ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ମତଦାନ

ପୁରୀ:  ପୁରୀ ଲୋକସଭା ଓ ବିଧାନସଭା ଆସନ ପାଇଁ ଶନିବାର ଦିନ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ୨୩୯ଟି ବୁଥ୍ରେ ଭୋଟରମାନେ ଉସôାହର ସହ ମତଦାନ କରିଥିଲେ । ବିଶେଷତଃ ମହିଳା ଓ ଯୁବଭୋଟରଙ୍କ ମଧ୍ୟରେ ଅଧିକ ଉସôାହ ଓ ଆଗ୍ରହ ପରିଲକ୍ଷିତ ହୋଇଥିଲା । ଅପରାହ୍ନ ୫ଟା ୩୦ମିନିଟ୍ ସୁଦ୍ଧା ପୁରୀ ସଦର ନିର୍ବାଚନ ମଣ୍ଡଳୀର ମୋଟ ୨୪୦୦୭୮ ଜଣ ଭୋଟରଙ୍କ ମଧ୍ୟରୁ ୬୧.୯ ପ୍ରତିଶତ ମତଦାତା ମତଦାନ କରିଥିଲେ । ପୁରୀ ସହରର ବିଭିନ୍ନ ୱାର୍ଡ଼ରେ ଥିବା ସ୍କୁଲ ଓ ଅନ୍ୟାନ୍ୟ ଅନୁଷ୍ଠାନରେ ଖୋଲା ଯାଇଥିବା ମତଦାନ କେନ୍ଦ୍ରମାନଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ କରାଯାଇଥିଲା । ସକାଳୁ ଅନୁକୂଳ ପାଗ ରହିଥିବା ବେଳେ ଦିନ ପ୍ରାୟ ୧୧ଟା ସମୟରେ କିଛି ସମୟ ପାଇଁ ମଧ୍ୟମ ଧରଣର ବର୍ଷା ହୋଇଥିଲା । ପରେ ପାଗ ବଦଳୀବାରୁ ଭୋଟରମାନେ ମତଦାନପାଇଁ ଭୋଟ କେନ୍ଦ୍ରକୁ ଛୁଟିଥିଲେ । କେତେକ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ଜମିଥିବା ଦେଖାଯାଇଥିଲା । ମୁ୍ୟନିସପାଲ ହାଇସ୍କୁଲ, ଭାରତ ସେବାଶ୍ରମ ସଂଘ ବିଦ୍ୟାଳୟ, ବଳଗଣ୍ଡୀ ହାଇସ୍କୁଲ, ପୁରୀ ଜିଲ୍ଳା ସ୍କୁଲ, ବିଶ୍ୱମ୍ଭର ବିଦ୍ୟାପୀଠ, ଭୋଳାନାଥ ବିଦ୍ୟାପୀଠ, ଅମଲା କ୍ଲବ, ନାରୀସେବା ସଦନ, ଫାଦର ସ୍କୁଲ, ଆଳିକିଆ ସ୍କୁଲ, ଆଦିରେ ମତଦାନ କେନ୍ଦ୍ର ଖୋଲାଯାଇଥିଲା । ଭୋଟରମାନେ ସୁରୁଖୁରୁରେ କିଭଳି ମତଦାନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ମତଦାନ କେନ୍ଦ୍ର ମାନଙ୍କରେ ଓଡ଼ିଶା ପୋଲିସ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଜବାନମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ କରାଯାଇଥିଲା । ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ ଓ ନିର୍ଦ୍ଧାରିତ ସମୟ ସଂନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ଭୋଟରଙ୍କୁ ସହାୟତା କରିବା ପାଇଁ ସ୍ଥାନେସ୍ଥାନେ ନିର୍ବାଚନ ଟୁଙ୍ଗୀ କରାଯାଇଥିଲା । ପ୍ରାର୍ଥୀମାନଙ୍କର କର୍ମୀମାନେ ଭୋଟର ତାଲିକା ଧରି ସେସବୁ ଟୁଙ୍ଗୀରେ ଉପସ୍ଥିତ ଥିଲେ । ଭୋଟ ଗ୍ରହଣ କେନ୍ଦ୍ରମାନଙ୍କରେ ଛାମୁଣ୍ଡିଆ କରାଯିବା ସହ ଭୋଟରମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସ୍କାଉଟ ଓ ଗାଇଡ଼ର ସ୍ୱେଚ୍ଛାସେବୀମାନେ ହୁଇଲ ଚେୟାରରେ ଭୋଟରମାନଙ୍କୁ ମତଦାନ କେନ୍ଦ୍ର ଭିତରକୁ ନେଇଥିଲେ । ସେହିଭଳି ବୟସ୍କ ଭୋଟରମାନଙ୍କୁ ସେମାନଙ୍କ ପରିବାରର ସଦସ୍ୟମାନେ ହୁଇଲ ଚେୟାରରେ ମତଦାନ କେନ୍ଦ୍ରରେ ପହଞ୍ଚାଇଥିଲେ । ବହୁ ବରିଷ୍ଠ ନାଗରିକ ଭୋଟର ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଯ ଦେବା ପାଇଁ ଅପେକ୍ଷା କରିରହିଥିବା ଦେଖାଯାଇଥିଲା । ସବୁ ବର୍ଗର ନାଗରିକମାନେ ଉସôାହର ସହ ମତଦାନ ପାଇଁ ଭୋଟ କେନ୍ଦ୍ରକୁ ଯାଇଥିଲେ । ଗଜପତି ମହାରାଜା ଦିବ୍ୟସିଂହ ଦେବ, ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ବିଜେଡ଼ି ପ୍ରାର୍ଥୀ ସୁନୀଲ ମହାନ୍ତି ନିଜନିଜ ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିଥିଲେ । ଜିଲ୍ଲାର ୧୮୨ଟି ବୁଥ୍କୁ ସମ୍ବେଦନଶୀଳ ବୁଥ୍ ରୂପେ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା । ଭୋଟରଙ୍କ ପାଇଁ ଖୋଲାଯାଇଥିଲା ୨୪୬ଟି ସଖି ବୁଥ୍ । ୩୬ଟି ଫ୍ଲାଇଂ ସ୍କ୍ୱାର୍ଡ଼, ୩୬ଟି ଷ୍ଟାଟିକ ସର୍ଭିଲାନ୍ସ ଟିମ୍, ୬ଟି କୁଇକ ରେସପନ୍ସ ଟିମ୍କୁ ନିୟୋଜିତ କରାଯାଇଥିବା ବେଳେ ୮ଟି ଚେକ୍ ପୋଷ୍ଟ ଖୋଲାଯାଇଥିଲା । ୧୧କମ୍ପାନୀ ସିଏପିଏଫ ବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଏବଂ ୫୩ସେକ୍ସନ ଓଏସ୍ଏପି ବା ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀ  ନିୟୋଜିତ ହୋଇଥିଲେ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁକେତେକ ମତଦାନ କେନ୍ଦ୍ରକୁ ସୁସଜ୍ଜତି କରାଯାଇଥିଲା । ବିଭିନ୍ନ ରଙ୍ଗର କନାରେ ବିଶ୍ରାମ ସ୍ଥଳକୁ ସଜାଯିବା ସହିତ ଗୋଟିଏ କେନ୍ଦ୍ରରେ ଶଗଡ଼କୁ ସଜାଯିବା ସହିତ ଅନ୍ୟ କେତେକ କେନ୍ଦ୍ରରେ ଚଉଦୋଳ ଓ ପାଲିଙ୍କିକୁ ଭୋଟ କେନ୍ଦ୍ର ପରିସରରେ ସଜା ହୋଇ ରଖାଯାଇଥିଲା ।
ଜଟଣୀ: ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ୧୧୫ ଜଟଣୀ ନିର୍ବାଚନ ମଣ୍ଡଳୀର ବ୍ଳକ ଓ ମୁ୍ୟନିସିପାଲଟି ଅଞ୍ଚଳରେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି । ସକାଳ ୭ ଘଣ୍ଟା ସମୟରୁ ମତଦାନ ଆରମ୍ଭ ହୋଇଥିବା ବେଳେ କାଁ ଭାଁ ହୋହାଲ୍ଲା ବ୍ୟତୀତ ସଂଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ·ଲିଥିଲା । ପ୍ରତ୍ୟେକ ବୁଥ୍ରେ ଭୋଟର ସହାୟତା କେନ୍ଦ୍ର ଖୋଲିବା ସହ ପାନୀୟ ଜଳ ଏବଂ ଛାଇର ବ୍ୟବସ୍ଥା କରାଯାଇଥିଲା । ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକ୍ ସ୍ତରରେ ବୁଥ୍ସ୍ତରୀୟ ଜରୁରୀକାଳୀନ ପ୍ରତିକ୍ରିୟା ଦଳ ଗଠନ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବୁଥ୍ ଗୁଡିକରେ ୱେବ କାଷ୍ଟିଙ୍ଗ କ୍ୟାମେରା ସଂଯୋଗ ହୋଇଥିଲା । ଉଲ୍ଲେଖ ଯୋଗ୍ୟ ଯେ, ଜଟଣୀ ବ୍ଳକର୍ ୧୫ ଟି ପଞ୍ଚାୟତରେ ୯୬ ଟି ବୁଥ୍ ହୋଇଥିବା ବେଳେ ପୁରୁଷ ଭୋଟର ୪୪ ହଜାର ୧୮୪ ଜଣ, ମହିଳା ଭୋଟର ୪୨ ହଜାର ୨୩୨ ଜଣ ରହିଥିଲା ବେଳେ ୧୧ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଥିଲେ । ମ୍ୟୁନିସିପାଲଟିର ୨୩ ଟି ୱାର୍ଡରେ ପୁରୁଷ ଭୋଟର ୨୪ ହଜାର ୭୧୧ ଜଣ , ମହିଳା ୨୪ ହଜାର ୯୭୬ ଜଣ ଏବଂ ୧୨ ଜଣ ତୃତୀୟ ଲିଙ୍ଗୀ ଭୋଟର, ସେହିପରି ଭୁବନେଶ୍ର ବ୍ଲକ୍ ଅଧୀନରେ ୧୦ ଟି ଗ୍ରାମ ପଞ୍ଚାୟତରେ ୫୯ ଟି ବୁଥ୍ରେ ପୁରୁଷ ଭୋଟର ୨୮ ହଜାର ୮୨୮ ଜଣ, ମହିଳା ଭୋଟର ୨୮ ହଜାର ୫୧୫ ଜଣ ଓ ତୃତୀୟ ଲିଙ୍ଗୀ ୫ ଜଣ, ଖୋର୍ଦ୍ଧା ଅଧୀନରେ ଥିବା ୭ ଟି ଗ୍ରାମ ପଞ୍ଚାୟତରେ ୪୯ ଟି ବୁଥ୍ରେ ପୁରୁଷ ଭୋଟର ୨୧ ହଜାର ୭୨୯ ଜଣ, ମହିଳା ଭୋଟର ୨୦ ହଜାର ୫୩୦ ଜଣ ଓ ତୃତୀୟ ଲିଙ୍ଗୀ ୧ ଜଣ, ଏବଂ ବିଏମ୍ସି ଅଞ୍ଚଳରେ ଥିବା ୮ ଟି ବୁଥ୍ରେ ପୁରୁଷ ଭୋଟର ୪ ହଜାର ୯୭୦ ଜଣ, ମହିଳା ଭୋଟର ୪ ହଜାର ୫୬୧ ଜଣ ଓ ତୃତୀୟ ଲିଙ୍ଗୀ ୬ ଜଣ ରହିଥିଲେ । ଏହିପରି ମୋଟ ଭୋଟର ୨ ଲକ୍ଷ ୪୫ ହଜାର ୨୭୧ ଜଣଙ୍କ ଭୋଟଗ୍ରହଣ (ପୁରୁଷ ୧ ଲକ୍ଷ ୨୪ ହଜାର ୪୨୨, ମହିଳା ୧ ଲକ୍ଷ ୨୦ ହଜାର ୮୧୪ ଏବଂ ତୃତୀୟ ଲିଙ୍ଗୀ ୩୫) ପାଇଁ ସର୍ବମୋଟ ୨୫୪ ମତଦାନ କେନ୍ଦ୍ର ମଧ୍ୟରୁ ୪୭ ଗୋଟି ସଖି ବୁଥ୍, ୧ ଗୋଟି ଭିନ୍ନକ୍ଷମ ପରି·ଳିତ ବୁଥ୍, ୨୮ ଗୋଟି ମିଶ୍ରିତ ବୁଥ୍ ଏବଂ ୧୭୮ ଗୋଟି ସାଧାରଣ ବୁଥ୍ ପ୍ରଶାସନ ପକ୍ଷରୁ ବନେ୍ଦାବସ୍ତ କରାଯାଇଥିଲା । ତନ୍ମଧ୍ୟରୁ ୩୫ ଟି ବୁଥ୍ ଉତ୍ତେଜନା ପ୍ରବଣ, ୨ ଟି ବୁଥ୍ ଅତି ଉତ୍ତେଜନା ପ୍ରବଣ ଥିବାବେଳେ କୌଣସି ବୁଥ୍ ସମ୍ବେଦନଶୀଳ ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା । କିଛି ବୁଥ୍ରେ ଇଭିଏମ୍ ମେସିନ୍ରେ ଯାନ୍ତ୍ରିକ ତୃଟି ପାଇଁ ମତଦାନରେ ଅଧଘଣ୍ଟାରୁ ଉର୍ଦ୍ଧ ବ୍ୟାଘାତ ସୃଷ୍ଟି ହୋଇଥିଲା । ପରେ ମେସିନ୍ ବଦଳାଇଲା ପରେ ଭୋଟଗ୍ରହଣ ନିର୍ଦ୍ଧାରିତ ସମୟ ଠାରୁ ବହୁ ଅଧିକ ହୋଇଥିଲା । ସକାଳ ୭ଟା ଠାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଯୋଗୁଁ ମଧ୍ୟାହ୍ନ ୧୨ ଟା ରୁ ୩ ଟା ପର୍ଯ୍ୟନ୍ତ ମତଦାନ ଧିମା ପଡିଥିବା ବେଳେ ଅପରାହ୍ନ ୩ ଟା ପରେ ପୁଣି ଭୋଟଗ୍ରହଣ ଗତି ବଢିଥିବା ଲକ୍ଷ୍ୟ କରାଯାଇଥିଲା । ଯୁବ ଓ ଭିନ୍ନକ୍ଷମ ଭୋଟରଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ନିଜର ମୂଲ୍ୟବାନ ମତସାବ୍ୟସ୍ତ କରିଥିବା ଯୁବକ ଯୁବତୀମାନଙ୍କ ମଧ୍ୟରେ ଉତ୍ସାହ ଲକ୍ଷ୍ୟ କରାଯାଇଥିଲା । ପୋଲିଂ ହାର ୬୪ % ହୋଇଥିବା ସୂଚନା ମିଳିଛି । ଭିନ୍ନକ୍ଷମ, ଅସୁସ୍ଥ ଓ ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଶାସନ ତରଫରୁ ହୁଇଲଚେୟାର ହୋଇଥିବା ବେଳେ ଗ୍ଲୁକୋଜ, ଘୋଳଦହି ଓ ପାନୀୟ ଜଳର ବ୍ୟବସ୍ଥା ହୋଇଥିଲା । ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ପ୍ରତି ବୁଥ୍ରେ ୪ ଜଣ ଲେଖାଏଁ ବି.ଏସ୍.ଏଫ୍ ଓ ତ୍ରିପୁରା ହିମାଞ୍ଚଳ ସ୍ପେଶାଲ୍ ଆର୍ମଡ୍ ପୋଲିସ ମୁତୟନ ହୋଇଥିଲେ । ଅବାଧ ଓ ନୀରପେକ୍ଷ ନିର୍ବାଚନ  ପରି·ଳନା ପାଇଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ଜଟଣୀ ପୌରନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ସହକାରୀ ନିର୍ବାଚନ ଅଧିକାରୀ ରଶ୍ମିତା ନାଥ ଓ ଜଟଣୀ ତହସିଲଦାର ତଥା ଅତିରିକ୍ତ ରିଟର୍ନିଙ୍ଗ ଅଫିସର ପ୍ରୀତିପର୍ଣ୍ଣା ମିଶ୍ର ତୀକ୍ଷ୍ଣ ନଜର ରଖିବା ସହିତ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିଲା ।
ବାଲିପାଟଣା: ଜୟଦେବ ନିର୍ବାଚନ  ମଣ୍ଡଳୀ ଅନ୍ତର୍ଗତ ବାଲିପାଟଣା ବ୍ଲକରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ସମ୍ପୂର୍ଣ୍ଣ ହୋଇଛି । ସନ୍ଧ୍ୟା ୫ ଟା ସୁଦ୍ଧା ଏଠାରେ ପ୍ରାୟ ଶତକଡ଼ା ୬୫ ଭାଗ ମତଦାନ ହୋଇଥିବା ସୂଚନା ମିଳିଛି । କେବଳ ମଝିହାରା  ବୁଥ୍ର ପ୍ରଥମ ପୁଲିଂ ଅଫିସର ହିମାଂଶୁ ପାଢ଼ୀ ଅସମ୍ଭାଳ ଗୁଳୁଗୁଳି ଯୋଗୁଁ ଅଚେତ୍ ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସକାଳ ପ୍ରାୟ ୭ ଟାରେ ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲି ୧୦୨ ନମ୍ବର  ବିଶ୍ୱନାଥପୁର ବୁଥ୍ରେ ଭୋଟଦେଇ ସମସ୍ତେ ନିଜ ମତ ସାବ୍ୟସ୍ତ କରିବାକୁ ନିବେଦନ କରିଥିଲେ । ଭୀଷଣ ଗହଳି ଯୋଗୁଁ ଭୋଟ ଦେବା ବିଳମ୍ବ ହେଉଥିବା ପରିଲକ୍ଷିତ ହୋଇଥିଲା । ଭୋଟ ତାଲିକାରେ ତ୍ରୁଟି ଯୋଗୁଁ ଅନେକ କେନ୍ଦ୍ରରେ ଭୋଟ ନଦେଇ ଲୋକେ ଫେରି ଯାଇଥିବା ଦେଖା ଯାଇଥିଲା । ଲୋକ ମାନେ ଭାବରେ ଭୋଟ ଦେବାପାଇଁ ଆଗ୍ରହ ଦେଖାଇଥିବା ଜଣା ପଡ଼ିଛି । ଯୁବ ଭୋଟର ମାନେ ମତଦାନ କେନ୍ଦ୍ରରେ ଅଧିକ ସଂଖ୍ୟାରେ ଉପସ୍ଥିତ ଥିବା ଦେଖାଯାଇଥିଲା । ଆଗାମୀ ୪ ତାରିଖରେ ଭୋଟ ଗଣତି ଦିନକୁ ସମସ୍ତ ଙ୍କର ଅପେକ୍ଷା ରହିବ । ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ସ୍ୱାଧିନ ବିଧାୟକ ପ୍ରାର୍ଥୀ ସତ୍ୟପ୍ରିୟ ବେହେରା  ବିଭିନ୍ନ କେନ୍ଦ୍ରରେ ପହଁଞ୍ଚô ସ୍ଥିତି ଅନୁଧ୍ୟାନ କରିଥିଲେ । ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ ତାଙ୍କ ନିଜ କେନ୍ଦ୍ରରେ  ଭୋଟ ଦେଇଥିଲେ ।
ବାଲିଅନ୍ତା: ରାଜ୍ୟରେ ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ଲୋକସଭା ସାଂସଦ କ୍ଷେତ୍ର ପରିସର ଜୟଦେବ ନିର୍ବାଚନମଣ୍ଡଳୀରେ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ଏଠାରେ ଅଧିକାଂଶ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବ ହୋଇଥିବାରୁ ଶେଷ ଖବର ସୁଦ୍ଧା ଶତକଡା ୭୦ ଭାଗରୁ ଉଦ୍ଧ୍ୱର୍ ମତଦାନ ହୋଇଥିବା ଅନୁମାନ କରାଯାଉଛି । ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ମୋଟ ୨୩୬ ଟି ମତଦାନ କେନ୍ଦ୍ର ଥିବାବେଳେ ମତଦାତାଙ୍କ ସଂଖ୍ୟା ୧ଲକ୍ଷ ୮୩ ହଜାର ୧୬୯ । ସେଥିମଧ୍ୟରୁ ବାଲିଅନ୍ତା ବ୍ଲକରେ ମୋଟ ୧୧୧ ମତଦାନ କେନ୍ଦ୍ରକୁ ୮୯ ହଜାରରୁ ଉଦ୍ଧ୍ୱର୍ ମତଦାତା ଥିବା ବେଳେ ବାଲିପାଟଣା ବ୍ଲକରେ ୧୨୫ ମତଦାନ କେନ୍ଦ୍ରକୁ ୯୪ ହଜାରରୁ ଉଦ୍ଧ୍ୱର୍ ମତଦାତା ଅଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୦ ହଜାର ମତଦାନ ହୋଇଥିବା ଅନୁମାନ କରାଯାଉଛି । ସେହିପରି ଚଳିତ ନିର୍ବାଚନରେ ବିଶେଷ କରି ନୂତନ ମତଦାତାଙ୍କ ମଧ୍ୟରେ ନୂତନ ଭାବେ ମତଦାନ କରିଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଧିପନା ଦେଖାଯାଇଥିଲା । ଗଣତନ୍ତ୍ରର ଏହି ମହାନପର୍ବକୁ ସମସ୍ତେ ମିଳିମିଶି ପାଳନ କରିବାସହ ମତଦାନ ନିଜର ମୌଳିକ ଅଧିକାରୀ ଭାବି ମତ ସାବ୍ୟସ୍ତ କରିଥିଲେ । ସେହିପରି ଏହି ନିର୍ବାଚନମଣ୍ଡଳୀରେ ୩୮ଟି ମଡେଲ ମତଦାନ କେନ୍ଦ୍ର କରାଯାଇଥିଲା । ଅଧିକାଂଶ ମତଦାନ କେନ୍ଦ୍ରରେ ଜଣେ ଜଣେ ଭଲୁ ରକୁ ଅସ୍ଥାୟୀ ଭାବେ ନିଯୁକ୍ତ କରାଯାଇ ବୟୋଜ୍ୟୋଷ୍ଠ,ବରିଷ୍ଠ ନାଗରୀକ ଓ ଭିନ୍ନକ୍ଷମଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଭିନ୍ନକ୍ଷମ ଓ ବୟୋଜ୍ୟୋଷ୍ଠଙ୍କୁ ହୁଇଲ ଚେୟାରର ମହଜୁଦ ଥିଲା । ଅପରପକ୍ଷରେ ପ୍ରଥମରୁ କିଛି ବୁଥରେ ଇଭିଏମ ମେସିନ ଅଚଳ ହେବାରୁ ପ୍ରାୟ ଅଧଘଣ୍ଟା ପରେ ମତଦାନ ଆରମ୍ଭ ହୋଇଥିଲା । ଏପରିକି କିଛି ବୁଥ୍ରେ ୧ ଘଣ୍ଟାରୁ ୨ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ଫଳରେ ଏହିସବୁ ବୁଥ୍ରେ ରାତି ୮ ଟାରୁ ୯ ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା । ଏହିସବୁ କେନ୍ଦ୍ରମାନଙ୍କରେ ସରକାରୀ ନିୟମ ଅନୁସାରେ ସନ୍ଧ୍ୟା ୬ ଟାରେ ମୁଖ୍ୟ ଫାଟକ ବନ୍ଦ କରାଯିବା ପରେ କେନ୍ଦ୍ରରେ ରହିଥିବା ମତଦାତାଙ୍କୁ ଟୋକାନ ବ୍ୟବସ୍ଥା କରାଯାଇଥିଲା  ଏବଂ ସେମାନେ ମତଦାନ କରିଥିଲେ । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ କିଛି ମତଦାନ କେନ୍ଦ୍ରରେ ସେଭଳି ବ୍ୟବସ୍ଥା ହୋଇନଥିବାରୁ ପ୍ରାୟ ମତଦାତା ଫେରିଯାଇଥିବା ପରିଲକ୍ଷିତ ହୋଇଥିବା । ଅନ୍ୟପକ୍ଷରେ ମତଦାନ କେନ୍ଦ୍ରରେ ଦାୟୀତ୍ୱରେ ଥିବା କର୍ମ·ରୀଙ୍କ ପରି·ଳନା ତୃଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଥିବା ପରିଲକ୍ଷିତ ହୋଇଛି । ଫଳରେ ମତଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ବାଲିଅନ୍ତା ବ୍ଲକ ପ୍ରତାପଶାସନ ପଞ୍ଚାୟତ ୯୬, ୯୯, ୯୩ ନମ୍ବର ବୁଥ, ପୁରୋହିତପୁର ପଞ୍ଚାୟତ ୧୨୪ ନମ୍ବର ବୁଥ୍, ପୂରଣ ପ୍ରଧାନ ବଇଆ ପଞ୍ଚାୟତ ୨୬, ୨୭, ୨୮, ବେଣୁପୁର ପଞ୍ଚାୟତ ୧୯, ୨୦, ୨୧ ଏବଂ ବାଲିଅନ୍ତା ପଞ୍ଚାୟତ ୯ ନମ୍ବର ବୁଥ୍ରେ ମତଦାନ କରିବାରେ ବହୁ ବିଳମ୍ବ ହୋଇଥିଲା । ଏପରିକି ମତଦାନ ଶେଷ ହେବାକୁ ରାତି ପ୍ରାୟ ୮ ଟା ପରେ ହୋଇଥିଲା । ସେହିପରି ଏହିସବୁ ବୁଥ୍ରେ କିଛି ଅନଭିଜ୍ଞ ବୟୋଜ୍ୟୋଷ୍ଠ ଓ ନିରକ୍ଷର ମତଦାତା ଇଭିଏମ ମେସିନର ମତଦାନ କରିବା ପ୍ରକ୍ରିୟା ଜାଣିନଥିବାରୁ ବିଳମ୍ବ ହେବାର ମଧ୍ୟ ପ୍ରମୁଖ କାରଣ । ସେହିପରି ଜୟଦେବରେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ଡ଼. ଅରବିନ୍ଦ ଢ଼ାଲି, ନବକିଶୋର ମଲ୍ଲିକ, ସତ୍ୟପ୍ରିୟ ବେହେରା ଆଦି ପ୍ରାର୍ଥୀ ବିଭିନ୍ନ ବୁଥ୍ ପରିଦର୍ଶନ କରିଥିଲେ ।