ଗୋଚର ଜମି ଜବରଦଖଲ, ରାଜସ୍ୱ ଅଧିକାରୀଙ୍କ କାର୍ଯ୍ୟ ଉପରେ ଅଭିଯୋଗ
କାକଟପୁରରୁ ଆଦିତ୍ୟ କୁମାର ରାଉତ :
ଅସ୍ତରଙ୍ଗ ବ୍ଲକରେ ଏକର ଏକର ଗୋଚର ସମ୍ପଦ ଏବେ ଜବରଦଖଲରେ ଥିବା ଅଭିଯୋଗ ହୋଇଛି ।ଜବରଦଖଲରେ ଅସ୍ତରଙ୍ଗ ବ୍ଲକ ୧ ନମ୍ବର ସ୍ଥାନ ଅଧିକାର କରିଥିବା ଆଲୋଚନା ହେଉଛି । ଅନେକ ବର୍ଷ ତଳେ ଅସ୍ତରଙ୍ଗ ବଜାର ଉପରେ ଜବରଦଖଲକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସେହି ସମୟରେ ଅସ୍ତରଙ୍ଗ ତହସିଲଦାର ନିରାକାର ନାୟକ ଏକ ଦୃଢ କାର୍ଯ୍ୟପନ୍ଥା ଅବଲମ୍ବନ କରିଥିଲେ । କିନ୍ତୁ ନିରାକାର ନାୟକଙ୍କ ଅବସର ପରେ ଦୀର୍ଘ ବର୍ଷ ହେବ ଅଧିକାରୀଙ୍କୁ ଭୁଆଁ ବୁଲାଇ ଅନେକ ଜମି ମାଫିଆ ଏହି ଜବରଦଖଲରେ ଲିପ୍ତ ଅଛନ୍ତି । କହିବାକୁ ଗଲେ କିଛି ମାସ ପୂର୍ବରୁ ଜିଉଁନ୍ତି ମୌଜା ଉକୁଳେଇ ସାମିଲ ଗ୍ରାମରେ ଜଣେ ଅଧ୍ୟାପକ ସରକାରୀ ଗୋଚର ଜବରଦଖଲ କରି, ତା ପରେ ଅବଶିଷ୍ଟ ସ୍ଥାନରେ ଗୃହ ନିର୍ମାଣ କରୁଥିଲେ, ଉକ୍ତ ସ୍ଥାନର କିଛି ଉଦ୍ୟୋଗୀ ଯୁବକ ଅସ୍ତରଙ୍ଗ ତହସିଲରେ ଅଭିଯୋଗ କରିବା ପରେ ସେ ସ୍ଥାନରେ କାର୍ଯ୍ୟ ବନ୍ଦ ହୋଇଛି ସତ କିନ୍ତୁ ଜବରଦଖଲ ଉଛେଦ ହେଇପାରୁନାହିଁ ।
ଉକ୍ତ ଲୋକକୁ ଅନୁକରର କରି ଅନ୍ୟ ସରକାରୀ ଜମିରେ ବେଆଇନ ଭାବେ କୋଠାବାଡ଼ି ନିର୍ମାଣ ଦ୍ରୁତ ଗତି ରେ ·ଲିଛି । ବିଭିନ୍ନ ମିଥ୍ୟା ମାକୋଦ୍ଦମା କୋର୍ଟରେ କରି ସରକାରୀ ସମ୍ପତ୍ତିରେ ଜୋର ଜବରଦସ୍ତ ରହିବା ଏବେ ଅସ୍ତରଙ୍ଗ ଅଞ୍ଚଳରେ ବୃଦ୍ଧି ପାଉଥିବା ବେଳେ ଏବେ ଅସ୍ତରଙ୍ଗ ରାଜସ୍ୱ୍ୱ ଅଧୀନରେ ମାଳଦା ମୌଜାରେ ଆଉ ଏକ ଜବରଦଖଲକୁ ନେଇ ପ୍ରଥମେ ଅସ୍ତରଙ୍ଗ ତହସିଲଦାରଙ୍କୁ ଅଭିଯୋଗ ଓ ପରେ ତହସିଲଦାରଙ୍କ ଶୂନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପଠାଯାଇଛି । ସୂଚନା ମୁତାବକ ଉକ୍ତ ମୌଜା ର ଶିବନାଥ ସାହାଣୀ ତାଙ୍କ ଜମି ନମ୍ବର -୩୧୬/୫୧-ପ୍ଲଟ -୧୩୫୬ ·ଷ ଜମି ଉପରେ ବେ ଆଇନ ଗୃହ ର୍ନିମାଣ କରିବା ସହିତ ଉକ୍ତ ସ୍ଥାନ ସାମ୍ନାରେ ଏକ ଗୋଚର କିସମକୁ ଜବରଦଖଲ କରି ଏକ ବେଆଇନ ବ୍ରିଜ ନିର୍ମାଣ କରୁଥିଲେ । ଫଳରେ ସମାଜସେବୀ ଅମୀୟ ରଞ୍ଜନ ବାରିକ ସ୍ଥାନୀୟ ତହସିଲରେ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ପାଇବା ପରେ ସ୍ଥାନୀୟ ତହସିଲଦାରଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ଉକ୍ତ ଜବରଦଖଲ ଉପରେ ନିଆ ଯାଇନାହିଁ । ପରବର୍ତ୍ତୀ ମୁହୂର୍ତ୍ତରେ ସମାଜସେବୀ ଅମୀୟ ରଞ୍ଜନ ବାରିକ ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଅଭିଯୋଗ ପଠାଇଛନ୍ତି । ଅସ୍ତରଙ୍ଗ ଅଞ୍ଚଳର ଏକର ଏକର ଗୋଚର ସମ୍ପତ୍ତି କେବେ ସରକାରୀ ଖାତାକୁ ଫେରିବ ତାହା ଏବେ ଦେଖିବାକୁ ବାକି ରହିଲା ।