ବିଜେପିରେ ମିଶିଲେ ମଳୟ

ବିଜେପିରେ ମିଶିଲେ ମଳୟ

ଭଦ୍ରକ:  ଭଦ୍ରକ ଜିଲ୍ଲା ବିଜେଡ଼ି ଉପସଭାପତି ତଥା ଭଦ୍ରକ ବ୍ଳକର ପୂର୍ବତନ ଅଧ୍ୟକ୍ଷ, ଦୀର୍ଘ ୪୦ ବର୍ଷ ଧରି ସକ୍ରିୟ ଅଣ କଂଗ୍ରେସ ଦଳ ସହିତ ଥିବା କୋର୍କରା ପଞ୍ଚାୟତର ପୂର୍ବତନ ସମିତି ସଦସ୍ୟ ମଳୟ ଜେନା ତାଙ୍କର ୫ଶହରୁ ଊଦ୍ଧ୍ୱର୍୍ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି ।  ତାଙ୍କ ସହିତ ବହୁଦରଡ଼ା ସୁଶାନ୍ତ କୁମାର ମହାପାତ୍ର, ସନ୍ତୋଷ ମହାନ୍ତି, ଅମିୟ ମହାନ୍ତି, ଦୀନବନ୍ଧୁ ମହାଳିକ, ଉଦୟନାଥ ଭଞ୍ଜ, ସତ୍ୟଦେବ ମଲ୍ଲିକ, ଜ୍ଞାନେନ୍ଦ୍ର ବାରିକ, ସୁଶାନ୍ତ ରାଉତ,  ରାଜେନ୍ଦ୍ର ପୁହାଣ, ଖଗେଶ୍ୱର ପଲେଇ,  ଶୁକଦେବ ମଲ୍ଲିକ, ରବିନାରାୟଣ ମହାନ୍ତି, ଲକ୍ଷ୍ମୀଧର ଜେନା ପ୍ରମୁଖ ସେମାନଙ୍କର ଶହଶହ ସମର୍ଥକଙ୍କ ସହିତ ଏକ ବିଶାଳ ବାଇକ୍ ରାଲିରେ ନେହେରୁ ଷ୍ଟାଡିୟମରୁ ବାହାରି ସହର ପରିକ୍ରମା କରି ଗେଲପୁର ସ୍ଥିତ ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନୁ୍ୟ ସେଠୀ ଏବଂ ଭଦ୍ରକ ବିଧାନସଭା ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ର ସେମାନଙ୍କ ସ୍ୱାଗତ କରିଥିଲେ । ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟ ବରିଷ୍ଠ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ ।