିଥିବା ବେଳେ ଓଡ଼ିଶା ସାମୁଦ୍ରିକ ମସô୍ୟ ଉତ୍ପାଦକ ସଂଘ (ଓମ୍ଫା) ଓ ପାରାଦୀପ ଟ୍ରକ୍ ମାଲିକ ସଂଘ ମିଳିତ ଭାବେ ତୃତୀୟ ସ୍ଥାନ ଦଖଲ କରିଥିଲେ । ଶାନ୍ତି ଶୃଙ୍ଖଳା ଓ ସାମାଜିକ ବାର୍ତ୍ତା ନେଇ ପ୍ରଥମ ସ୍ଥାନରେ ଓଡ଼ିଶା ସାମୁଦ୍ରିକ ମସô୍ୟ ଉତ୍ପାଦକ ସଂଘ, ଦ୍ୱୀତୀୟ ସ୍ଥାନରେ ପାରାଦୀପ ଟ୍ରକ୍ ମାଲିକ ସଂଘ ଓ ତୃତୀୟ ସ୍ଥାନରେ ଭାରତୀୟ ବନ୍ଦର ମଜଦୁର ସଂଘ କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭାବେ ଭାରତୀୟ ବନ୍ଦର ମଜଦୁର ସଂଘକୁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ  କରାଯାଇଥିଲା ।