ସ୍କୁଲ ଖୋଲିବା ନେଇ ଏହା କହିଲେ ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ ଖୋଲିବା ନେଇ ଏହା କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ତେବେ ଏହି ପରିସ୍ଥିତିରେ ରାଜ୍ୟବ୍ୟାପୀ ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ଝୁଲି ରହିଛି । ଏହା କରି ଗଣଶିକ୍ଷାମନ୍ତ୍ରୀ ମନ୍ତ୍ରୀ ସ୍କୁଲ ଖୋଲିବା ସମ୍ପର୍କରେ ନିଜର ପ୍ରତିକ୍ରି୍ରୟା ରଖିଛନ୍ତି ।

ସେ କହିଛନ୍ତି ଯେ ସ୍କୁଲ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ପାଣିପାଗ ଦେଖି ସ୍କୁଲ ଖୋଲିବା ବା ବନ୍ଦ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଆଜି ଯାଏଁ ଏହି ନିଷ୍ପତ୍ତି ବଳବତ୍ତର ରହିଛି । ସ୍କୁଲ କେମିତି ଖୋଲିବ ସେନେଇ ବିଭାଗୀୟ ଅଧିକାରମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି । 

ପ୍ରକାଶ ଯେ ଗତ ଏପ୍ରିଏ ୨୫ରୁ ସ୍କୁଲ ଛୁଟି ଘୋଷଣା ହୋଇଥିବାବେଳେ ଜୁନ ୧୮ ତାରିଖରେ ଖୋଲିବାର ଥିଲା । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଅବଧିକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଥିଲେ । ପାଗ ଅନୁକୁଳ ଦେଖି ସ୍କୁଲ ଖୋଲିବା ବା ବନ୍ଦ ରଖିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଥିଲା । ତଦନୁଯାୟୀ ୧୮ ତାରିଖରୁ କିଛି ଜିଲ୍ଲାରେ ସ୍କୁଲ ଖୋଲିଥିବାବେଳେ କିଛି ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି । ଯେଉଁଠି ସ୍କୁଲ ଖୋଲିଛି ସେଠାରେ ସକାଳୁଆ ପାଠପାଢା ହେଉଛି ।