ମେଡିକାଲ ଦ୍ୱାରା ବରିଷ୍ଠ ନାଗରିକ ସମ୍ମାନିତ

ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର କମଳାକାନ୍ତ ସ୍ୱାଇଁଙ୍କ ପୌରୋହିତ୍ୟରେ ଶୁକ୍ରବାର ପାଳନ କରାଯାଇଛି । ଏହି ଅବସରରେ ୧୦ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଛି । ସରକାରଙ୍କ ନିଦେ୍ର୍ଦଶାବଳୀ ଆଧାରରେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉସବକୁ ବରିଷ୍ଠ ନାଗରିକ ଶତ୍ରୁଘ୍ନ ନାୟକ, ନୃସିଂହ ପରିଡା, କୈଳାସ ପଣ୍ଡା, ବାଇଧର ପାତ୍ର, ଚନ୍ଦନା ସାହୁ, କନକଲତା ଜେନା, କାଞ୍ଚନଲତା ସାହୁ, ରାଧାମଣି ଦାସ, ଅଜୟ ଦେ ଓ କୈଳାସ ଚନ୍ଦ୍ର ଜେନାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ଡାକ୍ତର ଆଦିତ୍ୟ କୁମାର ସାହୁ, ଏଲ.ଏଚ.ଭି. ଅନୁପମା ଦାସ ଅତିଥି ଭାବେ ଯୋଗଦେଇ ସମାଜ ଗଠନରେ ବରିଷ୍ଠ ନାଗରିକଙ୍କ ଅବଦାନକୁ ସମାଜ ସର୍ବଦା ସ୍ମରଣ କରିବା ଉଚ୍ିତ ବୋଲି ମତଦେଇଥିଲେ । ସାମାଜିକ ଓ ବ୍ୟକ୍ତିଗତ ଜୀବନର ସମସ୍ୟା ସମାଧାନରେ ବରିଷ୍ଠମାନଙ୍କ ଜ୍ଞାନର ଉପଯୋଗ ସର୍ବଦା ପଥପ୍ରଦର୍ଶକ ହୋଇଥାଏ । ଜୀବନର ଅପରାହ୍ନରେ ପହଞ୍ଚôଥିବା ବରିଷ୍ଠ ନାଗରିକଙ୍କ ଆବଶ୍ୟକତା, ସମ୍ମାନ ଓ ମଙ୍ଗଳକୁ ପ୍ରାଧାନ୍ୟ ଦିଆ ଯାଇପାରିଲେ ସମାଜ ରୁଦ୍ଧିମନ୍ତ ହୋଇପାରିବ ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ପୁଷ୍ପଗୁଚ୍ଛ, ନବବସ୍ତ୍ର ଓ ଭଗବତଗୀତା ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମନୋରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ରଶ୍ମିରେଖା ପୃଷ୍ଟି ଧନ୍ୟବାଦ ଦେଇଥିଲେ ।