ସଡକ ଦୁର୍ଘଟଣାରେ ଭାଇ ଭଉଣୀ ମୃତ

ସଡକ ଦୁର୍ଘଟଣାରେ ଭାଇ ଭଉଣୀ ମୃତ


ବୋଲଗଡ଼: ବୋଲଗଡ଼ ଥାନା ଚୁଡା କପାସିଆ ମଧ୍ୟସ୍ଥଳ ଗେଡିମୁଣ୍ଡିଆ ନିକଟ  ୫୭ନଂ ଜାତୀୟ ରାଜପଥରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଭାଇ ଭଉଣୀ ଉଭୟଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି । ଥାନା ସୂତ୍ରରୁ ଜଣାପଡ଼ିଛି ଯେ, ସୋମବାର  ପ୍ରାୟତଃ ରାତ୍ର ୧୧.୩୦ ସମୟରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ନିକଟସ୍ଥ ବନମାଳୀପୁର ଗ୍ରାମର ଦୀନବନ୍ଧୁ ମଲ୍ଲିକଙ୍କ ପତ୍ନୀ ସସ୍ମିତା ମଲ୍ଲିକ (୩୬) ଓ ମୃତ ସଂସାରୀ ମଲ୍ଲିକଙ୍କ ପୁଅ ରମେଶ ଚନ୍ଦ୍ର ମଲ୍ଲିକ(୪୦)ଉଭୟେ ଭୁବନେଶ୍ୱରରୁ ପଲସର ବାଇକ ଯୋଗେ ନିଜ ଗ୍ରାମ ବନମାଳୀପୁରକୁ ଫେରୁଥିଲେ । ସମ୍ପର୍କରେ ଉଭୟ ଭାଇ ଓ ଭଉଣୀ ଥିଲେ । ତେବେ କୌଣସି ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚ।ଲି ଯାଇ ଥିବାର ମୃତା ସସ୍ମିତାଙ୍କ ସ୍ୱାମୀ ଦୀନବନ୍ଧୁ ମଲ୍ଲିକ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଉଭୟ ଭାଇ ଓ ଭଉଣୀଙ୍କୁ ଚିକିତ୍ସା ନିମନ୍ତେ ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ । ଏ ନେଇ ଥାନା କେଶ ନଂ୮୦/୨୪ ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚ।ଲୁ ରହିଥିବାର ଥାନା ଏସଆଇ ଲିଲି ପାଢ଼ୀ ସୂଚନା ଦେଇଛନ୍ତି ।