ବୈଷ୍ଣବୀୟ ଦର୍ଶନରେ ଶ୍ରୀଜଗନ୍ନାଥ
ମହାପ୍ରଭୁ ଜଗନ୍ନାଥଙ୍କ ଦେଶ ଭାବରେ ଓଡ଼ିଶା ଖ୍ୟାତ । ଜଗନ୍ନାଥଙ୍କ ସଭ୍ୟତା ହିଁ ଓଡ଼ିଶାର ସଭ୍ୟତାକୁ ବୁଝାଇଥାଏ । ଏହାର ସକଳ ରୀତି ନୀତି, ଚାଲି ଚଳଣି, ସଂସ୍କୃତି ସବୁ କିଛି ଜଗନ୍ନାଥୀୟ ସ୍ମୁତି ଦ୍ୱାରା ଗର୍ବିତ । ନିର୍ବିଶେଷରେ ଏହାର ଧର୍ମ ଜଗନ୍ନାଥ ଧର୍ମ ନାମରେ ଅଭିବ୍ୟଞ୍ଚିତ । ସେ ହେଉଛନ୍ତି ଉକôଳର ପ୍ରାଣପୁରୁଷ । ତାଙ୍କ ବିନା ଉକôଳର ପରିଚୟ ନାହିଁ । ଉକôଳୀୟ ଧର୍ମ-ତତ୍ତ୍ୱକୁ ଦୃଷ୍ଟି ଦେଲେ ଜଗନ୍ନାଥଙ୍କ ଚରିତ, ପୂଜା, ଆରାଧନା, ଯାନି, ଯାତ୍ରା, ଧର୍ମ ନୀତି, ପର୍ବପର୍ବାଣିକୁ ନେଇ ନାନା ଶାସ୍ତ୍ର , ପୁରାଣ, କାବ୍ୟ, କବିତାଦିରେ ବହୁବିଧ ବର୍ଣ୍ଣନା ରହିଛି । ଭାରତୀୟ ଶ୍ରଦ୍ଧା ଓ ପୂଜିତ ଦୁଇ ମହାକାବ୍ୟ ରାମାୟଣ ଓ ମହାଭାରତ ଭଳି ଗ୍ରନ୍ଥରେ ଜଗନ୍ନାଥ ଧର୍ମ ଓ ନାମରେ ସଂକେତ ରହିଛି । ଜଗନ୍ନାଥ ଧର୍ମ ଉପରେ ବହୁ ପ୍ରାଚୀନ ପୁରାଣ ଗୁଡ଼ିକରେ ମସô୍ୟ, ଅଗ୍ନି, ଯାମଳ, ତନ୍ତ୍ର ଶାସ୍ତ୍ରାଦିରେ ଆଲୋଚନା କରାଯାଇଛି । ପବିତ୍ର ଜଗନ୍ନାଥ ପୀଠ ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ସମୟରେ ଧର୍ମ ପ୍ରଚାରକ, ଭକ୍ତ ଓ ଦାର୍ଶନିକମାନେ ଐଶ୍ୱରୀୟ ପ୍ରେରଣା, ଇପ୍ସିତ ମୁକ୍ତି, ପାରମାର୍ଥିକ ଜ୍ଞାନ ଲାଭ ପାଇଁ ଧାଇଁ ଆସିଛନ୍ତି । ପ୍ରତ୍ୟେକ ଧର୍ମାଚାରୀଗଣଙ୍କୁ ଜଗନ୍ନାଥ ଧର୍ମ, ଦର୍ଶନ ଓ ଉପାସନା ପ୍ରତି ପ୍ରଭାବିତ ହେବା ସହ ଅନୁପ୍ରାଣିତ ହୋଇଛନ୍ତି ଓ ତାହାର ମହିମା ପ୍ରଚାର କରିଛନ୍ତି । ପୁନଶ୍ଚ ଏହି ଧର୍ମାଚାରୀମାନେ ସ୍ୱକୀୟ ଧର୍ମର ଉପାସ୍ୟ ଦେବତାଙ୍କୁ ପୂର୍ଣ୍ଣବ୍ରହ୍ମ ବା ଅବତାର ରୂପେ ମାନିନେଇଛନ୍ତି । ସେଭଳି ଆଲୋଚ୍ୟ ପ୍ରସଙ୍ଗ ବୈଷ୍ଣବ ଧର୍ମାବଲମ୍ବୀମାନଙ୍କ ମତରେ ଶ୍ରୀକୃଷ୍ଣ କେବଳ ପୂର୍ଣ୍ଣବ୍ରହ୍ମ ବା ଅଂଶୀ ଓ ଅନ୍ୟାନ୍ୟ ଦେବତାମାନେ ତାଙ୍କର ଅଂଶ ବିଶେଷ । ଅନ୍ୟ ଅର୍ଥରେ କୁହାଯାଏ ଶ୍ରୀକୃଷ୍ଣ , ଅବତାରୀ ଅନ୍ୟମାନେ ତାଙ୍କର ଅବତାର । ଭାଗବତରେ ଉଲ୍ଲେଖିତ - " ଏତେଚାଂଶ କଳା ପୁଂସଃ କୃଷ୍ଣସ୍ତ ଭଗବାନ ସ୍ୱୟମ୍ " ଉକ୍ତିକୁ ଆଧାର କରି ବୈଷ୍ଣବମାନେ ଶ୍ରୀକୃଷ୍ଣଙ୍କ ଭଗବତ୍ୱକୁ ପ୍ରମାଣ ସିଦ୍ଧ କରିଛନ୍ତି ।
ରାମୋପାଷକ ବୈଷ୍ଣବମାନେ ରାମଙ୍କୁ ଅବତାରୀ ଓ ଅନ୍ୟମାନଙ୍କୁ ଅବତାର ଭାବରେ ମାନିନେବା ବେଳେ ଉକôଳୀୟ ବୈଷ୍ଣବମାନେ ଜଗନ୍ନାଥଙ୍କୁ ଅବତାରୀ ଭାବେ ଗ୍ରହଣ କରିବା ସହ ରାମକୃଷ୍ଣାଦିଙ୍କୁ ତାଙ୍କର ଅବତାର ଭାବେ ମଧ ଗ୍ରହଣ କରିଥାନ୍ତି । ସେମାନଙ୍କ ଦୃଷ୍ଟିରେ ପବିତ୍ର ଜଗନ୍ନାଥ ଧାମ ହେଉଛି ଜଗନ୍ନାଥଙ୍କ ମହାନିତ୍ୟ ବିହାର ସ୍ଥଳୀ । ଶ୍ରୀକ୍ଷେତ୍ରହିଁ ଗୋଲକପୁର, ମର୍ତ୍ତାବୃନ୍ଦାବନ, ଲୀଳା ସକାମ ହେତୁ ମାଧୁର୍ଯ୍ୟବିମଣ୍ଡିତ ଓ ସକଳ ତୀର୍ଥ କ୍ଷେତ୍ରର ଆଧାର ରୂପେ ପରିଗଣିତ । ଏଠାରେ ଅଯୋଧ୍ୟା, ଦ୍ୱାରିକା, ମଥୁରା, ବୃନ୍ଦାବନ, ସପ୍ତାବରଣ ପୀଠାଦି ନିତ୍ୟସ୍ଥଳୀ ଜଗନ୍ନାଥ କ୍ଷେତ୍ର ଭିତରେ ଏକକାର ପାଲଟି ଯାଇଛି । ଯଶୋବନ୍ତ ଦାସ ତାଙ୍କ ' ପ୍ରେମଭକ୍ତି ଚରିତାମୃତ'ରେ ଉଲ୍ଲେଖ ଅଛି- " ଦେଖ ଏ ନିତ୍ୟ ନୀଳାଚଳ, ସକଳ ତୀର୍ଥଙ୍କର ଆଳ । ଗୋପ ମଥୁରା ବୃନ୍ଦାବନ, ଦ୍ୱାରିକା ଆଦି ଯେତେ ସ୍ଥାନ । ସକଳ ଏହି ସ୍ଥାନେ ପାଇ , ଆବର କାଶୀ ମଧ୍ୟ ହୋଇ । କୋଟିଏ ତୀର୍ଥ ଏ କ୍ଷେତ୍ରରେ , ମହିମା କହିଲେ ନସରେ ।’ କହିବାର ଅର୍ଥ ହେଉଛି ଅର୍ଜୁନ ତିନିଲୋକରେ ସର୍ବ ଶ୍ରେଷ୍ଠ ସ୍ଥାନ ଦର୍ଶନକରିବାକୁ ଇଛା ପ୍ରକାଶ କରିବାରୁ ଶ୍ରୀକୃଷ୍ଣ ପୁରୁଷୋତ୍ତମ କ୍ଷେତ୍ର ଦର୍ଶନ ପାଇଁ ନିଦେ୍ର୍ଦଶ ଦେଇଥିଲେ । ଭୂପତି ପଣ୍ଡିତ ମଧ୍ୟ ତାଙ୍କ 'ପ୍ରେମ ପଞ୍ଚାମୃତ' କାବ୍ୟରେ ଏହାକୁ ସମର୍ଥନ କରିଛନ୍ତି । ଉକôଳୀୟ ବୈଷ୍ଣବମାନେ ଜଗନ୍ନାଥଙ୍କର ପୂର୍ଣ୍ଣ ବ୍ରହ୍ମତ୍ୱ ଓ ନୀଳାଚଳର ମହିମାକୁ ସ୍ୱୀକାର କରିଛନ୍ତି । ବୌଦ୍ଧ ମାନଙ୍କ ଦୃଷ୍ଟିରୁ ଜଗନ୍ନାଥ ବୌଦ୍ଧ । ପ୍ରାଚୀନ କବିବୃନ୍ଦ ଜଗନ୍ନାଥଙ୍କୁ ଆଦିବୁଦ୍ଧ କହିଥିବା ବେଳେ ଜୈନମାନେ ଜଗନ୍ନାଥଙ୍କୁ ଋଷଭନାଥ କହନ୍ତି । ଶୈବ୍ୟମାନେ ଜଗନ୍ନାଥଙ୍କୁ ଶିବ ବୋଲି ଦର୍ଶାଇଥାନ୍ତି । ଶାକ୍ତମାନଙ୍କ ଦୃଷ୍ଟିରୁ ଜଗନ୍ନାଥ ହେଉଛନ୍ତି ମୂରଲୀମୋହନ ଗୋପୀଜନ ହୃଦୟହାରୀ ନନ୍ଦ ନନ୍ଦନ ଶ୍ରୀକୃଷ୍ଣ । ସେଭଳି ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକମାନେ ତାଙ୍କୁ ବୈଦିକ ଦେବତା ପୁରୁଷୋତ୍ତମ ବୋଲି ଦର୍ଶାଇଛନ୍ତି । ଏସବୁ ଦୃଷ୍ଟିରୁ ଜଗନ୍ନାଥ ହେଉଛନ୍ତି ସକଳର ସମାହାର ଓ ସମନ୍ୱିତ ରୂପ । ବୌଦ୍ଧଧର୍ମର ମହାଯାନ ଶାଖାର ପ୍ରଚଳନ ଯୋଗୁ ବୌଦ୍ଧ ଓ ହିନ୍ଦୁ ଧର୍ମ ଭିତରେ ସମନ୍ୱୟ ସ୍ଥାପିତ ହେଲା ସେତେବେଳେ ଜଗନ୍ନାଥଙ୍କ ଠାରେ ବୁଦ୍ଧତ୍ୱ ଆରୋପଣ କରିଥିଲେ । ଏପରିକି ଜଗନ୍ନାଥଙ୍କୁ ବୁଦ୍ଧ ରୂପରେ ପ୍ରମାଣିତ କରିବା ପାଇଁ ବହୁ କଳ୍ପିତ ଉପାଖ୍ୟାନ ଓ କିମ୍ବଦନ୍ତୀକୁ ଅବତାରଣା କରାଯାଇଛି । ଫଳତଃ ଉକôଳୀୟ ବୈଷ୍ଣବ ଗ୍ରନ୍ଥ ଗୁଡିକରେ ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କର ବୁଦ୍ଧାବତାର ଗାଥା ଉଲ୍ଲେଖ କରାଯାଇଛି । ସାରଳା ଦାସ ତାଙ୍କ ମହାଭାରତର ବହୁ ସ୍ଥାନରେ ଲେଖିଛନ୍ତି - " ସଂସାର ଜନକୁ ତରିବା ନିମନ୍ତେ / ବଉଧ ରୂପରେ ବିଜେ ଅଛ ଜଗନ୍ନାଥ ।' ଜଗନ୍ନାଥ ଦାସ ତାଙ୍କ 'ପରଂବ୍ରହ୍ମ ଗୀତା'ରେ ଉଲ୍ଲେଖ କରିଛନ୍ତି - ବଉଧ ରୂପ ହେବା ପାଇଁ/ ପାଦ ପାଣି ଛାଡ଼ିଲି ତହିଁ " । "ଶୂନ୍ୟ ସଂହିତା"ରେ ଅଚୁ୍ୟତ ନନ୍ଦ ଦାସ ଲେଖିଛନ୍ତି- " ବୋଲନ୍ତି ପ୍ରଭୁ ଭଗବାନ/ ବଉଧ ରୂପ ମୋ ଚୈତନ୍ୟ/ ତାଙ୍କ ଚରଣ ସେବାକର/ ଭକ୍ତିରେ ପଥକୁ ଆବର । ସେଭଳି ନୀଳାମ୍ବର ଦାସଙ୍କ ' ଦେଉଳ ତୋଳା'ରେ ଉଲ୍ଲେଖ ଅଛି- " ଠାକୁର ବୋଇଲେ ରାଧା ହୋଇଲୁକି ବାଇ/ କଳି ଯୁଗେ ବସିବୁ ବଉଧ ରୂପେ ଯାଇ’ ।
ପରିଣାମତଃ ଜଗନ୍ନାଥଙ୍କୁ ଆଦିବୁଦ୍ଧ ଭାବରେ ପରିକଳ୍ପନା କରାଯାଇଛି । ବୌଦ୍ଧଧର୍ମର ଶୂନ୍ୟବାଦ, ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ, ନିର୍ବାଣ ତତ୍ତ୍ୱ, ବୁଦ୍ଧମାତା କଳ୍ପନା, କାଳଚକ୍ର ମତକୁ ବୈଷ୍ଣବମାନେ ଯଥାସମ୍ଭବ ଗ୍ରହଣ କରିନେଇଛନ୍ତି । ଚୈତନ୍ୟ ଦାସଙ୍କ ‘ନିର୍ଗୁଣ ମହାତ୍ମ୍ୟ' ଓ ‘ବିଷ୍ଣୁଗର୍ଭ ପୁରାଣରେ' ଏବିଷୟରେ ଉଲ୍ଲେଖ ରହିଛି । ଉକôଳୀୟ ବୈଷ୍ଣବମାନେ ଶୂନ୍ୟ ବାଦକୁ ଗ୍ରହଣ କରିଥିଲେ । ସେମାନଙ୍କ ସାହିତ୍ୟରେ ଶୂନ୍ୟ ପୁରୁଷ ଓ ବେଦାନ୍ତ ବର୍ଣ୍ଣିତ ବ୍ରହ୍ମ ହେଉଛି ଏକ ଓ ଅଭିନ୍ନ । ଅଚୁ୍ୟତାନନ୍ଦ ତାଙ୍କ ‘ଶୂନ୍ୟ ସଂହିତା'ରେ ଦର୍ଶାଇଛନ୍ତି- ‘ଶୂନ୍ୟ ପୁରୁଷର ଏତେକ ତେଜ/ ଶୂନ୍ୟ ହୋଇ ଭୋଗ କରଇ ରାଜ୍ୟ/ ଶୂନ୍ୟ ପୁରୁଷ ଅଲେଗ ରହିଛି/ ଶୂନ୍ୟ ପରେ ବସି ଲୀଳା କରୁଛି ।’ ଓଡିଶୀ ବୈଷ୍ଣବମାନେ ଜଗନ୍ନାଥଙ୍କର ପରଂବ୍ରହ୍ମ ଓ ପୂର୍ଣ୍ଣବ୍ରହ୍ମତ୍ୱକୁ ବିଶ୍ୱାସ କରି ଆସୁଥିବାରୁ ତାଙ୍କୁ ଶୂନ୍ୟ ପୁରୁଷ କହିବାରେ ଦିଗ୍ଧା ନାହିଁ । ସେଭଳି ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଯୋଗୁଁ ଶୈବ୍ ଧର୍ମର ପ୍ରଭାବ ଜଗନ୍ନାଥ ଧର୍ମ ଉପରେ ପଡ଼ିଛି । ଯାହାର ଜଗନ୍ନାଥଙ୍କ ପୂଜା ବିଧାନ ବୈଦିକୀ, ତାନ୍ତ୍ରିକ ଓ ମିଶ୍ର ଏଭଳି ତ୍ରିବିଧ ରୂପେ ପ୍ରଚଳିତ । ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ଶିବଙ୍କ ମନ୍ଦିର ଥିବା ଭଳି, ସେଭଳି ଶାକ୍ତ ମନ୍ଦିର ମଧ୍ୟ ସ୍ଥାନ ଲାଭ କରିଛି । ତେଣୁ ଉକôଳୀୟ ବୈଷ୍ଣବମାନଙ୍କ ଗ୍ରନ୍ଥରେ ଉଭୟ ଧର୍ମର ପ୍ରଭାବ ପ୍ରତିଫଳିତ ହୋଇଥାଏ । ଦ୍ୱାରକା ଦାସଙ୍କ 'ଶିବ ପୁରାଣ'ରେ, ଜଗନ୍ନାଥ ଦାସଙ୍କ ‘ତୁଳାଭିଣା', ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ' ଓ ସାରଳା ଦାସଙ୍କ ‘ମହାଭାରତ' ରେ ଶିବଙ୍କ ମାହାତ୍ମ୍ୟ ବର୍ଣ୍ଣନା ରହିଛି ।
ବିଶେଷକରି ଉକôଳରେ ପଞ୍ଚ ଦେବତାଙ୍କ ଉପାସନା ଥିବା ହେତୁ କବିଗଣ ସମନ୍ୱୟ ରକ୍ଷା କଲାଭଳି ନିଜର କାବ୍ୟରେ ଇଛାନୁସାରେ କେତେବେଳେ ବିଷ୍ଣୁ, ପୁନଶ୍ଚ କେତେବେଳେ ଶିବ, ଗଣେଶ, ଦୁର୍ଗା ଆଦିଙ୍କ ସ୍ତବ ଓ ମହିମା ଗାନ କରି ଅଛନ୍ତି । ଓଡିଶୀ ବୈଷ୍ଣବ ଧର୍ମ ଗ୍ରନ୍ଥରେ ଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅପୂର୍ବ ବର୍ଣ୍ଣନାର ସମାବେଶ ଦେଖିବାକୁ ମିଳେ । ଯଶୋବନ୍ତ ଦାସଙ୍କ 'ପ୍ରେମଭକ୍ତି ବ୍ରହ୍ମଗୀତା'- " ଦେଖ ୟେ ରନô ସିଂହାସନ/ କୋଟିୟେ ବ୍ରହ୍ମା ବିଷ୍ଣୁ ମାନ । କୋଟିୟେ ଶାଳଗ୍ରାମ ରୂପ/ ଅଛନ୍ତି ସିଂହାସନେ ଗୋପ୍ୟ ।୍ଠ ଓଁ କାର ବ୍ରହ୍ମ ବିନ୍ଦୁ ସେହି/ଅନନ୍ତ ଶେଷ ଦେବ ସେହି ।’ ଦିବାକର ଦାସ ତାଙ୍କ ‘ଜଗନ୍ନାଥ ଚରିତାମୃତ' ଉଲ୍ଲେଖ କରିଛନ୍ତି- " ଶ୍ରୀ କାର ବଳଦେବ ଜାଣ/ ସୁଭଦ୍ରା ହ୍ଳୀଁ ବୀଜ ପ୍ରମାଣ । ରାଧିକା ସଂଯୁକ୍ତ ଅଟନ୍ତି/ କ୍ଳୀଁ ବୀଜ ଜଗନ୍ନାଥ ମୂର୍ତ୍ତି । କୃଷ୍ଣ ହୃଦୟେ ରାଧାକାନ୍ତି/ ପୃଷ୍ଠ? ପ୍ରେମାଙ୍ଗ ତନୁ ଜ୍ୟୋତି । ଶ୍ୟାମଳା ଭାଗେ ସ୍ଥାୟୀ/ ଦକ୍ଷିଣେ ସୁଭଦ୍ରା ଯେ ସେହି ।’ ଅଚୁ୍ୟତାନନ୍ଦ ତାଙ୍କ ଶୂନ୍ୟ ସଂହିତା'ରେ ଦର୍ଶାଇଛନ୍ତି- " ଅବତାର ଦଶ ଏହି ଦାରୁରୂପ/ ଏହି ଦାରୁରେ ସେ ଲୀନ । ଈଶ୍ୱର ସାକ୍ଷାତେ ଲୀଳାର ନିମନ୍ତେ/ ବିଜେ ରନô ସିଂହାସନ ।’
ଅଚୁ୍ୟତାନନ୍ଦ ଜଗନ୍ନାଥଙ୍କୁ ପ୍ରଣବ ମୂର୍ତ୍ତିର ପ୍ରତୀକ କହିଛନ୍ତି । ଦଣ୍ଡକ, ତାରକ, କୁଣ୍ଡଳୀ, ନାଦ ଓ ବିନ୍ଦୁ- ଜଗନ୍ନାଥଙ୍କ କଳେବର ଏହି ପଞ୍ଚମାତ୍ରାରେ ଗଠିତ । ଓଁ କାରର ପଞ୍ଚମାତ୍ରା ସହିତ ପଞ୍ଚଯନ୍ତ୍ରର ସାମ୍ୟ ରହିଛି । ଜଗନ୍ନାଥ ହେଉଛନ୍ତି ଏକ ମୂର୍ତ୍ତିଧର, ଯେଉଁଠି କେବଳ ଅନ୍ୟ ସକଳ ମୂର୍ତ୍ତିର ସମାବେଶ ଅର୍ଥାତ୍ ଅନ୍ତର୍ଲୀନତା ଘଟିଛି । ସେହିଁ ସ୍ରଷ୍ଟା ତଥା ସୃଷ୍ଟି ଶକ୍ତି, ସୃଷ୍ଟିର ଉପାଦାନ । ସୃଷ୍ଟିର ପ୍ରଥମ ସ୍ଫୁରଣ ରୂପେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ରୂପେ ରନô ସିଂହାସନରେ ଶୋଭା ପାଉଛନ୍ତି । ବାସ୍ତବରେ ବିଶ୍ୱ ସୃଷ୍ଟିର ଏଭଳି ସୂକ୍ଷ୍ମ ପରିକଳ୍ପନା କେଉଁଠି ବୋଧହୁଏ ନଥିବ । ତାଙ୍କର ଚତୁଷ୍ଟୟ ମୂର୍ତ୍ତି ଓ ବର୍ଣ୍ଣ ପରିକଳ୍ପନାରେ ବିଶ୍ୱ ପ୍ରସାରିଣୀ ଦୃଷ୍ଟି ଭଙ୍ଗୀ ନିହିତ, ସେ ବିଶ୍ୱ ସୃଷ୍ଟିର ଆଦର୍ଶଗତ ସୃଷ୍ଟିଧର । ସେଭଳି ଦେଖିବାକୁ ଗଲେ ସ୍ୱୟଂ ଜଗନ୍ନାଥ ଓଁକାର ରୂପୀ । ଜଗନ୍ନାଥ ପଞ୍ଚସଖାମାନଙ୍କୁ ଓଁ କାରର ବିଭିନ୍ନ ସଙ୍କେତ କରିଛନ୍ତି - ଆକାର ଅନନ୍ତ, ଉକାର ଅଚୁ୍ୟତ, ଏକାର ଯଶୋବନ୍ତ, ଐକାର ବଳରାମ ଓ ଅକାର ଜଗନ୍ନାଥ ଅଟନ୍ତି । ‘ନୀଳଗିରି ଧ୍ୟାନ' ପାଣ୍ଡୁଲିପି ଅନୁସାରେ- " ଆକାରଂ ଅନନ୍ତଭିଜ୍ଞ? / ଉକାରଂ ଶ୍ରୁତି ଭାବୟେ/ ଏକାରଂ ଯଶୋବନ୍ତଶ୍ଚ/ ଐକାରଂ ବଳରାମକମ୍/ ଅକାରଂ ଜଗନ୍ନାଥଂଚ/ ପଞ୍ଚମାତ୍ରା ବିଧିୟତେ/ ଏବଂ ପଞ୍ଚ ନଜାନାମି/ ନ ଗୁରୁ ନଚ ବୈଷ୍ଣବ ।"
ବାସ୍ତବରେ ଉକôଳୀୟ ସନ୍ଥ ବୈଷ୍ଣବମାନେ ସ୍ୱଭକ୍ତି ଧର୍ମ ପ୍ରଚାର ମାଧ୍ୟମରେ ଉକôଳର ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଜୀବନୁ ପରିପୃଷ୍ଟ କରିବାରେ ସଫଳ ଥିଲେ । ବିଶେଷ କରି ଜଗନ୍ନାଥଙ୍କ ‘ଭାଗବତ' ଉକôଳୀୟ ଜନଜୀବନରେ ଯେଭଳି ପ୍ରଭାବ ପକାଇଥିଲ ତାହା ଅବର୍ଣ୍ଣନୀୟ । ଶଙ୍କର ଦେବ ‘ନାମଘର' ଭଳି ଜଗନ୍ନାଥ ଦାସଙ୍କ ‘ଭାଗବତ ଟୁଙ୍ଗି/ ଭାଗବତ ଘର' ଘରେଘରେ ଅଦ୍ୟାବଧି ପୂଜିତ ହେଉଛି । ଜଗନ୍ନାଥଙ୍କ ବଡ଼ଦେଉଳର ପାଚେରୀ ଭିତରେ ବାନ୍ଧି ହୋଇ ରହିଥିବା ଧର୍ମ ଧାରଣାକୁ ବଳରାମଙ୍କ ‘ଦାଣ୍ଡି ରାମାୟଣ/ ଜଗମୋହନ ରାମାୟଣ', ଜଗନ୍ନାଥ ଦାସଙ୍କ ‘ଭାଗବଡ/ ତେଲି ଭାଗବତ' ଗୋଟିଏ ବିରାଟ ଜାତିର ସାକ୍ଷର କେବଳ ନୁହେଁ, ଆଧ୍ୟାତ୍ମିକ ଓ ନୈତିକ ଜୀବନକୁ ବଦଳାଇ ଦେଇଛି କେବଳ ନୁହେଁ ଏବେ ବି ବାନ୍ଧି ରଖିଛି କହିଲେ ଅତୁ୍ୟକ୍ତି ହେବନାହିଁ । ଭାଗବତ କେବଳ ଭକ୍ତି ଧର୍ମ ରହିତ ନୁହେଁ, ବରଂ ବର୍ଣ୍ଣାଶ୍ରମ ଧର୍ମ, ପ୍ରେମ ଧର୍ମ ଓ ଜୀବଧର୍ମ ଭାବରେ ବ୍ୟକ୍ତି ଓ ଜାତିକୁ ସତ୍ କର୍ମ ଓ ଆଦର୍ଶକୁ ପଥ କଢାଇନେଇଛି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ପଞ୍ଚସଖା ଓ ଉକôଳୀୟ ସାଧକମାନେ ଜଗନ୍ନାଥାଦି ଚତୁର୍ଦ୍ଧାମୂର୍ତ୍ତିଙ୍କର ସାଂକେତିକ ରୂପର ପରିଚୟ ଦେଇଛନ୍ତି । ବିଭିନ୍ନ ଧାମର ବର୍ଣ୍ଣ, ରୂପ ଓ ଧର୍ମର ପରିକଳ୍ପନା ଯୈାଗିକ ଓ ପାରିଭାଷିକ ଶବ୍ଦ ସାହାଯ୍ୟରେ ଯେପରି ଅବତାରଣା କରିଛନ୍ତି, ସେଭଳି ବର୍ଣ୍ଣ ମାତୃକାର ପରିଚୟ ସହ ଶରୀରସ୍ଥ ବିଭିନ୍ନ ସ୍ଥାନର ପରିକଳ୍ପନା କରିଛନ୍ତି ।
ପଞ୍ଚସଖାମାନେ କେଉଁ ଯୁଗରେ କେଉଁ ମନ୍ତ୍ରର ପ୍ରସିଦ୍ଧ ଅଛି ସେ ସଂପର୍କରେ ସୂଚନା ଦେଇ କହିଛନ୍ତି- ଆଦି ଅନନ୍ତ ଯୁଗରେ ଅନନ୍ତ ହରି ମନ୍ତ୍ର , ସତ୍ୟ ଯୁଗରେ ନାରାୟଣ ମନ୍ତ୍ର, ତ୍ରେତୟା ଯୁଗରେ ରାମ ତାରକ ମନ୍ତ୍ର, ଦ୍ୱାପର ଯୁଗରେ ଗୋପାଳ ମନ୍ତ୍ର ଓ କଳିଯୁଗରେ ଷୋଳ ଅକ୍ଷରୀ ମନ୍ତ୍ର ଜପ ଦ୍ୱାରା ମୁକ୍ତିଲାଭ ହେବାର ପ୍ରସିଦ୍ଧି ଦର୍ଶାଇ ଅଛନ୍ତି । ଦିନ ରାତି ମୁହୂର୍ତ୍ତାଦିର ଅବଧାରଣାରେ ଏମାନଙ୍କ ଲେଖନୀ ଚଳଚଞ୍ଚଳ ଥିଲା । ଏପରିକି ସୃଷ୍ଟିର ବିଭିନ୍ନ ପର୍ଯ୍ୟାୟରେ ଭଗବାନଙ୍କ ବିଭିନ୍ନ ଅବତାରକୁ ନିର୍ଦ୍ଧାରଣ କରିଛନ୍ତି । ସତ୍ୟରେ ତପସ୍ୟା, ତ୍ରେତୟାରେ ଯଜ୍ଞ, ଦ୍ୱାପରରେ ଲୀଳାରଙ୍ଗ ଓ କଳିରେ ନାମ ସଂକୀର୍ତ୍ତନରେ ମୁକ୍ତିଲାଭ ହେବାର କହିଛନ୍ତି । ମହାଶୂନ୍ୟରୁ ଶୂନ୍ୟ, ଶୂନ୍ୟରୁ ପ୍ରଣବ ଓ ପ୍ରଣବରୁ ଜଗତ ସୃଷ୍ଟି । ଏଭଳି ପରିକଳ୍ପନା ଉପନିଷଦୀୟ ଚିନ୍ତା ନିହିତ । ପଞ୍ଚସଖାମାନେ ମଣ୍ଡୁକ୍ୟ ଓ ଛାନେ୍ଦାଗ୍ୟ ଉପନିଷଦୀୟ ଭାବକୁ ଗ୍ରହଣ କରିବା ସହ ସ୍ୱକୀୟ କଳ୍ପନାରେ ଚିତ୍ରଣ କରିଛନ୍ତି । ସଂକ୍ଷିପ୍ତତା ଦୃଷ୍ଟିରୁ ଏଠାରେ ସେସବୁ ବିଚାର ସାପେକ୍ଷ ନୁହେଁ । ତେବେ ଭକ୍ତିମତ୍ତା ଦୃଷ୍ଟିରୁ ଜ୍ଞାନମିଶ୍ରା ଭକ୍ତିରେ ହରେରାମ କୃଷ୍ଣ ବା ମନ୍ତ୍ର ସାଧନକୁ ଦର୍ଶାଇଛନ୍ତି । କାରଣ ଶିଷ୍ୟ ରୂପ ରାଧା ଭାବରେ ଅନୁପ୍ରାଣିତ ହୋଇ କୃଷ୍ଣଙ୍କୁ ଲାଭ କରିବା । ଏମାନଙ୍କ ମତରେ ସାଯୁଜ୍ୟ ମୁକ୍ତି ହିଁ ସ୍ୱୀକାର୍ଯ୍ୟ ଅଟେ । କିନ୍ତୁ ଶୁଦ୍ଧା ଭକ୍ତି ମାର୍ଗରେ ଭଗବାନଙ୍କ ପ୍ରାପ୍ତି ନିମନ୍ତେ ରାଧାଭାବରେ ଅନୁପ୍ରାଣିତ ହୋଇ କୃଷ୍ଣଙ୍କ ସେବା କରିବା । କୃଷ୍ଣଙ୍କ ସେବା ସେମାନଙ୍କ ପାଇଁ ପରମ ଶ୍ରେୟ, ତେଣୁ ହରେକୃଷ୍ଣ ରାମ ଜପ ବୈଷ୍ଣବ ଧର୍ମର ନିଦର୍ଶନ । ତେଣୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ବେଳେ ଉଭୟ ଉକôଳୀୟ ଓ ଗୈାଡୀୟ ବୈଷ୍ଣବମାନେ ମହାନନ୍ଦରେ ନୃତ୍ୟ କରି ହରେକୃଷ୍ଣ ମନ୍ତ୍ରରେ ମଜ୍ଜିଯାଇଥାନ୍ତି । ବୈଷ୍ଣବ ଧର୍ମ ଦର୍ଶନରେ ଜଗନ୍ନାଥ ଦର୍ଶନ ମିଳିଥାଏ ଅସ୍ୱୀକାର କରିହେବ ନାହିଁ !!!
ଅଧ୍ୟକ୍ଷ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦ ୧୫୧୪ ୭୫