କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ, କଂଗ୍ରେସ କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା

କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ, କଂଗ୍ରେସ କର୍ମକର୍ତ୍ତାଙ୍କ ସମୂହ ଇସ୍ତଫା

କେନ୍ଦ୍ରାପଡ଼ା:କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ନଗର କଂଗ୍ରେସ କମିଟି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକର କଂଗ୍ରେସ କର୍ମକର୍ତ୍ତାମାନେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସମର୍ଥନରେ ଦଳର ପ୍ରାଥମିକ ସଭ୍ୟ ପଦରୁ ସମୂହ ଇସ୍ତଫା ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଇସ୍ତଫା ଦେବା ସହ ତୁରନ୍ତ ଗ୍ରହଣ କରିବାକୁ ପତ୍ରରେ ଅନୁରୋଧ କରିଛନ୍ତି । ବିଭିନ୍ନ ଦଳୀୟ ପଦ ପଦବୀରେ ନିଯୁକ୍ତି ଦେଇ ଦଳରେ ସେବା କରିବାର ସୁଯୋଗ ଦେଇଥିବାରୁ କଂଗ୍ରେସ ଦଳ  ଓ ପିସିସି ସଭାପତିଙ୍କୁ ସମସ୍ତ କର୍ମକର୍ତ୍ତା କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ନଗର ସଭାପତି ରାଜେଶ ମହାନ୍ତି, ଡିସିସି ଉପସଭାପତି ସୌମେନ୍ଦ୍ର ପୃଷ୍ଟି, ପୂର୍ବତନ ପିସିସି ସମ୍ପାଦକ ମୁକ୍ତାର ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅଖତର, ଡିସିସି କୋଷାଧ୍ୟକ୍ଷ ଉମାଶଙ୍କର ଜେନା, ପୂର୍ବତନ କାଉନସିଲର ହିବଜୁର ରହେମାନ, ଲକ୍ଷ୍ମୀପ୍ରିୟା ବାରିକ, ସେକ୍ ଚାନ୍ଦ, ସୁଜୟ କୁମାର ଦାସ, ଡିସିସି ସାଧାରଣ ସମ୍ପାଦକ ଆଶିଷ ମେକାପ, ଡିସିସି ପୂର୍ବତନ କୋଷାଧ୍ୟକ୍ଷ କୃଷ୍ଣପ୍ରସାଦ ଦାସ, ଡିସିସି ସମ୍ପାଦକ ସିଦ୍ଧାର୍ଥ ଶଙ୍କର ଜେନା, ନାରାୟଣ ପଣ୍ଡା, ସୁବାଷ ମାହାଳିକ, କାଳୀପ୍ରସାଦ ପଣ୍ଡା, ଡିସିସି ସାଧାରଣ ସମ୍ପାଦକ କମଳାକାନ୍ତ ବେହେରା, ଉକôଳ କେଶରୀ ଜେନା, ଆଦିତ୍ୟ ନାରାୟଣ ପତି, ଗଣେଶ ମେକାପ, ନିରଞ୍ଜନ ସେନାପତି ଏବଂ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକର କର୍ମକର୍ତ୍ତାମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ଜିଲ୍ଲା ମହିଳା କଂଗ୍ରେସ ସଭାପତି ଜିନତ୍ ପ୍ରିୟଦର୍ଶନୀ ରାଉତ, ବଗଡା ପଞ୍ଚାୟତ ସଭାପତି ସୁବନି ସାହୁ, ଜିଲ୍ଲା କିଷସନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା, ପୂର୍ବତନ ସରପଞ୍ଚ ଶାରଦା ପ୍ରସନ୍ନ ରାଉତ, ଧୂମାତ ପଞ୍ଚାୟତ ସଭାପତି ସଚ୍ଚିଦାନନ୍ଦ ନାୟକ, କୋରୋ ପଞ୍ଚାୟତ ସରପଞ୍ଚ ଦୀପାଳି ଜେନା, ପୂର୍ବତନ ସରପଞ୍ଚ ତପୋଇ ମଲ୍ଲିକ, କୋରୋ କୃଷି ସମବାୟ ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ, କୋରୋ ପଞ୍ଚାୟତ କଂଗ୍ରେସ ସମ୍ପାଦକ ରାମଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ବିଶ୍ୱାଳ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ହିମାଂଶୁ ବେହେରା, ବାରୋ ପଞ୍ଚାୟତ ସଭାପତି ପିତାମ୍ବର ଜେନା, ପୂର୍ବତନ ସରପଞ୍ଚ ପ୍ରଦୁ୍ୟମ୍ନ କୁମାର ଜେନା, ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ରାଉତ, ଚାରିଗାଁ ପଞ୍ଚାୟତ ସଭାପତି କଳାକାର ମଲ୍ଲିକ, ଢୋଲ ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ପଲାଇ, ବ୍ଲକ କଂଗ୍ରେସ ଯୁବ ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ଭାସ୍କର ଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ପୀତବାସ ବେହେରା, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ସେକ୍ ଅରମାନ, ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ଉଡାଣସିଂହ ଇସ୍ତଫା ଦେଇଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ସରପଞ୍ଚ ଧନେଶ୍ୱର ପ୍ରଧାନ, ପୂର୍ବତନ ସରପଞ୍ଚ ଅଜୟ ବିଶ୍ୱାଳ, କାଙ୍ଗାଳି ସେଠୀ, କୂଳମଣୀ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ଚନ୍ଦନ ସାହୁ, ଡିସିସି ସାଧାରଣ ସମ୍ପାଦକ ଅଭିଷେକ ବିଶ୍ୱାଳ, ୧୫ନଂ ଜୋନ ସଭାପତି ଜ୍ୟୋତିରଞ୍ଜନ ପ୍ରଧାନ, ଅଳପୁଆ ପଞ୍ଚାୟତ ଯୁବ ସଭାପତି ଉମାକାନ୍ତ ବିହାରୀ, ସୌମ୍ୟରଞ୍ଜନ ସାହୁ, ଅଭୟ ଜେନା, ଚାନ୍ଦୁ ମହାଳିକ, କିଶୋର ଦାସ, ଶ୍ରୀକାନ୍ତ ସାମଲ, ପ୍ରତାପ ବିଶ୍ୱାଳ, କୈଳାସ ଦାସ, ବିଶ୍ୱଜିତ ମହାନ୍ତି, ଚିଣ୍ଟୁ ସ୍ୱାଇଁ, ନିରଞ୍ଜନ ପାଢି, ରାକେଶ ବେହେରା, ଦୀପକ ଭଦ୍ର, ଦୀପକ ନାୟକ, ସୁରେଶ ଚନ୍ଦ୍ର ଦାସ, ବାବାଜୀ ମଲ୍ଲିକ, ଚକ୍ରଧର ରାଉତ, ବିକାଶ ଦାସ, ପ୍ରଶାନ୍ତ ରାଉତ ପ୍ରମୁଖ ଦେଢଶହରୁ ଉଦ୍ଧ୍ୱର୍ ବିଭିନ୍ନ ପଦ ପଦବୀରେ ଥାଇ ପ୍ରାଥମିକ ସଦସ୍ୟ ପଦରୁ ସମୂହ ଇସ୍ତଫା ଦେଇଛନ୍ତି ।