ଝାରସୁଗୁଡ଼ାରେ ଫୁଟିଲା ଗୁଳି
Firing @ Jharsuguda

ଭୁବନେଶ୍ୱର : ଝାରସୁଗୁଡ଼ାରେ ଫୁଟିଛି ଗୁଳି । ପୁଣି ମନେ ପକାଇଦେଇଛି ନବ ଦାସଙ୍କ ହତ୍ୟାକାଣ୍ଡ କଥା । ଶାନ୍ତିନଗର ସ୍ଥିତ ଜଣଙ୍କ ଘରେ ପଶି ଫାୟାରିଂ କରାଯାଇଛି । ଦୁଇଜଣ ଦୁର୍ବୃତ ଘରେ ପଶି ଜଣେ ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି । ଯାହା ଏବେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳାଇ ଦେଇଛି । କେଉଁ ପରିସ୍ଥିତିରେ ଗୁଳିକାଣ୍ଡ ଘଟିଛି ତାହା ଏଯାବତ୍ ସ୍ପଷ୍ଟ ହୋଇପାରିନାହିଁ । ପୁଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ ଆରମ୍ଭ ହୋଇଯାଇଛି । ଗୁଳିକାଣ୍ଡ ପରେ ଦୁର୍ବୃତ ଦୁଇଜଣ ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଅଂଚଳର ଥାନାଗୁଡ଼ିକୁ ଆଲର୍ଟ କରିଦିଆଯାଇଛି । ଆଖପାଖ ଅଂଚଳର ସିସିଟିଭିକୁ ବି ଯାଂଚ କରାଯାଉଛି ।