ମହାଭାରତର ଜନନାୟକଙ୍କ ମହାପ୍ରସ୍ଥାନ
ଜାରା ଶବର ହସ୍ତିନାରେ ପହଞ୍ଚô ଅର୍ଜୁନଙ୍କୁ ଭେଟିବାକୁ ଆସିଛି ଚାରମାନଙ୍କୁ କହିଲେ । ଅର୍ଜୁନ ତତ୍କ୍ଷଣାତ ଦ୍ୱାରଦେଶରେ ପହଞ୍ଚô ଜାରାକୁ ଭେଟିଲେ । ଜାରା ଅର୍ଜୁନଙ୍କୁ ଏକାନ୍ତରେ କହିଲେ କାଳିନ୍ଦୀ କୂଳର କାଳେବର ଲତାୟେ ଶ୍ରୀକୃଷ୍ଣ ବିଜେ କରିଛନ୍ତି ଓ ତାଙ୍କୁ (ଅର୍ଜୁନଙ୍କୁ) ସାଙ୍ଗରେ ନେଇ ସେଠାକୁ ଯିବା ପାଇଁ କହିଛନ୍ତି । ବିଳମ୍ବ ହେଲେ ଆଉ କୃଷ୍ଣଙ୍କୁ ଦେଖିବାକୁ ପାଇବ ନାହିଁ । ଅର୍ଜୁନ ସାଙ୍ଗେ ସାଙ୍ଗେ ଜାରା ଶବର ସହିତ ଧର୍ମରାଜ ଯୁଧିଷ୍ଠିରଙ୍କ ନିକଟରେ ପହଞ୍ଚô ଶ୍ରୀକୃଷ୍ଣଙ୍କ ନିକଟକୁ ଯିବା ପାଇଁ ଅନୁମତି ମାଗିଲେ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଡକେଇ ପଠେଇବାର କାରଣ କ’ଣ ବୋଲି ଯୁଧିଷ୍ଠିର ସହଦେବଙ୍କୁ ପଚାରିଲେ । ସହଦେବ କହିଲେ ଯାଦବମାନେ କାଦମ୍ବରୀ ପାନ କରି ମତିଭୋଳ ହୋଇ ସନ୍ତରାବଣରେ ସମସ୍ତେ ମରାମରି ହୋଇ ନାଶଗଲେ । ପୁତ୍ରବନ୍ଧୁ କୁଟୁମ୍ବମାନଙ୍କ ସହିତ ଛପନକୋଟି ଯାଦବ ତିରଣ ପ୍ରମାଣେ ନାଶଯିବା ପରେ ଏକା ଶ୍ରୀକୃଷ୍ଣ କାଦମ୍ବରୀ ପାନ କରି କାଳିନ୍ଦୀ ତୀରର ଶିଆଳୀ ଲତା ଗହଳରେ ବିଶ୍ରାମ କରୁଥିଲେ । ଏହି ସମୟରେ ଜାରା ଶବର ମୃଗୟା ବିନୋଦରେ ବୁଲୁବୁଲି ଶିଆଳୀ ଲତା ଗହଳରେ ଶ୍ରୀକୃଷ୍ଣଙ୍କ ପଦ୍ମପାଦକୁ ମୃଗକର୍ଣ୍ଣ ଭାବି ଶରାଘାତ କଲା । ତେଣୁ ସେଠାରେ ଶ୍ରୀକୃଷ୍ଣ ଆହତ ଅବସ୍ଥାରେ ଅର୍ଜୁନକୁ ଅପେକ୍ଷା କରିଛନ୍ତି । ତାଙ୍କୁ ଦେଖିଲେ ସେ ପ୍ରାଣ ବିସର୍ଜନ କରିବେ । ତେଣୁ ଅର୍ଜୁନ ଠାକୁରଙ୍କୁ ସେଠାକୁ ପଠାଇ ଦିଅନ୍ତୁ ।
ସହଦେବଙ୍କ କଥା ଶୁଣି ଦୁଃଖରେ ଯୁଧିଷ୍ଠିର ଅର୍ଜୁନଙ୍କୁ କହିଲେ- “ବାବୁ ଯେତେ ଶୀଘ୍ର ପାରୁଛ ଯାଅ ହେଲେ ଶ୍ରୀକୃଷ୍ଣଙ୍କ ଅଙ୍ଗକୁ କେବେ ସ୍ପର୍ଶ କରିବ ନାହିଁ ।
ଜାରା ଅରଣ୍ୟ ପଥ ଦେଇ ଅର୍ଜୁନଙ୍କୁ ଆଣି ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚôଲେ । ଅର୍ଜୁନ ଦେଖିଲେ ଶ୍ରୀକୃଷ୍ଣଙ୍କ ମୁଖ ମଳିନ ଦିଶୁଛି ଓ ନେତ୍ର ହତଭଙ୍ଗ ଓ ଗଛକୁ ଆଉଜି ପଡିଛନ୍ତି । ଚରଣରେ ନାରାଚ ଫୁଟି ରକ୍ତବର୍ଣ୍ଣ ଦେଖାଯାଉଛି । ଅର୍ଜୁନଙ୍କୁ ଦେଖି ଶ୍ରୀକୃଷ୍ଣଙ୍କ ନେତ୍ରରୁ ଅବିଚ୍ଛିନ୍ନ ଭାବେ ଲୋତକ ଝିରିବାକୁ ଲାଗିଲା । ଚକ୍ଷୁ ଦୁଇଟି ଅରୁଣ ଉଲ୍ଲୋଳ ପ୍ରାୟେ ଦେଖାଗଲା । ଅର୍ଜୁନଙ୍କୁ ଦେଖିବା ପରେ ଗୋବିନ୍ଦ ଶୋକେ ଅସମ୍ଭାଳ ହୋଇଗଲେ । ଦୁଃଖରେ ଧନୁର୍ଜୟ ଗୋବିନ୍ଦଙ୍କୁ ପଚାରିଲେ- ହେ ଦୟାମୟ! ଆପଣ କ’ଣ ସମସ୍ତ ସଂସାରକୁ ଉପେକ୍ଷା କଲେ ?
ଶ୍ରୀକୃଷ୍ଣ କହିଲେ- ହେ ସବ୍ୟସାଚୀ ! ଦଇବର ଘଟସୂତ୍ର ମୋତେ ଭୋଗିବାକୁ ଅଛି । ଅଷ୍ଟାବକ୍ର ଋଷିଙ୍କ ଅଭିଶାପ ଆଜି ଫଳିବାକୁ ଯାଉଛି । ଋଷିଙ୍କ ଅଭିଶାପ କ’ଣ ବ୍ୟର୍ଥ ଯିବ ? ଅର୍ଜୁନ କହିଲେ- ‘ପ୍ରଭୁ, ତୁମେ ତ ଜଗତବଳ୍ୟ ପୁଣି ଭୂତଭବିଷ୍ୟ ଜ୍ଞାତା । ଏ ପୃଥିବୀରେ କୋଉ ଶାପ ଯେ ବିହନ୍ତା । ମୁଁ ତ ତୁମ ପାଖେ ପାଖେ ସବୁବେଳେ ରହିଛି । ତୁମ୍ଭର ସକଳ କଥା କ’ଣ ମୁଁ ଜାଣିନାହିଁ ? କଳିକାଳ ଆସିଲାରୁ ଆପଣଙ୍କର ବିକାର ଆସିଲା କି ?
ଶ୍ରୀକୃଷ୍ଣ କହିଲେ- ମୁଁ ଶରାଘାତରେ ନିଚେଷ୍ଟ ହୋଇପଡିଛି । ଅର୍ଜୁନ ମତେ ଟିକେ କୋଳକରି ଧର । ଅର୍ଜୁନ କହିଲେ ପ୍ରଭୁ ଆପଣଙ୍କ ଶରୀର ଅବଶେଷ ପରି ଦେଖାଯାଉଛି । ତୁମେ ତ ହେଉଛ ଅନାଦି ନାରାୟଣ ପୁଣି ପରମବ୍ରହ୍ମ । ମୁଁ ଛାର ମନୁଷ୍ୟ ମାତ୍ରକ । ମୁଁ କିପରି ଆପଣଙ୍କ ପଦ୍ମଚରଣକୁ ଛୁଇଁବି ? ପୁଣି କତାଞ୍ଚଳି ହୋଇ ଅର୍ଜୁନ କହିଲେ ମୋତେ ଆଉ ଯାହା କହିଲେ କରିବି ପଛେ, ୟେ ବଚନ ମତେ ତୁମେ ନ କୁହ ଗୋସାଇଁ । ଏହି ସମୟରେ ଜାରା ଶ୍ରୀକୃଷ୍ଣଙ୍କ ପାଦରୁ ଶର ଓପାଡି ଦେଲାରୁ ନରନାରାୟଣଙ୍କ ପ୍ରାଣ ବଇକୁଲ୍ୟ ହୋଇ ଉଠିଲା । ଶ୍ରୀକୃଷ୍ଣ କହିଲେ -ଅର୍ଜୁନ ତୁ ମୋ ପ୍ରତି କାହିଁକି ଏପରି ନିର୍ଦ୍ଦୟ ହେଉଛୁ ? ସର୍ବଦା ତତେ ମୁଁ ଅନୁଗ୍ରହ କରି ଆସିଛି । ତୋ ପ୍ରତି ମୋର କିଛି ବିକାର ନାହିଁ । ଦ୍ୱାରକାରେ ସୁଭଦ୍ରା ହରଣ କରିବା ବେଳେ ମୁଁ ତୋ ପକ୍ଷ ନେଇ ଭାଇ ବଳରାମଙ୍କୁ ଛାଡିଥିଲି । ତୁ ହେଉଛୁ ମୋର ପ୍ରାଣର ସଖା, ତୋ ଠୁଁ ମୋର ନିଜର ଆଉ କିଏ ଅଛି ? ଗୋସିଂହ ଦୈତ୍ୟକୁ ମାରି ତୁ ଦ୍ୱାରକାକୁ ରଖିଥିଲୁ । କଦମ୍ବାସୁରକୁ ମାରି ଆମ୍ଭଙ୍କୁ ନିଶ୍ଚିତ କରିଥିଲୁ ।
ଅର୍ଜୁନ କହିଲେ ପ୍ରଭୁ, ମୋର ମ୍ଲେଛ ଆମର ଅଙ୍ଗ । କିପରି ତୋର ଅଂଶ ମୁଁ ଛୁଇଁବି ? ଶ୍ରୀହରି ଜାଣିଲେ ଏ ହେଉଛି ସହଦେବର କୃତ୍ୟ । ସେଥିପାଇଁ ପାର୍ଥ ମନେ ବିକୃତ ଚିନ୍ତା କରୁଛି । ତଥାପି ଶ୍ରୀକୃଷ୍ଣ କହିଲେ ଅର୍ଜୁନ ତୁ ହେଉଛୁ ମୋର ପ୍ରାଣର ପ୍ରାଣ । ଆସ ଟିକେ ମତେ କୋଳକରି ଧର । ଅର୍ଜୁନ କହିଲେ ‘ସ୍ୱାମୀ ତୁ ହେଉଛୁ ମୋର ପ୍ରାଣର ପ୍ରାଣ । ଆସ ଟିକେ ମତେ କୋଳକରି ଧର । ଅର୍ଜୁନ କହିଲେ ‘ସ୍ୱାମୀ ତୁ ହେଉଛୁ ପରମ ବିଷ୍ଣୁ । ମୁଁ ଛାର ମନୁଷ୍ୟ ହୋଇ ତୋହର ଶରୀରକୁ ସ୍ପର୍ଶ କରିବାକୁ ଭୟ କରୁଛି ।
ଶ୍ରୀକୃଷ୍ଣ କହିଲେ ହେ କିରିଟୀ, ତୁ କ’ଣ ମତେ ପରିତ୍ୟାଗ କଲୁ ? ମୁତୟନ ଲୋକ ପାଖରେ କ’ଣ ଏହା ଶୋଭାପାଏ ? ହେଉ ଦୂରରେ ଥାଇ ତୋର ହାତ ଟିକେ ମତେ ବଢାଇ ଦିଅ । ତୋର ସ୍ପର୍ଶ ପାଇଲେ ମୋର ଦେହ ସୁସ୍ଥ ହୋଇଯିବ । ଅର୍ଜୁନ କହିଲେ ଆପଣଙ୍କୁ ଛୁଇଁବା ପାଇଁ ଯୁଧିଷ୍ଠିରଙ୍କର ଆଜ୍ଞା ନାହିଁ । କିପରି ତାହା ଅବଜ୍ଞା କରିବି ? ଶ୍ରୀକୃଷ୍ଣ କହିଲେ ତୁ ଯଦି ମତେ ନ ଛୁଇଁବୁ, ତଳେ ଥାଇ ତୋର ଧନୁକୁ ମୋ ଆଡକୁ ବଢାଇ ଦିଅ । ଆହୁରି ଗୋଟିଏ କଥା ପାର୍ଥ କରିବୁ ମୋ ପାଇଁ । ମୋର ନିଧନ ପରେ ଦ୍ୱାରକାକୁ ଯିବୁ । ମୋର ନାରୀମାନଙ୍କୁ ନେଇ ଖଲୁକା ନଦୀ ତୀରରେ ଛାଡିବୁ ଓ ନନ୍ଦବାସୁଦେବଙ୍କ ଆଗରେ ମୋର ଦେହାବସାନ କଥା କହିବୁ । ମତେ ଯଦି ପ୍ରକୃତରେ ଅର୍ଜୁନ ସୋଗ (ସ୍ନେହ) କରୁଥାଉ, ତେବେ ମୋ ପାଇଁ ଏତିକି କାମ କରିବୁ । ପ୍ରାଣ ସଖା ଶ୍ରୀକୃଷ୍ଣଙ୍କ ଅନୁରୋଧକୁ କେତେ ସମୟ ଟାଳି ପାରିଥାନ୍ତେ ପାର୍ଥ । ଶ୍ରୀକୃଷ୍ଣଙ୍କୁ ବ୍ୟାକୁଳ ବଚନରେ ଦୁଃଖୀତ ଅର୍ଜୁନ ଗାଣ୍ଡିବ ଧନୁକୁ ବଢାଇ ଦେଲେ । ଦକ୍ଷିଣ ହାତରେ ଶ୍ରୀକୃଷ୍ଣ, ଗାଣ୍ଡିବଧନୁକୁ ଧରି ଅର୍ଜୁନଙ୍କ ମୁଖକୁ ଚାହିଁ ଚାହିଁ ସେ ଦେହତ୍ୟାଗ କଲେ । ଅର୍ଜୁନ ଦେଖିଲେ ଦେବତାମାନେ ଆକାଶରୁ ପୁଷ୍ପବୃଷ୍ଟି କଲେ ଓ ନରନାରାୟଣ ପୁଷ୍ୟକ ବିମାନରେ ବଇକୁଣ୍ଠ ଗମନ କଲେ । ପ୍ରଭୂ ଯେଉଁଠାରୁ ଆସିଥିଲେ ସେହି ନିତ୍ୟ ଗୋଲକ ଧାମକୁ ଫେରିଗଲେ । କାହ୍ନା ଆବତୀରର ଅବସାନ ହେଲା । ମାନବଲୀଳା କରି ଏହି ସଂସାରକୁ ମୁକ୍ତିର ବାଟ ଦେଖାଇ ସେ ବିଷ୍ଣୁ ଅଂଗରେ ଲୀନ ହୋଇଗଲେ ।
ଶ୍ରୀକୃଷ୍ଣଙ୍କ ନିଧନ ପରେ ଅର୍ଜୁନଙ୍କର ସମସ୍ତ ରାଗ ଜାରା ଶବର ଉପରେ ପଡିଲା । ଅର୍ଜୁନ କହିଲେ, ଆରେ ଆରେ ପାମର ଜାରା, ତୁ ଏ କି କୃତ୍ୟ କଲୁ ? ଜଗତବଳନ-ନାଥଙ୍କୁ ଶରାଘାତ କଲୁ ! ତୋର ଜୀବନରେ ଆଉ କି କାର୍ଯ୍ୟ ? ତୋର ଦେହର ମାଂସକୁ ଆଜି ତିରଣ ପ୍ରକାରେ କାଟିବି । ଏହା କହି ଅର୍ଜୁନ ଧନୁ ଧରି ଜରାଶବର ଉପରକୁ ମାରିବା ପାଇଁ ଉଦ୍ୟତ ହେଲେ । ଜରା ଶବର କହିଲା- ‘ମୋ କଥା ଟିକେ ଶୁଣ ଅର୍ଜୁନ, ମୋର ଦୋଷ କ’ଣ? ଆପଣ ବିଚାର କରନ୍ତୁ । ମୁଁ ଜାଣିନଥିଲି ଶ୍ରୀକୃଷ୍ଣ ଲତା ଗହଳରେ ଶୋଇଛନ୍ତି ବୋଲି । ମୃଗ କି ଗଣ୍ଡା ଭାବି ଶରାଘାତ କରିଥିଲି । ଆପଣ ମୋ ଉପରେ ଯେପରି ରୋଷ କରୁଛନ୍ତି ସ୍ୱୟଂ ଶ୍ରୀକୃଷ୍ଣ ଏପରି କରିନଥିଲେ । ଜାରାର କଥା କିଛି ନ ଶୁଣି ଅର୍ଜୁନ ତୀକ୍ଷଣ ଶର ବିନ୍ଧିବାକୁ ଲାଗିଲେ । ଜାରା ଶରମାରି ଅର୍ଜୁନଙ୍କ ଶରକୁ ପ୍ରତିଘାତ କରି ବଞ୍ଚାଇଲା ଓ କହିଲା ମୁଁ ଜାତିର ଶବର । ବନଚର । ଜୀଇଁଲେ ଜୀଇଁଲି, ମଲେ ଗଲି, ସେଥିରେ କିଛି ନାହିଁ । ମାତ୍ର ମୋର ଶରରେ ଆପଣ ନାଶଗଲେ ତ୍ରୈଲୋକ୍ୟ ଅନାସ୍ତା ହେବ । ଅର୍ଜୁନ କହିଲେ କୃଷ୍ଣ ଯେବେ ପ୍ରାଣତ୍ୟାଗ କଲେ, ମୋର ଆଉ ବଞ୍ଚô ରହିବାରେ କି ଲାଭ ? କୃଷ୍ଣ ବିହୁନେ ଏ ନିର୍ଲଜ ଆତ୍ମା ନେଇ ବଞ୍ଚô ରହି କ’ଣ କରିବି ? ଏହା କହି ଅର୍ଜୁନ ପୁଣି ଜାରା ଉପରକୁ ଶର ବୃଷ୍ଟି କରିବାକୁ ଲାଗିଲେ । ଜାରା ଧାମଣା କାଠର ଧନୁରେ କଣ୍ଟା ବାୟେଂଶର ଶର ପୁରାଇ ଦିଗପାଳମାନଙ୍କୁ ସାକ୍ଷୀ ରଖି କହିଲେ- ତୁମ୍ଭେ ଦିଗପାଳମାନେ ସାକ୍ଷୀ ରହିଲ । ରାଜା ହୋଇ ୟେ ନିରୀମାଖୀ ହୋଇ ମତେ ଶର ରୁନ୍ଧୁଛନ୍ତି । ପରେ ପରେ ଜାରା ତାହାର ଫିରିକି ନାରାଚରେ ଶର ପୁରାଇ ଅର୍ଜୁନ ଉପରକୁ ପ୍ରୟୋଗ କରିବାକୁ ଲାଗିଲେ । ଅର୍ଜୁନ ପୁଣି ଶର ବିନ୍ଧିଲେ, ଜାରା ଅର୍ଜୁନଙ୍କ ପ୍ରତିଶରକୁ କାଟିବାରେ ଲାଗିଥାଏ । କୃଷ୍ଣଙ୍କ ବିନା ଅର୍ଜୁନ ବଳହୀନ ଜଣାପଡିଲେ । ପରସ୍ପର ଶର ପ୍ରୟୋଗ କରିବାକୁ ଲାଗିଲେ ମଧ୍ୟ ଜାରାକୁ ଅର୍ଜୁନ ପ୍ରତିହତ କରିପାରୁନଥାନ୍ତି । ଦହନ ଶର ଅର୍ଜୁନ ପ୍ରୟୋଗ କରିବାକୁ ବାରୁଣା ଶରରେ ତାହାକୁ ଜାରା ନିବରଣ କଲା । କିରିଟୀଙ୍କ ପ୍ରତ୍ୟେକ ବାଣକୁ ଜାରା ଶବର ଅକ୍ଲେଶରେ କାଟି ପକାଇଥାଏ । ଲାଗ ଲାଗ ଅର୍ଜୁନ ଉଇରବ ବାଣ, ଜାଳାବଳୀ ନାରାଚ, ପର୍ବତା ଶର, ମୋହନା ଶର ପ୍ରୟୋଗ କରିବାରୁ ଜାରା ଏହାକୁ ଯଥାକ୍ରମେ ତିମ୍ବୁର ଶର, ଚକ୍ରଶର, ବଜ୍ରଶର ଓ ଅଭେଦ କପଚ ଶର ମାରି ନିବାରଣ କଲା ।
ଶେଷରେ ଅର୍ଜୁନ କୋପଉରେ ମନଭେଦୀ ଶରପେଶି ଶବରର ମୁଣ୍ଡକାଟି ପକାଇବାକୁ ଆଜ୍ଞା ଦେଲେ । ଏହା ଦେଖି ଜାରା ପ୍ରାଣୀହରଣ ବାଣ ମାରି ଅର୍ଜୁନଙ୍କ ପ୍ରାଣ ନାଶ ପାଇଁ କହିଲେ । ଏହି ଦୁଇ ଶର ହେଉଛନ୍ତି ଆପାଲଟକ ଶର । ଏ ଶର ପଡିଲେ ମୃତୁ୍ୟ ନିଶ୍ଚିତ । ଅର୍ଜୁନ ଓ ଜାରା ମଧ୍ୟରେ ଏହି ଦୁଇଶର ମରାମରି ହେବାରୁ ଆକାଶରେ ଥାଇ ବିହନ୍ତା ପୁରୁଷେ କହିଲେ- ‘ଅର୍ଜୁନ, ଜାରା ତୁମ୍ଭେ ଅସ୍ତ୍ର ତ୍ୟାଗ କର । ଦୁହେଁ ହେଉଛ ଏକ ଆତ୍ମା । ଏ ଜାରା ଶବର ହେଉଛି ପୂର୍ବଜନ୍ମର ଅଙ୍ଗଦ । ଯୁଗେ ଯୁଗେ ତୁମ ସହିତ ଥାଏ । ଶ୍ରୀକୃଷ୍ଣ ହେଉଛନ୍ତି ତ୍ରେତୟାଯୁଗର ଶ୍ରୀରାମଚନ୍ଦ୍ର ଓ ତୁମେ ହେଉଛ ସୁଗ୍ରୀବ । ୟେ ତୁମ୍ଭର ଜ୍ୟେଷ୍ଠପୁତ୍ର । ତୁମ୍ଭେ ହରି ଅର୍ଜୁନ ୟେ ଜାରାଶବର । ଏହି ଜାରା ଶବର ଶ୍ରୀକୃଷ୍ଣଙ୍କ ପିଣ୍ଡକୁ ନୀଳ କନ୍ଦରରେ ପୂଜା କରିବ । ବିହନ୍ତା ପୁରୁଷଙ୍କ ବାଣୀ ଶୁଣି ଅର୍ଜୁନ ଓ ଜାରାଙ୍କ ଆତ୍ମା ଶାନ୍ତି ହେଲା । ଅର୍ଜୁନ ଶ୍ରୀକୃଷ୍ଣଙ୍କ ଶରୀରକୁ ନ ଛୁଇଁଥିବାରୁ ଅନୁତପ୍ତ ହୋଇ କ୍ରନ୍ଦନ କରିବାକୁ ଲାଗିଲେ । ଶ୍ରୀକୃଷ୍ଣଙ୍କ ଅଭାବରେ ସେ ନିରେଖ ହୋଇଗଲେ ବୋଲି କହି ନିଜକୁ ଧିକ୍କାର କରୁଥାନ୍ତି । ଅର୍ଜୁନଙ୍କର ଏପରି ଅବସ୍ଥା ଦେଖି ଜାରାଶବର ତାଙ୍କୁ ପ୍ରବୋଧନା ଦେବାରେ ଲାଗିଥାଏ ।