ମା’ ମଙ୍ଗଳାଙ୍କ ଦ୍ୱିତୀୟ ପାଳିଯାତ୍ରା ଶେଷ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା
’
କାକଟପୁର: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଚୈତ୍ରମାସ ଦ୍ୱିତୀୟ ପାଳି ଯାତ୍ରା ଶେଷ ହୋଇଛି । ରାତ୍ର ·ରି ଘଟିକା ଠାରୁ ମନ୍ଦିର ଖୋଳାଯାଇ ସ୍ନାନାମାର୍ଜନା, ଭିତର ଶୋଧ କାରାଯାଇ ମା’ଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା । ବଲ୍ଳଭ ଓ ସକାଳ ଧୂପ ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲାଯାଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ମାତୃଭକ୍ତ ମାନେ ଧାଡିରେ ଯାଇ ମା’ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଦିବା ୧ ଘଟିକା ସମୟରେ ଝଙ୍କଡ଼ରୁ ଆସିଥିବା ଘଣ୍ଟ ପାଟୁଆ ମାନେ ଘଣ୍ଟ ବଜାଇ ପ୍ରାଚୀନଦୀରୁ ଜଳ ତୋଳି ମା’ ଙ୍କ ବେଢାରେ ଓ ବେଢା ବାହାରେ ମୁଣ୍ଡରେ ଘଟ ରଖି ପାଟୁଆ ନୃତ୍ୟ କରିଥିଲେ । ଦିବା ୩ ଘଟିକା ସମୟରେ ଦ୍ୱିପହର ଧୂପ ଓ ଭଅଣ୍ଡ ଧୂପ କାରାଯାଇ ପହୁଡ଼ ପଡିଥିଲା । ଅପରାହ୍ନ ୫ ଘଟିକା ସମୟରେ ସର୍ବସାଧାରଣଙ୍କ ନିମନ୍ତେ ପହୁଡ଼ ଖୋଲାଯାଇଥିଲା । ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଓ ରାତ୍ର ୯ ଘଟିକା ସମୟରେ ରାତ୍ର ଧୂପ ଓ ବଡ଼ସିଂହାର ଅନୁଷ୍ଠିତ କାରାଯାଇ ପହୁଡ଼ ପଡିଥିଲା । କାକଟପୁର ଆଇଆଇସି ବିଜୟ କେତନ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମନ୍ଦିର ବେଢାରେ ଓ ବାହାରେ ପୋଲିସ ମୁତୟନ କାରାଯାଇ ଭକ୍ତ ମାନଙ୍କୁ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରାଯାଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି ଶୃଙ୍ଖଳା ବ୍ୟବସ୍ଥାକୁ ତଦାରଖ କରିବା ସହିତ ଭକ୍ତମାନଙ୍କୁ ଦହି ସର୍ବତ ବଣ୍ଟନ କରିଥିଲେ । ଆଜିର ପୂଜାପଣ୍ଡା ସେବକ ଭାବେ ଶରତ ଚନ୍ଦ୍ର ଦୀକ୍ଷିତ ଦାୟିତ୍ୱ ନିର୍ବାହ କରିଥିଲେ ।