ଦୀପାବଳିରେ ବାଣଫୁଟା ରାତି ୮ଟା ଠାରୁ ୧୦ଟା ପର୍ଯ୍ୟନ୍ତ
ପୁରୀ - ଭାରତର ଆପେକ୍ସ କୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଦୀପାବଳିରେ ବାଣ ଫୁଟା ରାତ୍ର ୮ଟା ରୁ ୧୦ ଟା ପର୍ଯ୍ୟନ୍ତ ୨ ଘଂଟା ପାଇଁ ଜାରି ରହିବ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ ଅବଗତ କରାଇଛନ୍ତି । ସବୁଜ ବାଣ ବ୍ୟବହାର ସହ ସୁରକ୍ଷିତ ଭାବେ ଦୀପାବଳି ପାଳନ ପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଛୋଟ ପିଲା ମାନେ ବାଣ ଫୁଟାଇବା ସମୟରେ ବଡ ଲୋକ ମାନେ ସେମାନଙ୍କ ନିକଟରେ ନିଶ୍ଚିତ ଉପସ୍ଥିତ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସମୁଦ୍ରରେ ସ୍ନାନ ସମୟରେ ଅଧିକ ଗଭୀରକୁ ନ ଯିବା ଓ ଲାଇଫ ଗାର୍ଡ ମାନଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି ।