ଟ୍ରକ ମାଲିକ ସଂଘ ନିର୍ବାଚନ ଭୋଟ ମାଗୁଛନ୍ତି ପ୍ରଦୀପ


ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ ଆସନ୍ତ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଟ୍ରକ ମାଲିକମାନଙ୍କ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ଦେଖିବାକୁ ମିଳୁଛି । ନିର୍ବାଚନରେ ମଇଦାନରେ ମୋଟ ୧୦୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କେନ୍ଦୁଝର ଜିଲ୍ଲାର ହାଟଡିହୀ ଜୋନ, ରାମଚନ୍ଦ୍ରପୁର ଜୋନ, ଘସିପୁରା ଜୋନ, ଘଟଗାଁ ଜୋନ, ଢେଙ୍କିକୋଟ ଜୋନ, କେନ୍ଦୁଝର ଜୋନ, ଚମ୍ପୁଆ ଜୋନକୁ ନେଇ ଟ୍ରକ ମାଲିକ ସଂଘ ଗଠିତ । ସମୁଦାୟ ୭ଟି ଜୋନକୁ ୨ ଭାଗରେ ବିଭକ୍ତ କରାଯାଇ ଆନନ୍ଦପୁର ଏବଂ କେନ୍ଦୁଝରରେ ନିର୍ବାଚନ ଅନୁଷ୍ଠିତ ହେବ । ମୋଟ ୪ ହଜାର ୮୯୨ଜଣ ଟ୍ରକ ମାଲିକ ଭୋଟ ଦାନ କରିବେ । ଏଥର ମୁଖ୍ୟତଃ ସଭାପତି,ସମ୍ପାଦକ,ଉପସଭାପତି ଓ ଯୁଗ୍ମ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ତୀବ୍ରତର ହୋଇଛି । ସାଧାରଣ ସମ୍ପାଦକ ପଦବୀରେ ୩ ଜଣ ପ୍ରତିଦ୍ୱିନ୍ଦ୍ୱିତା କରୁଛନ୍ତି । ସାଧାରଣ ସମ୍ପାଦକ ପଦବୀରେ ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ବାରିକ ଏଥର ପୁଣି ମଇଦାନରେ ଓହ୍ଲାଇଛନ୍ତି । ଗତ ନିର୍ବାଚନରେ ସେ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଏଥର ତାଙ୍କ ପ୍ରତି ସମର୍ଥନ ବଢୁଥିବା ଦେଖିବାକୁ ମିଳୁଛି । ଶୃଙ୍ଖଳିତ ଲୋଡିଂ,ଟ୍ରକ ମାଲିକମାନଙ୍କ ପାଉଣା କୁ ସରଳ ଏବଂ ଶୀଘ୍ର କରାଯିବ,ସଦସ୍ୟମାନଙ୍କ ସାମାଜିକ ସୁରକ୍ଷା ପାଇଁ ଗ୍ରୃପ ଇନ୍ସୁରାନ୍ସ ବ୍ୟବସ୍ଥା ହେବ ବୋଲି ସେ ପ୍ରତିଶୃତି ଦେଇ ଭୋଟରଙ୍କ ପାଖକୁ ଯାଉଛନ୍ତି । ଟ୍ରକ ପାର୍କିଂର ବ୍ୟବସ୍ଥା କରାଯାଇ ଗାଡିଗୁଡିକୁ ଜଗିବା ପାଇଁ ସିକୁ୍ୟରିଟି ଏବଂ ଡ୍ରାଇଭର ଓ ହେଲପରଙ୍କ ପାଇଁ ସେଠାରେ ଶୌଚାଳୟ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତି ।