ଇଞ୍ଜିନିୟର, ଡାକ୍ତର, ଏମବିଏଙ୍କ ମଧ୍ୟରେ ଲଢେଇ

ଧୂଷୁରୀରୁ ବିଭୁତି ଭୂଷଣ ମଲ୍ଲିକ : ନିର୍ବାଚନ ଯେତେ ପାଖେଇ ଆସୁଛି ଧାମନଗରରେ ପ୍ର·ର ସରଗରମ ହେବାରେ ଲାଗିଛି । ଧାମନଗର ନିର୍ବାଚନମଣ୍ଡଳୀରୁ ବିଜେପିରୁ ସୂର୍ଯ୍ୟବଂଶୀ ସୁରଜ୍ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡ଼ି ଡ. ସଞ୍ଜୟ ଦାସଙ୍କୁ ଟିକେଟ ଦେଇଛନ୍ତି । ସେହିପରି କଂଗ୍ରେସ ରଞ୍ଜନ ବେହେରାଙ୍କୁ ଟିକେଟ ଦେଇଛନ୍ତି । ସୂର୍ଯ୍ୟବଂଶୀ ଇଞ୍ଜିନିୟର ହୋଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଡ଼ ସଞ୍ଜୟ ଦାସ ଉାକ୍ତରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ସେହିପରି କଂଗେସ ପ୍ରାର୍ଥୀ ରଞ୍ଜନ ଏମବିଏ ଡ଼ିଗ୍ରୀ ହାସଲ କରିଛନ୍ତି । ବିଧାୟକ ପ୍ରାର୍ଥୀ ଡ.ସଞ୍ଜୟ ଦାସ କର୍ମୀ ଓ ନେତାଙ୍କ ସହ ମିଶି ଗାଁଙ୍କୁ ଗାଁ ଘର କୁ ଘର ବୁଲି ପ୍ର·ର କରୁଥିବା ବେଳେ ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି । ସଞ୍ଜୟ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାକୁ ଆୟୁଧ କରି ଭୋଟରଙ୍କୁ ଭେଟୁଛନ୍ତି । ଏପଟେ ସୂର୍ଯ୍ୟବଂଶୀ ମୋଦିଙ୍କ ଜନହିତକର ଯୋଜନା ଓ ବାପାଙ୍କ ଲୋକ ପ୍ରିୟତା ଏବଂ ସ୍ୱଳ୍ପ ସମୟ ବିଧାୟକ ରହି ଧାମନଗରରେ ବିକାଶ କରିବାରେ ସଫଳ ସୋଇଥିବା ଦାବିକରି ଏବେ ଭୋଟରଙ୍କ ପାଖକୁ ଯାଉଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ରଞ୍ଜନ କୁମାର ବେହେରା ଗାଁ ଗାଁରେ ଲୋକ ମାନଙ୍କୁ ଭେଟି ଅ ।ଗରୁ ଧାମନଗରରେ କଂଗ୍ରେସ ସରକାର କରିଥିବା କାର୍ଯ୍ୟ ସଂପର୍କରେ ଲୋକମାନଙ୍କୁ ବୁଝାଉଛନ୍ତି ଓ ଏହି ନିର୍ବାଚନରେ କଂଗ୍ରେସ ଦେଇଥିବା ଇସ୍ତାହାର ସଂପର୍କରେ ଭୋଟର ମାନଙ୍କୁ ଅବଗତ କରାଉଛନ୍ତି । ଏଥର ଧାମନଗରରେ ବିଜେଡ଼ି, ବିଜେପି, କଂଗ୍ରେସର ଯେଉଁ ତିନି ଜଣ ପାର୍ଥୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବିଜେପି, ବିଜେଡ଼ିର ଦୁଇ ଜଣ ପ୍ରାର୍ଥୀଙ୍କ ଘର ତିହିଡି ବ୍ଲକର ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କର ଘର ଧାମନଗର ବ୍ଲକରେ । ଏଥର ଧାମନଗର ର୍ନିବାଚନମଣ୍ଡଳୀରେ ତ୍ରିମୁଖି ଲଢେଇ ହେଉଥିବା ବେଳେ ମୁଖ୍ୟତଃ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଜୋରଦାର ଲଢେଇ ହେଉଛି ।