"ଡବଲ ଇଞ୍ଜିନ୍ ସରକାର ରାଜ୍ୟର ବିକାଶ କରିପାରିବନି'

"ଡବଲ ଇଞ୍ଜିନ୍ ସରକାର ରାଜ୍ୟର ବିକାଶ କରିପାରିବନି'

 ଛତ୍ରପୁର, : ଛତ୍ରପୁରରେ ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ର·ର କରିଛନ୍ତି । ବୁଧବାର ଗଞ୍ଜାମର ଛତ୍ରପୁର ଗସ୍ତ କରି ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଛତ୍ରପୁର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କ ପାଇଁ ପ୍ର·ର କରିଛନ୍ତି ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ । ଜୟ ଜଗନ୍ନାଥ ଓ ଜୟ ମା' ତାରା ତାରିଣୀ କହି ସେ ନିଜର ଅଭିଭାଷଣ ଆରମ୍ଭ କରିବା ସହିତ ଗଞ୍ଜାମ ଜିଲ୍ଲା ସହିତ ତାଙ୍କର ସମ୍ପର୍କ ବହୁ ପୁରୁଣା ବୋଲି କହିଥିଲେ । ସ୍ଥାନୀୟ ଷ୍ଟାଡିଅମ ପରିସରରେ ଆୟୋଜିତ ନିର୍ବାଚନସଭାରେ ସେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଦମ୍ଦାର ପ୍ର·ର କରି ବିଜେଡିକୁ ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଥିଲେ । ବିରୋଧୀ ଦଳଙ୍କୁ ଶାଣିତ ଆକ୍ରମଣ କରି ସେ କହିଲେ ଯେ, ଠକମାନଙ୍କ ସ୍ଥାନ ଜେଲରେ । ଗଞ୍ଜାମବାସୀ କେବେ ଭୁଲ କରିବେ ନାହିଁ । ଠକମାନଙ୍କୁ ସଂସଦ ପଠାଇବେ ନାହିଁ । ଡ଼ବଲ ଇଞ୍ଜିନ୍ ସରକାର ରାଜ୍ୟରେ ବିକାଶ କରିପାରିବ ନାହିଁ ବୋଲି ଏହି ଅବସରରେ ସେ କହିଥିଲେ ।
ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ପ୍ର·ର ଉପରେ ଆକ୍ରମଣ କରି ସେ କହିଲେ ଯେ, ଡବଲ ଇଞ୍ଜିନ ସରକାରରେ ଦୈନିକ ମଜୁରି ମାତ୍ର ୩୦୦ ଟଙ୍କାରୁ ସାମାନ୍ୟ ଅଧିକ, କିନ୍ତୁ ନବୀନ ଇଂଜିନରେ ଏହା ୪୫୦ ଟଙ୍କାୟ । ଡବଲ ଇଞ୍ଜିନ ସରକାରରେ ଭତ୍ତା ମାତ୍ର ୩୦୦ ଟଙ୍କା, ନବୀନ ଇଞ୍ଜିନ ସରକାରରେ ଭତ୍ତା ୧୦୦୦ ଟଙ୍କା ବୋଲି ସେ କହିଥିଲେ ।
ସାରା ଦେଶ ପାଇଁ ଆୟୁଷ୍ମାନ ଭାରତରେ ବଜେଟ ହେଉଛି ୬୦୦୦ କୋଟି ଟଙ୍କା । ଓଡ଼ିଶା ଭାଗରେ ମାତ୍ର ୩୦୦ କୋଟି ଟଙ୍କା । କିନ୍ତୁ ବିଏସକେୱାଇରେ ବର୍ଷକୁ ଖର୍ଚ୍ଚ ହେଉଛି ୫୦୦୦ କୋଟି ଟଙ୍କା । ଗରିବର ସ୍ୱାସ୍ଥ୍ୟ ଚିନ୍ତା ଓଡ଼ିଶାରେ ତାଙ୍କର ଦରଦ ନାହିଁ । ଡବଲ ଇଞ୍ଜିନ କଥା ନିର୍ବାଚନ ସମୟରେ କହୁଛନ୍ତି । ଡବଲ ଇଞ୍ଜିନ ହେଉଛି ଭୋଟ୍ ଇଞ୍ଜିନ୍ । ବାକି ସବୁ ସମୟରେ ନବୀନ ଇଞ୍ଜିନ ଲୋକଙ୍କ ସାଥିରେ, ଦୁଃଖ ସୁଖ ସବୁଥିରେ ରହିଛି  । ନବୀନ ଇଞ୍ଜିିନ ହେଉଛି ସ୍ୱଚ୍ଛତାର ଇଞ୍ଜିନ । ଲୋକଙ୍କ ପାଇଁ କାମ କରିବାର ଇଞ୍ଜିନ, ସେବାର ଇଞ୍ଜିନ ବୋଲି ପାଣ୍ଡିଆନ କହିଥିଲେ । ସେ ଏହି ଅବସରରେ କହିଥିଲେ ଯେ, ତାଙ୍କ ଝିଅର ଜନ୍ମ ମାଟି ହେଉଛି ଛତ୍ରପୁର  । ମା' ତାରାତାରିଣୀଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି ଏଠାରେ । ତେଣୁ ଝିଅର ନାମ ତାରା ରଖିଛି ବୋଲି ପାଣ୍ଡିଆନ କହିଥିଲେ । ଛତ୍ରପୁରରେ ବିକାଶ କାର୍ଯ୍ୟ ଜାରି ରହିଛି । 
ନିର୍ବାଚନୀ ସଭାରେ ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାଷ ଚନ୍ଦ୍ର ବେହେରା ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ କହିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରି ଭାରତ ଇତିହାସରେ ରେକର୍ଡ କରିବା ନିମନ୍ତେ ସମସ୍ତଙ୍କୁ ନିବେଦନ କରିଥିଲେ । ସମସ୍ତେ ଯୋଡି ଶଙ୍ଖରେ ଭୋଟ ଦେବା ନିମନ୍ତେ ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା ଅନୁରୋଧ କରିଥିଲେ । ସେହିପରି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୁଗୁ ବକ୍ସି ପାତ୍ର ନବୀନ ପଟ୍ଟନାୟକଙ୍କ ବିକାଶର ଗଥା କହିବା ସହିତ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଅଧିକ ଟାଣ କରିବା ନିମନ୍ତେ ଆହ୍ୱାନ କରିଥିଲେ । ସଭାରେ ହଜାର ହଜାର ସଂଖ୍ୟାରେ ମହିଳାମାନେ ଆସିଥିବାରୁ ସେ ଖୁସି ଜାହିର କରିବା ସହିତ ଯୋଡି ଶଙ୍ଖରେ ଭୋଟ ଦେବା ନିମନ୍ତେ ଅନୁରୋଧ କରିଥିଲେ । ଭିକେ ପାଣ୍ଡିଆନ୍ ଫୋଟ ସେଲ୍ଫି ନେବା ସାଙ୍ଗକୁ ବିଜେଡି ଦଳୀୟ ନେତା ଓ କର୍ମୀ ବେଶ ଉତ୍ସାହିତ ହେବା ସହିତ ଖୁସି ଜାହିର କରିଥିଲେ । ଏହି ଅବସରରେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ ନାରାବାଜି କର୍ମୀମାନେ ଦେଇଥିଲେ ।

\