ସେଣ୍ଡପୁର ହାଇସ୍କୁଲର ୧୯୮୮ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ଧାମନଗର: ଧାମନଗର ବ୍ଲକ ଷେଣ୍ଢପୁର ହାଇସ୍କୁଲ ପରିସରରେ ୧୯୮୮ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉସôବ ରବିବାର ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ବନ୍ଧୁମିଳନ ଉସôବରେ ତକôାଳିନ ପ୍ରଧାନ ଶିକ୍ଷକ ଦେବ କୁମାର ରାଉତରାୟ ସଭାପତିତ୍ୱ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅଞ୍ଜନ ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ବେଣୁଧର ସାହୁ, ଦାମୋଦର ସୁତାର, ଘନସ୍ୟାମ ଦାସ, ହୃଦାନନ୍ଦ କର, ରବିନ୍ଦ୍ର ମଲ୍ଲିକ, ପ୍ରିୟ ରଞ୍ଜନ ସାମଲ, ମୂରଲୀଧର ମିଶ୍ର ପ୍ରମୁଖ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏଭଳି କାର୍ଯ୍ୟକୁ ପ୍ରସଂସା କରିଥିଲେ । ପ୍ରାରମ୍ଭରେ ପୂରାତନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂରାତନ ଛାତ୍ର ନୃସିଂହ ଚରଣ ନାୟକ, ବିନୋଦ ବିହାରୀ ମିଶ୍ର, ରାଜୀବ ଲୋଚନ ହାଜରା, ହୃଷିକେଶ ପାଗଳ, ରାଧାକାନ୍ତ ସାହୁ, ମନ୍ଦାକିନୀ ଦେବତା, ସମିତା ଦାସ, ନିରୁପମା ପତି, ବିପ୍ଳବ ବେହେରା, ଗିରିଧାରୀ ନାଥ, ଅର୍ଜୁନ ନାୟକ, ମହେଶ୍ୱର ପୃଷ୍ଟି, ପ୍ରସାନ୍ତ ପୃଷ୍ଟି, ଚିତ୍ତରଞ୍ଜନ ଦାଶ, ସନ୍ତୋଷ ବେହେରା, ଦେବେନ୍ଦ୍ର ସେଠୀ, କୈଳାଶ ତରାଇ, ମନ୍ମଥ ନାୟକ ପ୍ରମୁଖ ଛାତ୍ର ଜୀବନର ଘଟିଥିବା କାହାଣୀ ବିଷୟରେ ବର୍ଣ୍ଣନା କରିବା ପୁରୁଣା ସ୍ମୃତିକୁ ଆଦାନ ପ୍ରଦାନ କରିଥିଲେ ।