ଲୋକସଭା ପାଇଁ ଧନୁର୍ଜୟ ସିଦ୍ଦୁଙ୍କୁ ବିଜେଡି ଟିକେଟ
କେନ୍ଦୁଝର: ତେଲକୋଇ ବିଧାନସଭା ପାଇଁ ଧନୁର୍ଜୟ ସିଦ୍ଦୁଙ୍କୁ ବିଜେଡି ଲୋକସଭା ପାଇଁ ପ୍ରାର୍ଥୀ କରିଛି । ଦେଶର ସର୍ବକନିଷ୍ଠା ସାଂସଦ ଭାବେ ଆଖ୍ୟା ଅର୍ଜନ କରିଥିବା ସୁଶ୍ରୀ ଚନ୍ଦ୍ରାଣି ମୁର୍ମୁଙ୍କ ଟିକେଟ କାଟି ବିଜେଡିରେ ଧନୁର୍ଜୟ ସିଦ୍ଦୁଙ୍କୁ ପ୍ରାର୍ଥୀ କରିଛି । ଫଳରେ ବିଜେପି ଅନନ୍ତ ନାଏକଙ୍କ ସହିତ ବିଜେଡିର ଧନୁର୍ଜୟ ସିଦ୍ଦୁଙ୍କ ମଧ୍ୟରେ ସିଧାସଳଖ ଲଢେଇ ହେବ । କଂଗ୍ରେସ ଦଳର ପ୍ରାର୍ଥୀ ଘୋଷଣା ହୋଇନଥିଲେ ମଧ୍ୟ ପୂର୍ବତନ ସାଂସଦ ଶକୁନ୍ତଳା ଲାଗୁରୀଙ୍କୁ ଦଳ ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି । ଆସନ୍ତ ୫/୬ ତାରିଖ ଦିନ କଂଗ୍ରେସ ଲୋକସଭା ପ୍ରାର୍ଥୀ ଘୋଷଣା କରିବ । ଧନୁର୍ଜୟ ସିଦ୍ଦୁ ଗତ ୧୫ବର୍ଷ ଧରି ସେ ତେଲକୋଇ ବିଧାନସଭାକୁ ଫୋକସ କରି ଆସୁଥିଲେ । କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କିଏ ହେବ ସେ ନେଇ ଅନେକ ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । କେତେବେଳେ ମୀନା ମାଝୀ ତ କେତେବେଳେ ମାଧବ ସର୍ଦ୍ଦାର ନାମ ଚର୍ଚ୍ଚା ହେଉଥିଲା । ଯଦିଓ ସୁଶ୍ରୀ ଚନ୍ଦ୍ରାଣୀ ମର୍ମୁଙ୍କ ଟିକେଟ କଟିବା ନେଇ ପ୍ରାୟ ସମସ୍ତେ ନିଶ୍ଚିତ ଥିଲେ କିନ୍ତୁ ଧନୁର୍ଜୟ ସିଦ୍ଦୁଙ୍କ ଟିକେଟ ଘୋଷଣା ଅତ୍ୟନ୍ତ ଅପ୍ର୍ୟାତଶିତ ଢଙ୍ଗରେ ହୋଇଛି । କର୍ପୋରେଟ ଲବିରେ ତାଙ୍କୁ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ କରିଥିବା ଆଲୋଚନା ହେଉଛି । ପୂର୍ବରୁ ଧନୁର୍ଜୟ ସିଦ୍ଦୁ ତେଲକୋଇ ନିର୍ବାଚନମଣ୍ଡଳୀରୁ ଲଢିବା ପାଇଁ ପ୍ରସ୍ତୁତ ଥିଲେ । ସେଥିପାଇଁ ଦୀର୍ଘ ବର୍ଷ ଧରି ତେଲକୋଇରେ ନିଜର ସଂଗଠନ ସଜାଡୁଥିଲେ । ମାତ୍ର ତେଲକୋଇ ର ତୃଣମୂଳ କର୍ମୀ ଏବଂ ଛାମୁଆ ନେତାମାନେ ବିରୋଧ କରି ଆସୁଥିଲେ । ଧନୁର୍ଜୟ ସିଦ୍ଦୁ ପୂର୍ବରୁ ୨୦୦୪ ମସିହାରେ ଚମ୍ପୁଆ ଆସନରୁ କଂଗ୍ରେସ ଟିକେଟରୁ ବିଧାନସଭାରେ ଲଢି ବିଧାୟକ ହୋଇଥିଲେ । ଏହାପରେ ସେ ନିଜର ରାଜନୈତିକ କର୍ମକ୍ଷେତ୍ର ଭାବେ ତେଲକୋଇକୁ ବାଛିଥିଲେ । ୨୦୧୪ରେ ବିଧାୟକ ପ୍ରାର୍ଥୀଭାବେ କଂଗ୍ରେସରୁ ଏବଂ ୨୦୧୯ରେ ବିଜେପିରୁ ଲଢି ପରାଜିତ ହୋଇଥିଲେ । ଗତ ୨ ବର୍ଷ ତଳେ ସେ ବିଜୁ ଜନତା ଦଳରେ ମିଶିଥିଲେ ।