ହୃଦୟରେ ନାମ ସ୍ମରଣ

ହୃଦୟରେ ନାମ ସ୍ମରଣ


ଋତେର୍ଥେଂ ଯତ୍ ପ୍ରତୀୟେତ୍ ନ ପ୍ରତୀୟେତ ଚାତ୍ମନି । ତଦ ବିଦ୍ୟାଦାତ୍ମନୋ ମୟାଂ ଯଥାଭାସୋ ଯଥାତମଃ । ।' ଅର୍ଥାତ କୌଣସି ବସ୍ତୁର ଆଭାସ ବା ପ୍ରକାଶ ସତ୍ୟ ପ୍ରାୟ ପ୍ରତ୍ୟୟ ହେଉଥିଲେ ମଧ୍ୟ ତାହା ବାସ୍ତବରେ ସତ୍ତାହୀନ ତଥା ଅସତ୍ୟ ଅଟେ । ଠିକ ସେହିଭଳି ମୋର ଏହି ବିରାଟ ରୂପରେ ପ୍ରତିଭାତ ହେଉଥିବା ପ୍ରତ୍ୟେକ ବସ୍ତୁ ସମ୍ପୂର୍ଣ୍ଣ ସତ୍ତାହୀନ ଅଟେ । ସତ୍ତାସ୍ୱରୂପ ମୋ ପାଇଁ ସବୁକିଛି ସତ୍ତାବାନ ପ୍ରତ୍ୟୟ ହେଉଛି । ଆକାଶ ମଣ୍ଡଳରେ ଯେଉଁପରି ରାହୁ ବିଦ୍ୟମାନ ଥିଲେ ମଧ୍ୟ ସର୍ବଦା ଦୃଶ୍ୟ ହୁଏନାହିଁ । ସେହିଭଳି ସର୍ବତ୍ର ବିଦ୍ୟମାନ ଥିଲେ ମଧ୍ୟ ମୁଁ ଦୃଷ୍ଟିଗୋଚର ହୁଏନାହିଁ । ଏହି ସମସ୍ତ ଦୃଶ୍ୟ ଜଗତକୁ ମୋର ମାୟା ବୋଲି ଜାଣିବ । "ଯଥା ମହାନ୍ତି ଭୂତାନି ଭୂତେଷୂଚ୍ଚାବଚେଷ୍ୱନୁ । ପ୍ରବିଷ୍ଟାନ୍ୟ ପ୍ରର୍ବଷ୍ଟାନି ତଥା ତେଷୁନ ତେଷ୍ୱହମ୍ ।'ଅର୍ଥାତ୍ ଯେପରି ଛୋଟ ବଡ଼ ପ୍ରତ୍ୟେକ ପ୍ରାଣୀର ଶରୀର ପଞ୍ଚ ମହାଭୂତରେ ନିର୍ମିତ ହୋଇଥିବାରୁ ପଞ୍ଚମହାଭୂତ ସେ ସବୁରେ ବ୍ୟାପ୍ତ ରୂପେ ଥାଆନ୍ତି, ପୁନଶ୍ଚ କେଉଁଥିରେ ମଧ୍ୟ ଲିପ୍ତ ନଥାନ୍ତି । କାରଣ ପଞ୍ଚମହାଭୂତ କୌଣସି ଶରୀରରେ ଆବଦ୍ଧ ନଥାନ୍ତି । ଠିକ ସେହିଭଳି ମୁଁ ସବୁ ଶରୀରରେ ପ୍ରବିଷ୍ଟ ହୋଇ ବ୍ୟାପ୍ତ ଥିବାଭଳି ଦୃଶ୍ୟ ହୁଏ ହେଲେ ମୁଁ କେଉଁଠାରେ ଆବଦ୍ଧ ନୁହେଁ । ପୁନଶ୍ଚ କହୁଛନ୍ତି - "ଏତାବଦେବ ଜିଜ୍ଞାସ୍ୟଂ ତତ୍ୱଜିଜ୍ଞାସୁନା ତ୍ମନଃ । ଅନ୍ୱୟଂ ବ୍ୟତିରେକାଭ୍ୟାଂ ଯତ୍ ସ୍ୟାତ ସର୍ବତ୍ର ସର୍ବଦା । ।' ଅର୍ଥାତ୍ ପରମାତ୍ମା ତତ୍ତ୍ୱ ଜାଣିବାକୁ ଚାହୁଁଥିବା ସାଧକମାନେ ଜାଣି ରଖିବା ଉଚିତ ଯେ ପରମାତ୍ମାଙ୍କ ଠାରୁ ଏହି ବିଶ୍ୱ ଉତ୍ପନ୍ନ ହୋଇଛି । ସେ ସର୍ବଦା ଏହି ବିଶ୍ୱର ଭିତର ବାହାର ସର୍ବତ୍ର ବିଦ୍ୟମାନ ଓ ପରିବ୍ୟାପ୍ତ । ଅନ୍ୱୟ ରୂପରେ ସେ ସର୍ବତ୍ର ପରିବ୍ୟାପ୍ତ ଏବଂ ବ୍ୟତିରେକ ରୂପରେ ଏହାନୁହେଁ ଏହା ନୁହେଁ ନ୍ୟାୟରେ ସର୍ବ ଅବଶେଷ ସେହି ହିଁ ଅଟନ୍ତି । ସୁତରାଂ ଦେଖିବାକୁ ଗଲେ ତତ୍ତ୍ୱତଃ ଏକମାତ୍ର ବ୍ରହ୍ମ ହିଁ ସର୍ବତ୍ର ବିଦ୍ୟମାନ ।
ଯସ୍ମାନୋଦବିଜତେ ଲୋକୋ ଲୋକାନୋଦବିଜତେଚଯଃ ହର୍ଷାମର୍ଷ ଭୟୋଦବେଗୈ ମୁକ୍ତା ଯଃ ସଚମେ ପ୍ରିୟଃ । ଅର୍ଥାତ୍ ଯାହାଦ୍ୱାରା କୌଣସି ପ୍ରାଣୀ ଉଦବେଗ ପ୍ରାପ୍ତ ହୁଅନ୍ତି ନାହିଁ କିମ୍ବା ନିଜେ ମଧ୍ୟ କାହାଦ୍ୱାରା ଉଦବେଗ ପ୍ରାପ୍ତ ହୁଅନ୍ତି ନାହିଁ । ହର୍ଷ, ଈର୍ଷା, ଭୟ, ଉଦବେଗଶୂନ୍ୟ ଭକ୍ତ ମୋର ପ୍ରିୟ । କାମନା ଶୂନ୍ୟ ବାହା ଓ ଅଭ୍ୟନ୍ତର ଦୃଷ୍ଟିରୁ ପବିତ୍ର, ବୁଦ୍ଧିମାନ, ଉଦାସୀନ, ବ୍ୟଥାରହିତ, ସର୍ବାରମ୍ଭ ପରିତ୍ୟାଗୀ ବ୍ୟକ୍ତି ହିଁ ମୋର ପି୍ରୟ ଅଟନ୍ତି । ପ୍ରଭୁ କହିଥିବା କଥାକୁ ପାଳନ କଲେ ଆମେ ପ୍ରଭୁଙ୍କର ପ୍ରିୟ ହୋଇପାରିବା । ସେ ଆମର ପରମ ହିତୈଷୀ, ପରମ ସୁହୃଦ । ଆମକୁ ମୃତୁ୍ୟ ସଂସାର ସାଗରରୁ ଉଦ୍ଧାର କରିଦେବେ । ବିଭୁଙ୍କୁ ଭୁଲିଲେ ସକଳ ଦୁଃଖ । ବିଭୁ ସୁମରିଣେ ମିଳଇ ସୁଖ । ହାତରେ କାମ ଓ ହୃଦୟରେ ନାମ ସ୍ମରଣ କରି କରି ଜୀବନ ନିର୍ବାହ ହେଉଛି ସଫଳ ଜୀବନର ରହସ୍ୟ । ଦୁଃଖ ନିବୃତ୍ତି ସୁଖ ପ୍ରାପ୍ତିର ସହଜ ଉପାୟ ।
ହେମନ୍ତ କୁମାର ପରିଡ଼ା 
ମୋ : ୮୭୬୩୧୦୭୧୨୩