ମାମଲା ରୁଜୁ କରି ଚୁପ ବସିଛି ପୁଲିସ, ଗିରଫ ହେଉନି ଅଭିଯୁକ୍ତ
ାା ପ୍ରଭାନୁ୍ୟଜ ।ା ଧାମନଗର : ବିଳମ୍ବିତ ରାତିରେ ଶ୍ୱଶୁର ଘରେ ପଶି ପାଞ୍ଚ ଜଣଙ୍କୁ ମରଣାନ୍ତକ ଆକ୍ରମଣ ସହ ନିଜ ଶାଶୁଙ୍କ ହାତକୁ ଦୁଇ ଗଡ କରିଥିବା ଅଭିଯୁକ୍ତକୁ ଗିରଫ କରୁନି ପୁଲିସ । ଘଟଣା ଗତ ୧୩ ତାରିଖ ବିଳମ୍ବିତ ରାତ୍ରରେ ଘଟିଥିଲେ ମଧ୍ୟ ପୁଲିସ ତିନି ଦିନ ପରେ ୧୬ ତାରିଖରେ ଥାନା କେସ ନଂ ୫୬୪/୨୪ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)) ଧାରା ୧୦୯ ରେ ଏକ ମାମଲା ରୁଜୁ କରି ଚୁପ ବସିଛି ।
ଏପଟେ ଆକ୍ରମଣର ଶିକାର ହୋଇଥିବା ଲୋକମାନେ କଟକ ବଡ଼ ଡ଼ାକ୍ତରଖାନାରେ ମୃତୁ୍ୟ ସହିତ ଲଢେଇ କରୁଛନ୍ତି । ଘଟଣାଟି ଘଟିଛି ତୋଡ଼ଙ୍ଗା ଗ୍ରାମ ପଞ୍ଚାୟତ ବରପଦି ପାଟଣା ଗ୍ରାମରେ । ଭଦ୍ରକ ରାନ୍ଦିଆ ଅଞ୍ଚଳର ସ୍ୱର୍ଗତ ବାଇଧର ରାଉଳଙ୍କ ପୁଅ ଗୌରାଙ୍ଗ ରାଉଳ ତାଙ୍କ ସ୍ତ୍ରୀ ଘରୁ ପଳାଇବା ଘଟଣାରେ ଶ୍ୱଶୁର ଘର ଲୋକଙ୍କ ସଂପୃକ୍ତିକୁ ନେଇ ଅତ୍ୟନ୍ତ ଉତକ୍ଷିପ୍ତ ହୋଇ ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଜଣାଯାଇଛି । ଅଭିଯୁକ୍ତ ଗୌରାଙ୍ଗ ଗତ ୧୩ ତାରିଖ ବିଳମ୍ବିତ ରାତ୍ରରେ ଶ୍ୱଶୁର ଘରେ ପଶି ଶ୍ୱଶୁର ଜାଗେଶ୍ୱର ବେହେରାଙ୍କ ହାତ, ପେଟ, ଜଂଘ ଓ ମୁଣ୍ଡକୁ ଏକ ଖଣ୍ଡାରେ ଆକ୍ରମଣ କରିଥିବା ବେଳେ ଶାଶୁଙ୍କ ବାମ ହାତକୁ ଦିଗଡ କରିଥିଲା । ଏଥି ସହିତ ଶଳା ଭାଉଜ ଅନସୂୟା ବେହେରା ଓ ତାଙ୍କ ପୁଅ ଝିଅ ଦୁଇ ଜଣଙ୍କ ମୁଣ୍ଡ, ହାତ, ପିଠି ଓ ଗୋଡ଼କୁ ଖଣ୍ଡାରେ ଅମାନୁଷିକ ଭାବେ ଆକ୍ରମଣ କରି କ୍ଷତାକ୍ତ କରିଥିଲା । ଗୌରାଙ୍ଗ ଆକ୍ରମଣର ଶିକାର ପାଞ୍ଚଜଣ କ୍ଷତାକ୍ତଙ୍କୁ ଗ୍ରାମବାସୀ ମାନେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ନେଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅଭିଯୁକ୍ତ ଗୌରାଙ୍ଗଙ୍କ ଶଳା ପ୍ରଦୀପ ବେହେରାଙ୍କ ଲିଖିତ ଅଭିଯୋଗର ତିନି ଦିନ ପରେ ଭଦ୍ରକ ଗ୍ରାମାଂଚଳ ଥାନାର ଭାରପ୍ରାପ୍ତ ଅଧିକାରୀ କେବଳ କେସ ଟିଏ କରି ଚୁପ ବସିବା ଘଟଣାକୁ ଅଧିକ ରହସ୍ୟାବୃତ କରିଛି । ଭଦ୍ରକ ଏସପିଙ୍କୁ ଭେଟି ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି । ଏସପିଙ୍କ ନିଦେ୍ର୍ଦଶ ପରେ ଏକ ସାଇଣ୍ଟୀଫିକ ଟିମ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ତେବେ ଏଭଳି ଜଘନ୍ୟ ଘଟଣାରେ ପୁଲିସର ନିରବତା ପାଇଁ ଅଭିଯୁକ୍ତ ଖସିଗଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିବା ବେଳେ ଖୋଦ ଆଇଆଇସିଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପୁଲିସ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।