ଇନଷ୍ଟାଗ୍ରାମରେ ମିଳିବନି ବିୟୁଟି ଫିଲ୍ଟର

ଇନଷ୍ଟାଗ୍ରାମରେ ମିଳିବନି ବିୟୁଟି ଫିଲ୍ଟର

ଏଣିକି ଆଉ ଲୋକପ୍ରିୟ ସୋଶାଲ ମିଡିଆ ଆପ୍ ଇନଷ୍ଟାଗ୍ରାମରେ ମିଳିବନି ବିୟୁଟି ଫିଲ୍ଟର। ଆପରୁ ଏହି ଫିଲ୍ଟର ହଟାଇବା ପାଇଁ ନିଷ୍ପତ୍ତି ନେଇଛି ମେଟା ମାଲିକାନା ଇନଷ୍ଟାଗ୍ରାମ। ମେଟା ଘୋଷଣା କରିଛି ଯେ, ଥାର୍ଡ-ପାର୍ଟି ଅଗମେଣ୍ଟେଡ ରିଆଲିଟି (AR) ଟେକ୍ନୋନୋଜିରେ ପ୍ରସ୍ତୁତ ଫିଲ୍ଟର, ଯେଉଁଗୁଡିକ ବାସ୍ତବତାଠାରୁ ବଢେଇ ଚଢେଇ ରୂପ ଦେବାକୁ ବ୍ୟବହାର କରାଯାଏ, ସେଗୁଡିକୁ ପ୍ଲାଟଫର୍ମରୁ ହଟାଇ ଦିଆଯିବ। ଜାନୁଆରୀ 2025 ସୁଦ୍ଧା ଏସବୁ ବିୟୁଟି ଫିଲ୍ଟର ଉପଲବ୍ଧ ହେବ ନାହିଁ ବୋଲି ମେଟା କହିଛି।

ଏହାର ଅର୍ଥ କେବଳ ଇନଷ୍ଟାଗ୍ରାମ ନୁହେଁ, ମେଟା ମାଲିକାନାରେ ଥିବା ହ୍ୱାଟସ୍ଆପ୍ ଏବଂ ଫେସବୁକରେ ମଧ୍ୟ ଏସବୁ ଫିଲ୍ଟର ଉପଲବ୍ଧ ହେବନାହିଁ।