ମାଛ ମାର୍କେଟ ସ୍ଥାନାନ୍ତର ଦାବି କଲେ ବ୍ୟବସାୟୀ
ଯାଜପୁର ଟାଉନ: ଲକ୍ଷଲକ୍ଷ ଟଙ୍କା ବିନିଯୋଗରେ ମୋଟରଙ୍ଗାପାଳ ଠାରେ ଆରଏମସି ପକ୍ଷରୁ ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯାଇଥିଲେ ହେଁ ତାହା ବ୍ୟବସାୟୀଙ୍କୁ ଆବଣ୍ଟନ କରାଯାଉନି । କେଉଁ ଏବଂ କାହା ସ୍ୱାର୍ଥରେ କର୍ତ୍ତୃପକ୍ଷ ଏହା କରିଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇରହିଥିବା ବେଳେ ମାଛ ବେପାର କରି ଆସୁଥିବା ବ୍ୟବସାୟୀ ଜିଲାପାଳଙ୍କୁ ଭେଟି ତୁରନ୍ତ ସେମାନେ ବସୁଥିବା ସ୍ଥାନରୁ ସ୍ଥାନାନ୍ତର କରାଯାଇ କମ୍ପଲେକ୍ସରେ ବସିବାକୁ ସୁଯୋଗ ଦେବା ନିମନ୍ତେ ଦାବି କରିଛନ୍ତି । ମୋଟରଙ୍ଗାପାଳ ଠାରେ ଦୀର୍ଘଦିନ ଧରି ମାର୍କେଟ କମ୍ପ୍ଲେକ୍ସ, ପିଣ୍ଡି ନିର୍ମାଣ କରାଯାଇଥିଲେ ମଧ୍ୟ ବସିବାରୁ ସୁଯୋଗ ଦିଆଯାଉନଥିବାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଳାଶ୍ରମ ପଡିଆରରେ ଦୀର୍ଘଦିନ ଧରି ପରିବା ଓ ମାଛ ମାର୍କେଟ ଅସ୍ଥାୟୀ ଭାବେ ଚାଲୁ ରହିଛି । ରାସ୍ତା ଉପରେ ପରିବା ବେପାରୀମାନେ ପରିବା ବିକି୍ର କରୁଥିବା ବେଳେ ପଡିଆ ଭିତରେ ମାଛ ବେପାରୀମାନଙ୍କୁ ମାଛ ବିକି୍ର କରୁଛନ୍ତି । ପ୍ରାୟ ୨ବର୍ଷ ଧରି ସେମାନେ ଏହିଠାରେ ବେପାର କରିଆସୁଛନ୍ତି । ଯାଜପୁର କିଆନାଳୀକୂଳ ଛକ ଠାରେ ଆରଏମସି ପକ୍ଷରୁ ଏକ ମାର୍କେଟ୍ କମ୍ପ୍ଲେକ୍ସ ରହିଥିଲା ।
ମେଡ